ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ…

ଭୁବନେଶ୍ୱର,୩ା୧୦(ଅନୁରାଧା ମହାରଣା):ଜୋତା ଭିତରେ ଲୁଚି ରହିଥିଲା ତମ୍ପ। ଜୋତା ପିନ୍ଧିବାକୁ ଯିବାବେଳେ କାମୁଡ଼ି ଦେଲା ସାପ। ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳରେ ବୁଧବାର ଏହି ଘଟଣା ଘଟିଛି। ସାପ କାମୁଡ଼ାରେ ଶିକାର ହୋଇଛନ୍ତି ସୁନୀଲ ପଣ୍ଡା। ସେ ଅଫିସ୍‌ ଯିବା ପୂର୍ବରୁ ଜୋତା ପିନ୍ଧିବାକୁ ଯାଉଥିଲେ। ଜୋତା ଉଠାଇ ଆଣୁଥିବାବେଳେ ସାପଟି ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା। ସୁନୀଲଙ୍କ ଚିତ୍କାର ଶୁଣି ତାଙ୍କ ସହ ରହୁଥିବା ରୁମ୍‌ମେଟ୍‌ମାନେ ପହଞ୍ଚତ୍ ସାପକୁ ଦେଖି ଡରିଯାଇଥିଲେ। ତେବେ କୌଶଳକ୍ରମେ ସାପଟିକୁ […] The post ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ… appeared first on Dharitri Odia News.

ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ…

ଭୁବନେଶ୍ୱର,୩ା୧୦(ଅନୁରାଧା ମହାରଣା):ଜୋତା ଭିତରେ ଲୁଚି ରହିଥିଲା ତମ୍ପ। ଜୋତା ପିନ୍ଧିବାକୁ ଯିବାବେଳେ କାମୁଡ଼ି ଦେଲା ସାପ। ଭୁବନେଶ୍ୱର ଚକେଇସିହାଣୀ ଅଞ୍ଚଳରେ ବୁଧବାର ଏହି ଘଟଣା ଘଟିଛି। ସାପ କାମୁଡ଼ାରେ ଶିକାର ହୋଇଛନ୍ତି ସୁନୀଲ ପଣ୍ଡା। ସେ ଅଫିସ୍‌ ଯିବା ପୂର୍ବରୁ ଜୋତା ପିନ୍ଧିବାକୁ ଯାଉଥିଲେ। ଜୋତା ଉଠାଇ ଆଣୁଥିବାବେଳେ ସାପଟି ତାଙ୍କ ଡାହାଣ ହାତକୁ କାମୁଡ଼ି ଦେଇଥିଲା। ସୁନୀଲଙ୍କ ଚିତ୍କାର ଶୁଣି ତାଙ୍କ ସହ ରହୁଥିବା ରୁମ୍‌ମେଟ୍‌ମାନେ ପହଞ୍ଚତ୍ ସାପକୁ ଦେଖି ଡରିଯାଇଥିଲେ। ତେବେ କୌଶଳକ୍ରମେ ସାପଟିକୁ ଜୋତା ସହ ଏକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ରେ ପୂରାଇ ତୁରନ୍ତ ଆହତ ସୁନୀଲଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଯାଇଥିଲେ। ପ୍ରାରମ୍ଭିକ ଚିକିତ୍ସା ଭାବେ ଆଣ୍ଟି ସ୍ନେକ୍‌ ଭେନମ୍‌ର ୧୦ଟି ଭାଏଲ୍‌ ଦିଆଯାଇଥିଲା। ତେବେ ସେ ସୁସ୍ଥ ଥିବା ଜଣାପଡିଛି। ଅନ୍ୟପଟେ ସ୍ଥାନୀୟ ଲୋକେ ସାପଟିକୁ ଉଦ୍ଧାର ପାଇଁ ସ୍ନେକ୍‌ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲିକଙ୍କୁ ଖବର ଦେଇଥିଲେ। ସ୍ନେକ୍‌ ହେଲ୍ପଲାଇନ ସଦସ୍ୟ ରାଜେଶ ସୂତାର ଘଟଣାସ୍ଥଳରେ ପହଞ୍ଚତ୍ ୧ ଫୁଟ ଲମ୍ବର ଛୁଆ ତମ୍ପକୁ ଉଦ୍ଧାର କରିବା ପରେ ସହର ବାହାରେ ଏକ ସୁରକ୍ଷିତ ସ୍ଥାନରେ ଛାଡ଼ି ଦେଇଥିଲେ। ଶୁଭେନ୍ଦୁଙ୍କ କହିବାନୁଯାୟୀ, ଜୋତା ପିନ୍ଧିବା ପୂର୍ବରୁ ଲୋକମାନେ ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ। ସାପ, ବିଛା କିମ୍ବା ଅନ୍ୟାନ୍ୟ ଜୀବ ଜୋତା ଭିତରେ ଅଧିକାଂଶ ସମୟ ଲୁଚି ରହନ୍ତି। ତେଣୁ ସାବଧାନତାର ସହ ଗୋଇଠି ପରିବର୍ତ୍ତେ ଜୋତାକୁ ସବୁବେଳେ ଆଙ୍ଗୁଠି ପଟୁ ଉଠାଇ ଦେଖିବା ଉଚିତ।

The post ଜୋତା ଭିତରେ ଲୁଚି ରହିଥିଲା ତମ୍ପ, ମାରିଲା ଚୋଟ:ଆଉ ତା’ପରେ… appeared first on Dharitri Odia News.