ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭/୨: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ ନେବେ। ସେ କେରଳ କ୍ୟାଡରର ୧୯୮୮ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ। ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ଯିଏ କି ନିର୍ବାଚନ କମିଶନର ନିଯୁକ୍ତି ନେଇ ନୂଆ ଆଇନ ଅନୁଯାୟୀ ନିଯୁକ୍ତ ହୋଇଛନ୍ତି । ଏହି ଆଇନ ଅନୁଯାୟୀ, ପ୍ରଧାନ ବିଚାରପତିଙ୍କ ସ୍ଥାନରେ ନିର୍ବାଚନ […] The post ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର appeared first on Dharitri Odia News.

ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର

ନୂଆଦିଲ୍ଲୀ,୧୭/୨: ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର(ସିଇସି) ଭାବେ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନିଯୁକ୍ତ କରାଯାଇଛି । ସେ ବିଦାୟୀ ରାଜୀବ କୁମାରଙ୍କ ସ୍ଥାନ ନେବେ। ସେ କେରଳ କ୍ୟାଡରର ୧୯୮୮ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ।

ଜ୍ଞାନେଶ କୁମାର ହେଉଛନ୍ତି ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ଯିଏ କି ନିର୍ବାଚନ କମିଶନର ନିଯୁକ୍ତି ନେଇ ନୂଆ ଆଇନ ଅନୁଯାୟୀ ନିଯୁକ୍ତ ହୋଇଛନ୍ତି । ଏହି ଆଇନ ଅନୁଯାୟୀ, ପ୍ରଧାନ ବିଚାରପତିଙ୍କ ସ୍ଥାନରେ ନିର୍ବାଚନ ସଂସ୍ଥାର ମୁଖ୍ୟ ଚୟନ ପାଇଁ ଗଠିତ କମିଟିରେ ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ସାମିଲ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ଅନୁଷ୍ଠିତ ଚୟନ କମିଟି ବୈଠକରେ ସେମାନଙ୍କ ନାମ ଚୂଡ଼ାନ୍ତ କରି ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି।

The post ଜ୍ଞାନେଶ କୁମାର ହେବେ ଭାରତର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର appeared first on Dharitri Odia News.