ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିଲ୍ଡିଂରେ ଲାଗିଲା ନିଆଁ, ୨୦୨୩ରେ କିଣିଥିଲେ ଏହି ବିଳାଶପୂର୍ଣ୍ଣ 5BHK ଫ୍ଲାଟ୍‌

ମୁମ୍ଵାଇ ୦୭।୦୩: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। ସେ ତାଙ୍କ ପ୍ରୋଫେଶନାଲ ଅପେକ୍ଷା ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଖବର ଆସିଛି ଯେ ଜ୍ୟାକଲିନ ରହୁଥିବା ବିଲ୍ଡିଂରେ ନିଆଁ ଲାଗିଯାଇଛି। ବିଲ୍ଡିଂରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜ୍ୟାକଲିନ୍ ଘର ଏହି କୋଠାର ୧୫ ମହଲାରେ ଅଛି । ସୂଚନାନୁସାରେ, ଜ୍ୟାକଲିନଙ୍କ ଘର ବାନ୍ଦ୍ରା ୱେଷ୍ଟର ପାଲି ହିଲ୍‌ର ନବରୋଜ ହିଲ୍ ସୋସାଇଟିରେ ଅଛି। ନିଆଁ ଲାଗିବା ମାତ୍ରେ ଚାରିଟି ଅଗ୍ନିଶମ ଗାଡି , ତିନୋଟି ଜମ୍ବୁ ଟ୍ୟାଙ୍କର୍ ଏବଂ ଏକ ବ୍ରିଦିଙ୍ଗ ଭ୍ୟାନ ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ କେହି ଆହତ ହେବାର ଖବରର ସୂଚନା ମିଳିନାହିଁ। ସ୍ଥାନୀୟ ଲୋକ କହିଛନ୍ତି ଯେ କୋଠାର ୧୩ ତମ ମହଲାରେ ଥିବା ରୋଷେଇ ଘରେ ନିଆଁ ଲାଗିଯାଇଥିଲା। wp:html View this post on Instagram A post shared by Viral Bhayani (@viralbhayani) /wp:html ସୂଚନା ଅନୁଯାୟୀ, ଜ୍ୟାକଲିନ୍ ଏହି ବିଲ୍ଡିଂରେ ବିଳାସପୂର୍ଣ୍ଣ 5 BHK ଫ୍ଲାଟରେ ରୁହନ୍ତି । ଖବର ଅନୁଯାୟୀ, ରାତି ପ୍ରାୟ ୮ ଟାରେ ନର୍ଗିସ୍ ଦତ୍ତ ରୋଡରେ ଅବସ୍ଥିତ ଏକ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। ଖବର ଅନୁଯାୟୀ, ନବରୋଜ ହିଲ ସୋସାଇଟି

ଜ୍ୟାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜଙ୍କ ବିଲ୍ଡିଂରେ ଲାଗିଲା ନିଆଁ, ୨୦୨୩ରେ କିଣିଥିଲେ ଏହି ବିଳାଶପୂର୍ଣ୍ଣ 5BHK ଫ୍ଲାଟ୍‌

ମୁମ୍ଵାଇ ୦୭।୦୩: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ। ସେ ତାଙ୍କ ପ୍ରୋଫେଶନାଲ ଅପେକ୍ଷା ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିନ୍ତୁ ଏହି ସମୟ ମଧ୍ୟରେ ଖବର ଆସିଛି ଯେ ଜ୍ୟାକଲିନ ରହୁଥିବା ବିଲ୍ଡିଂରେ ନିଆଁ ଲାଗିଯାଇଛି। ବିଲ୍ଡିଂରେ ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜ୍ୟାକଲିନ୍ ଘର ଏହି କୋଠାର ୧୫ ମହଲାରେ ଅଛି ।

ସୂଚନାନୁସାରେ, ଜ୍ୟାକଲିନଙ୍କ ଘର ବାନ୍ଦ୍ରା ୱେଷ୍ଟର ପାଲି ହିଲ୍‌ର ନବରୋଜ ହିଲ୍ ସୋସାଇଟିରେ ଅଛି। ନିଆଁ ଲାଗିବା ମାତ୍ରେ ଚାରିଟି ଅଗ୍ନିଶମ ଗାଡି , ତିନୋଟି ଜମ୍ବୁ ଟ୍ୟାଙ୍କର୍ ଏବଂ ଏକ ବ୍ରିଦିଙ୍ଗ ଭ୍ୟାନ ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ କେହି ଆହତ ହେବାର ଖବରର ସୂଚନା ମିଳିନାହିଁ। ସ୍ଥାନୀୟ ଲୋକ କହିଛନ୍ତି ଯେ କୋଠାର ୧୩ ତମ ମହଲାରେ ଥିବା ରୋଷେଇ ଘରେ ନିଆଁ ଲାଗିଯାଇଥିଲା। wp:html

/wp:html

ସୂଚନା ଅନୁଯାୟୀ, ଜ୍ୟାକଲିନ୍ ଏହି ବିଲ୍ଡିଂରେ ବିଳାସପୂର୍ଣ୍ଣ 5 BHK ଫ୍ଲାଟରେ ରୁହନ୍ତି । ଖବର ଅନୁଯାୟୀ, ରାତି ପ୍ରାୟ ୮ ଟାରେ ନର୍ଗିସ୍ ଦତ୍ତ ରୋଡରେ ଅବସ୍ଥିତ ଏକ ଆବାସିକ କୋଠାରେ ନିଆଁ ଲାଗିଯାଇଥିଲା। ଖବର ଅନୁଯାୟୀ, ନବରୋଜ ହିଲ ସୋସାଇଟିର ୧୪ ତମ ମହଲାରେ ଏହି ନିଆଁ ମାଡି ଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହେବାର ଖବର ସାମ୍ନାକୁ ଆସିନାହିଁ। ଆସନ୍ତୁ ଆପଣଙ୍କୁ କହିବା ଯେ ଜ୍ୟାକଲିନ ଗତ ବର୍ଷ ମୁମ୍ବାଇର ବାନ୍ଦ୍ରା ୱେଷ୍ଟର ପାଲି ହିଲର ବିଳାସପୂର୍ଣ୍ଣ ଅଞ୍ଚଳରେ ଏହି ଫ୍ଲାଟ କିଣିଥିଲେ। ଏହି ବିଲ୍ଡିଂରେ ସୁଟ୍, ପେଣ୍ଟହାଉସ୍, ସ୍କାଏ ଭିଲ୍ଲା ଏବଂ ମାନସ ଭଳି ବିକଳ୍ପ ଅଛି । wp:embed {"url":"https://www.prameyanews7.com/mithun-chakraborty-is-on-vacation-with-son-momoh-and-bahu-madalsa/","type":"wp-embed","providerNameSlug":"prameya-news-7"}

https://www.prameyanews7.com/mithun-chakraborty-is-on-vacation-with-son-momoh-and-bahu-madalsa/
/wp:embed