IPL ୨୦୨୩ ସଂସ୍କରଣରେ ୫୦୦୦ କୋଟି ଆୟ କରିଛି ବିସିସିଆଇ: ୨୦୨୨ ତୁଳନାରେ୧୧୬% ଅଧିକ
ନୂଆଦିଲ୍ଲୀ: ଲାଭପ୍ରଦ କ୍ରିକେଟ ଖେଳ ଆଇପିଏଲ୍ରୁ ମୋଟା ଅଙ୍କର ଟଙ୍କା କମାଉଛି ଭାରତୀୟ କ୍ରିକେଟ ନିୟନ୍ତ୍ରକ ବୋର୍ଡ ବା ବିସିସିଆଇ। ବୋର୍ଡ ୨୦୨୩ ଆଇପିଏଲ୍ରେ ୫,୧୨୦ କୋଟି ଆୟ କରିଛି। ଯାହା ୨୦୨୨ ସଂସ୍କରଣ ଠାରୁ ୧୧୬ ପ୍ରତିଶତ ଅଧିକ। ତେବେ ଆଇପିଏଲ୍ ୨୦୨୩ର ମୋଟ ରେଭିନ୍ୟୁ ଦେଖିଲେ ଏହା ୧୧,୭୬୯ କୋଟି ହୋଇଛି। ବିସିସିଆଇ ଜାରି କରିଥିବା ୨୦୨୨-୨୩ର ବର୍ଷର ବାର୍ଷିକ ରିପୋର୍ଟରୁ ଏହି ସୂଚନା ମିଳିଛି। ବାର୍ଷିକ ରିପୋର୍ଟରେ ବିସିସିଆଇ ଖର୍ଚ୍ଚ ମଧ୍ୟ ବଢ଼ିଥିବା ଦର୍ଶାଇଛି। ୬୬ ପ୍ରତିଶତ ଖର୍ଚ୍ଚ ବଢ଼ି ୬,୬୪୮ କୋଟି ହୋଇଛି ବୋଲି ବୋର୍ଡ କହିଛି। ତେବେ ନୂଆ ମିଡିଆ ରାଇଟ୍ ଓ ସ୍ପନ୍ସରସିପ୍ ଯୋଗୁ ଆୟ ବଢ଼ିଥିବା କୁହାଯାଉଛି। ୨୦୨୩ ସଂସ୍କରଣରୁ ଆରମ୍ବ ହୋଇଥିବା ୨୦୨୩-୨୭ ସାଇକେଲ୍ରେ ୪୮,୩୯୦ କୋଟି ଟଙ୍କାର ମିଡିଆ ରାଇଟ୍ ଦିଆଯାଇଛି। ୨୦୨୧ରେ ଡିଜନୀ ଷ୍ଟାର୍ ୨୩,୫୭୫ କୋଟି ଟଙ୍କାରେ ଆଇପିଏଲ ଟିଭି ରାଇଟ୍ କିଣିଥିବା ବେଳେ ଭାଇକମ ୧୮ ନେଟୱାର୍କର ଜିଓ ସିନେମା ୨୩,୭୫୮ କୋଟି ଟଙ୍କାରେ ଡିଜିଟାଲ ରାଇଟ୍ ନେଇଛି। ଆଇପିଏଲ ୨୦୨୩ରେ ବିସିସିଆଇର ମିଡିଆଇ ରାଇଟ ରେଭିନ୍ୟୁ ୮,୭୪୪ କୋଟି ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୨୦୨୨ରେ ଏହା ୩,୭୮୦ କୋଟି ଟଙ୍କା ଥିଲା। ଡିଜନୀ ଷ୍ଟାର ପୂର୍ବରୁ ୨୦୧୮-୨୦୨୨ ମଧ୍ୟରେ ଗତ ୫ ବର୍ଷ ପାଇଁ ଏକାକୀ ଉଭୟ ଟିଭି ଏବଂ ଡିଜିଟାଲ ରାଇଟ୍ ନେଇଥିଲା। ଏଥିପାଇଁ କମ୍ପାନୀ ୧୬,୩୪୭ କୋଟି ଟଙ୍କା ଦେଇଥିଲା। ସେ
