ଜ୍ୱାଇଁ ମାଡ଼ରେ ଶ୍ୱଶୁର ମୃତ, ଅଭିଯୁକ୍ତ ଗିରଫ

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ସିମିଳିପୁର୍ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିମିଳିପୁର୍ ଗ୍ରାମର କାଳନ୍ଦୀ ଦାସଙ୍କ ଝିଅ ପୂଜା ବେହେରା ତାଳବସ୍ତ୍ ପଂଚାୟତ ପୁଟସାହିର ଦୁଃଶାସନ ବେହେରା ଓରଫ ନରିଆଙ୍କୁ ବିବାହ କରିଥିଲେ । ଉଭୟେ କଟକରେ ରହୁଥିଲେ । ମାତ୍ର ସବୁ ଦିନ ପୂଜାଙ୍କ ଉପରେ ମାଡ ଗାଳି ହେଉଥିବାରୁ ପୂଜା ପୁଅକୁ ଧରି ବାପ ଘରେ ରହୁଥିଲା । ଆଜି ଦୁଃଶାସନ ସ୍ତ୍ରୀ ପୂଜାକୁ ଶାଶୁ ଓ ଶ୍ବଶୁରଙ୍କ […] The post ଜ୍ୱାଇଁ ମାଡ଼ରେ ଶ୍ୱଶୁର ମୃତ, ଅଭିଯୁକ୍ତ ଗିରଫ appeared first on KNews Odisha.

ଜ୍ୱାଇଁ ମାଡ଼ରେ ଶ୍ୱଶୁର ମୃତ, ଅଭିଯୁକ୍ତ ଗିରଫ
similipur

ବାଙ୍କୀ : ବାଙ୍କୀ ଥାନା ଅନ୍ତର୍ଗତ ସିମିଳିପୁର୍ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସିମିଳିପୁର୍ ଗ୍ରାମର କାଳନ୍ଦୀ ଦାସଙ୍କ ଝିଅ ପୂଜା ବେହେରା ତାଳବସ୍ତ୍ ପଂଚାୟତ ପୁଟସାହିର ଦୁଃଶାସନ ବେହେରା ଓରଫ ନରିଆଙ୍କୁ ବିବାହ କରିଥିଲେ । ଉଭୟେ କଟକରେ ରହୁଥିଲେ । ମାତ୍ର ସବୁ ଦିନ ପୂଜାଙ୍କ ଉପରେ ମାଡ ଗାଳି ହେଉଥିବାରୁ ପୂଜା ପୁଅକୁ ଧରି ବାପ ଘରେ ରହୁଥିଲା । ଆଜି ଦୁଃଶାସନ ସ୍ତ୍ରୀ ପୂଜାକୁ ଶାଶୁ ଓ ଶ୍ବଶୁରଙ୍କ ଉପସ୍ଥିତରେ ପ୍ରବଳ ମାଡ଼ ମାରିବାରୁ ଶ୍ବଶୁର ବାଧା ଦେବାକୁ ଆସିଥିଲେ । ହେଲେ ଦୁଃଶାସନ ଶ୍ବଶୁରଙ୍କ ମୁଣ୍ଡକୁ ଜୋର୍ ରେ ମାଡ ମାରିବା ପରେ ଶ୍ୱଶୁର ତଳେ ପଡ଼ିଯାଇଥିଲେ । ଶ୍ୱଶୁରଙ୍କୁ ବାଙ୍କୀ ଡ଼ାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେପଟେ ମାଡ ମାରିଥିବା ଅଭିଯୁକ୍ତ ଜ୍ବାଇଁକୁ ପୋଲିସ ଧରି ଆଣି ଥାନାରେ ଅଟକ ରଖି ପଚରା ଉଚରା କରୁଛି ।

The post ଜ୍ୱାଇଁ ମାଡ଼ରେ ଶ୍ୱଶୁର ମୃତ, ଅଭିଯୁକ୍ତ ଗିରଫ appeared first on KNews Odisha.