ଜ୍ୟୋତିଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା: ପହଲଗାମ୍‌ ଆକ୍ରମଣବେଳେ କାହା ସମ୍ପର୍କରେ ଥିଲେ? ମିଳିଲା ସୂଚନା

ଚଣ୍ଡିଗଡ,୨୨।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କୁ ତାଙ୍କର ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗୁରୁବାର ହରିୟାଣାର ହିସାର ପୋଲିସ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ, କୋର୍ଟ ପୋଲିସକୁ ଜ୍ୟୋତିଙ୍କ ଡାକ୍ତରୀ ରିପୋର୍ଟ ବିଷୟରେ ପଚାରିଥିଲେ ଏବଂ କାଗଜପତ୍ର ଦେଖିଥିଲେ। ହିସାର ପୋଲିସ କୋର୍ଟରୁ ପୁଣି ୪ ଦିନିଆ ରିମାଣ୍ଡ ଆବେଦନ କରିଥିବାର ଜଣାପଡିଛି। କୋର୍ଟରେ ପୋଲିସ କହିଛି, ଜ୍ୟୋତିଙ୍କ ଫୋନ ଏବଂ ଲାପଟପ ସହିତ ତାଙ୍କ ବ୍ୟାଙ୍କ […] The post ଜ୍ୟୋତିଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା: ପହଲଗାମ୍‌ ଆକ୍ରମଣବେଳେ କାହା ସମ୍ପର୍କରେ ଥିଲେ? ମିଳିଲା ସୂଚନା appeared first on Dharitri Odia News.

ଜ୍ୟୋତିଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା: ପହଲଗାମ୍‌ ଆକ୍ରମଣବେଳେ କାହା ସମ୍ପର୍କରେ ଥିଲେ? ମିଳିଲା ସୂଚନା

ଚଣ୍ଡିଗଡ,୨୨।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କୁ ତାଙ୍କର ୫ ଦିନିଆ ରିମାଣ୍ଡ ଶେଷ ହେବା ପରେ ଗୁରୁବାର ହରିୟାଣାର ହିସାର ପୋଲିସ କୋର୍ଟରେ ହାଜର କରିଥିଲା। ଶୁଣାଣି ସମୟରେ, କୋର୍ଟ ପୋଲିସକୁ ଜ୍ୟୋତିଙ୍କ ଡାକ୍ତରୀ ରିପୋର୍ଟ ବିଷୟରେ ପଚାରିଥିଲେ ଏବଂ କାଗଜପତ୍ର ଦେଖିଥିଲେ। ହିସାର ପୋଲିସ କୋର୍ଟରୁ ପୁଣି ୪ ଦିନିଆ ରିମାଣ୍ଡ ଆବେଦନ କରିଥିବାର ଜଣାପଡିଛି।

କୋର୍ଟରେ ପୋଲିସ କହିଛି, ଜ୍ୟୋତିଙ୍କ ଫୋନ ଏବଂ ଲାପଟପ ସହିତ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ଫରେନ୍ସିକ ବିବରଣୀ ଦୁଇ ଦିନ ମଧ୍ୟରେ ଉପଲବ୍ଧ ହେବ ଏବଂ ଏ ସମ୍ପର୍କରେ ତାଙ୍କୁ ପଚରାଉଚରା କରିବା ଆବଶ୍ୟକ। ଜ୍ୟୋତି ଦେଶର ଅନେକ ରାଜ୍ୟକୁ ଯାଇ ତାଙ୍କର ଭିଡିଓ କରିଥିଲେ, ସେଠାକାର ପୋଲିସ ସହିତ ଯୋଗାଯୋଗ କରାଯାଇଛି, ଆବଶ୍ୟକ ହେଲେ ତାଙ୍କୁ ସେଠାକୁ ନେଇ ପଚରାଉଚରା କରିବାକୁ ପଡ଼ିପାରେ।

ହିସାର ପୋଲିସ କହିଛି ଯେ, ପଚରାଉଚରା ସମୟରେ ଜ୍ୟୋତି ଅନେକ ପ୍ରଶ୍ନର ଉତ୍ତର ଦେବାକୁ ଏଡ଼ାଇ ଯାଉଥିଲେ। ପୋଲିସ କହିଛି ଯେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥିଲା, ଜ୍ୟୋତି ଜଣେ ପାକିସ୍ତାନ ଗୁପ୍ତଚର ଅଧିକାରୀ (ପିଆଇଓ)ଙ୍କ ସହ ଯୋଗାଯୋଗରେ ଥିଲେ।

ଜ୍ୟୋତିଙ୍କ ୩ଟି ମୋବାଇଲ ଫୋନ ଏବଂ ଲାପଟପ୍‌ ଫରେନସିକ ରିପୋର୍ଟ ଦୁଇ ଦିନ ମଧ୍ୟରେ ଆସିବ। ପରବର୍ତ୍ତୀ ଚାରି ଦିନର ରିମାଣ୍ଡ ମଧ୍ୟରେ, ପୋଲିସ ତାଙ୍କୁ ଫୋରେନସିକ ରିପୋର୍ଟ ସହିତ ସାମ୍ନା କରିବ। ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ନିଆଯାଇଛି। ପୋଲିସର କହିବା ଅନୁଯାୟୀ, ଜ୍ୟୋତି ସବୁକିଛି ଜାଣିଥିଲେ ମଧ୍ୟ ସେ ପାକିସ୍ତାନୀ ଗୋଇନ୍ଦା ଅଧିକାରୀଙ୍କ ସହ ଯୋଗାଯୋଗରେ ଥିଲେ।

ହରିୟାଣାର ହିସାରର ୩୩ ବର୍ଷୀୟ ୟୁଟ୍ୟୁବର ଏବଂ ଟ୍ରାଭେଲ ବ୍ଲଗର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା (ISI) ପାଇଁ ଗୁପ୍ତଚର ଏବଂ ସମ୍ବେଦନଶୀଳ ସୂଚନା ଶେୟାର କରିବା ଅଭିଯୋଗରେ ମେ୧୭ରେ ଗିରଫ କରାଯାଇଥିଲା।

The post ଜ୍ୟୋତିଙ୍କୁ ନେଇ ଚାଞ୍ଚଲ୍ୟକର ଖୁଲାସା: ପହଲଗାମ୍‌ ଆକ୍ରମଣବେଳେ କାହା ସମ୍ପର୍କରେ ଥିଲେ? ମିଳିଲା ସୂଚନା appeared first on Dharitri Odia News.