ନୂଆଦିଲ୍ଲୀ: ଲାଭପ୍ରଦ କ୍ରିକେଟ ଖେଳ ଆଇପିଏଲ୍ରୁ ମୋଟା ଅଙ୍କର ଟଙ୍କା କମାଉଛି ଭାରତୀୟ କ୍ରିକେଟ ନିୟନ୍ତ୍ରକ ବୋର୍ଡ ବା ବିସିସିଆଇ। ବୋର୍ଡ ୨୦୨୩ ଆଇପିଏଲ୍ରେ ୫,୧୨୦ କୋଟି ଆୟ କରିଛି। ଯାହା ୨୦୨୨ ସଂସ୍କରଣ ଠାରୁ ୧୧୬ ପ୍ରତିଶତ ଅଧିକ। ତେବେ ଆଇପିଏଲ୍ ୨୦୨୩ର ମୋଟ ରେଭିନ୍ୟୁ ଦେଖିଲେ ଏହା ୧୧,୭୬୯ କୋଟି ହୋଇଛି। ବିସିସିଆଇ ଜାରି କରିଥିବା ୨୦୨୨-୨୩ର ବର୍ଷର ବାର୍ଷିକ ରିପୋର୍ଟରୁ ଏହି ସୂଚନା ମିଳିଛି।
ବାର୍ଷିକ ରିପୋର୍ଟରେ ବିସିସିଆଇ ଖର୍ଚ୍ଚ ମଧ୍ୟ ବଢ଼ିଥିବା ଦର୍ଶାଇଛି। ୬୬ ପ୍ରତିଶତ ଖର୍ଚ୍ଚ ବଢ଼ି ୬,୬୪୮ କୋଟି ହୋଇଛି ବୋଲି ବୋର୍ଡ କହିଛି। ତେବେ ନୂଆ ମିଡିଆ ରାଇଟ୍ ଓ ସ୍ପନ୍ସରସିପ୍ ଯୋଗୁ ଆୟ ବଢ଼ିଥିବା କୁହାଯାଉଛି। ୨୦୨୩ ସଂସ୍କରଣରୁ ଆରମ୍ବ ହୋଇଥିବା ୨୦୨୩-୨୭ ସାଇକେଲ୍ରେ ୪୮,୩୯୦ କୋଟି ଟଙ୍କାର ମିଡିଆ ରାଇଟ୍ ଦିଆଯାଇଛି।
୨୦୨୧ରେ ଡିଜନୀ ଷ୍ଟାର୍ ୨୩,୫୭୫ କୋଟି ଟଙ୍କାରେ ଆଇପିଏଲ ଟିଭି ରାଇଟ୍ କିଣିଥିବା ବେଳେ ଭାଇକମ ୧୮ ନେଟୱାର୍କର ଜିଓ ସିନେମା ୨୩,୭୫୮ କୋଟି ଟଙ୍କାରେ ଡିଜିଟାଲ ରାଇଟ୍ ନେଇଛି। ଆଇପିଏଲ ୨୦୨୩ରେ ବିସିସିଆଇର ମିଡିଆଇ ରାଇଟ ରେଭିନ୍ୟୁ ୮,୭୪୪ କୋଟି ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ୨୦୨୨ରେ ଏହା ୩,୭୮୦ କୋଟି ଟଙ୍କା ଥିଲା।
ଡିଜନୀ ଷ୍ଟାର ପୂର୍ବରୁ ୨୦୧୮-୨୦୨୨ ମଧ୍ୟରେ ଗତ ୫ ବର୍ଷ ପାଇଁ ଏକାକୀ ଉଭୟ ଟିଭି ଏବଂ ଡିଜିଟାଲ ରାଇଟ୍ ନେଇଥିଲା। ଏଥିପାଇଁ କମ୍ପାନୀ ୧୬,୩୪୭ କୋଟି ଟଙ୍କା ଦେଇଥିଲା।
ସେହିପରି ପ୍ରାୟୋଜକଙ୍କୁ ଦେଖିଲେ ବିସିସିଆଇ ପାଞ୍ଚ ବର୍ଷ ପାଇଁ ୨୫୦୦ କୋଟି ଟଙ୍କାରେ ଟାଟା ସନ୍ସଙ୍କୁ ଆଇପିଏଲ୍ ଟାଇଟଲ୍ ରାଇଟ ଦେଇଛି। ସେହିପରି ସିଏଟ, ମାଇଁଁସାର୍କଲ୧୧, ରୂପେ ଆଦିକୁ ଅନ୍ୟ ପ୍ରାୟୋଜକ ବିକ୍ରି କରି ଆଉ ୧,୪୮୫ କୋଟି ଆୟ କରିଛି।
ଆଇପିଏଲ୍ରେ ଦଶଟି ଫ୍ରାଞ୍ଚାଇଜ୍ ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କଠାରୁ ଆୟ ପୂର୍ବର ୧,୭୩୦ କୋଟି ଅପେକ୍ଷା ୨୦୨୩ରେ ୨,୧୧୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପ୍ରାୟୋଜକ ରାଜସ୍ୱ ୮୪୭ କୋଟି ଥିଲା, ଯାହା ୨୦୨୨ ତୁଳନାରେ ୨୦୨୩ରେ ୧୯ କୋଟି ଅଧିକ ହୋଇଛି।
ବିସିସିଆଇର ବାର୍ଷିକ ରିପୋର୍ଟ ଅନ୍ୟ ଦିଗଗୁଡ଼ିକୁ ବିଚାର କଲେ ୨୦୨୩ରେ ବିସିସିଆଇର ମୋଟ ବ୍ୟାଙ୍କ ବାଲାନ୍ସ ୧୬,୯୩ କୋଟି। ଯାହା ପୂର୍ବ ବର୍ଷ ଅପେକ୍ଷା ୧୦,୯୯୧.୨୯ କୋଟି ଅଧିକ। ଅନ୍ୟପଟେ ଏହି ସମୟରେ, ବିସିସିଆଇ ଆଇପିଏଲ୍୨୦୨୩ରେ ସେଣ୍ଟ୍ରାଲ ପୁଲରୁ ଆଇପିଏଲ୍ ଫ୍ରାଞ୍ଚାଇଜ୍କୁ ୪,୬୭୦ କୋଟି ଦେଇଥିଲା। ଏହା ପୂର୍ବ ବର୍ଷ ୨,୨୦୫ କୋଟି ଖର୍ଚ୍ଚ କରିଥିଲା ବୋର୍ଡ।
ସେହିଭଳି ୨୦୨୩ରେ ଆରମ୍ଭ ହୋଇଥିବା ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍)ରେ ବିସିସିଆଇ ମିଡିଆ ରାଇଟ, ଫ୍ରାଞ୍ଚାଇଜ୍ ଫି ଏବଂ ପ୍ରାୟୋଜକ ମାଧ୍ୟମରେ ୬୩୬ କୋଟି ଆୟ କରିଛି। ଇତି ମଧ୍ୟରେ ବୋର୍ଡ ମୋଟ ୨୫୯ କୋଟି ଖର୍ଚ୍ଚ ବି କରିଛି। ହୋଇଥିଲା। କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଡ ଚୌଧୁରୀ ରାଜ୍ୟସଭାରେ ବିସିସିଆଇ ଦେଇଥିବା ଜିଏସ୍ଟି ବିଷୟରେ ସୂଚନା ଦେଇଥିଲେ। ଆର୍ଥିକ ବର୍ଷ ୨୦୨୩ ଓ ୨୦୨୪ ରେ ବୋର୍ଡ ୨,୦୩୮ କୋଟି ଟଙ୍କା ଜିଏସ୍ଟି ଦେଇଛି।