ଜୟ ଶାହାଙ୍କ ମୋଟ ସମ୍ପତ୍ତି କେତେ ? କ୍ରିକେଟ୍ ଏବଂ ବ୍ୟବସାୟରୁ କେତେ କରନ୍ତି ରୋଜଗାର...
ନୂଆଦିଲ୍ଲୀ ୨୯।୦୮: BCCI ଅଧ୍ୟକ୍ଷ ଜୟ ଶାହା । ଡିସେମ୍ବର ୧ରୁ ସମ୍ଭାଳିବେ ICC ଅଧ୍ୟକ୍ଷ ପଦ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ICC ଅଧ୍ୟକ୍ଷ ହେବାରେ ଜୟ ଶାହା ହେଉଛନ୍ତି ସବୁଠାରୁ କମ୍ ବୟସ୍କ । କିନ୍ତୁ ଜାଣନ୍ତି କି କେତେ ରୋଜଗାର କରନ୍ତି ଜୟଶାହା ? BCCI ତାଙ୍କୁ କେତେ ଦେଇଥାଏ ଦରମା ? ତାଙ୍କର ମୋଟ ସମ୍ପତ୍ତି କେତେ ? ଆସନ୍ତୁ ଜାଣିବା...ଜୟଶାହା ୨୦୧୯ରୁ ବିସିସିଆଇ ସଚିବ ଭାବରେ କାମ କରୁଛନ୍ତି । ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଜୟଶାହାଙ୍କୁ ମାତ୍ର ୩୫ ବର୍ଷ ବୟସ । ରିପୋର୍ଟ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୨୪ କୋଟି ଟଙ୍କା । ତେବେ ତାଙ୍କ ଆୟର ଉତ୍ସ କେବଳ କ୍ରିକେଟ୍ ନୁହେଁ ସେ ବ୍ୟବସାୟରେ ମଧ୍ୟ ବିନିଯୋଗ କରିଛନ୍ତି । ତାଙ୍କ ପାଖରେ କୁସୁମ୍ ଫିନ୍ସର୍ଭ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ୬୦ ପ୍ରତିଶତ ଅଂଶଧନ ରହିଛି । ତାଙ୍କ ସହିତ ପ୍ରଦିପ ଭାଇ କାନ୍ତିଲାଲ ଶାହା ଏହି କମ୍ପାନୀର ନିର୍ଦ୍ଦେଶକ ଅଟନ୍ତି । ଏହାବ୍ୟତୀତ ପୂର୍ବରୁ ଶାହା ଟେମ୍ପଲ୍ ଏଣ୍ଟରପ୍ରାଇଜ୍ ନାମକ ଏକ କମ୍ପାନୀରେ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ। ଯଦି ବିସିସିଆଇରୁ ଆୟ କଥା କହିବା ତେବେ, ଶାହାଙ୍କ ଦରମା ଏକ ନିର୍ଦ୍ଦିଷ୍ଟ ପରିମାଣ ନୁହେଁ। ଯେପରି ଏକ ଆନ୍ତର୍ଜାତୀୟ କ୍ରିକେଟ୍ ମିଟିଙ୍ଗ୍ କିମ୍ବା କୌଣସି ସ୍ଥାନକୁ ଯିବାକୁ ହେଲେ ତାଙ୍କୁ ୮୪ ହଜା
ନୂଆଦିଲ୍ଲୀ ୨୯।୦୮: BCCI ଅଧ୍ୟକ୍ଷ ଜୟ ଶାହା । ଡିସେମ୍ବର ୧ରୁ ସମ୍ଭାଳିବେ ICC ଅଧ୍ୟକ୍ଷ ପଦ। ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ICC ଅଧ୍ୟକ୍ଷ ହେବାରେ ଜୟ ଶାହା ହେଉଛନ୍ତି ସବୁଠାରୁ କମ୍ ବୟସ୍କ । କିନ୍ତୁ ଜାଣନ୍ତି କି କେତେ ରୋଜଗାର କରନ୍ତି ଜୟଶାହା ? BCCI ତାଙ୍କୁ କେତେ ଦେଇଥାଏ ଦରମା ? ତାଙ୍କର ମୋଟ ସମ୍ପତ୍ତି କେତେ ? ଆସନ୍ତୁ ଜାଣିବା...

ଜୟଶାହା ୨୦୧୯ରୁ ବିସିସିଆଇ ସଚିବ ଭାବରେ କାମ କରୁଛନ୍ତି । ବର୍ତ୍ତମାନ ସେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଜୟଶାହାଙ୍କୁ ମାତ୍ର ୩୫ ବର୍ଷ ବୟସ । ରିପୋର୍ଟ ଅନୁଯାୟୀ ତାଙ୍କର ମୋଟ ସମ୍ପତ୍ତି ହେଉଛି ୧୨୪ କୋଟି ଟଙ୍କା । ତେବେ ତାଙ୍କ ଆୟର ଉତ୍ସ କେବଳ କ୍ରିକେଟ୍ ନୁହେଁ ସେ ବ୍ୟବସାୟରେ ମଧ୍ୟ ବିନିଯୋଗ କରିଛନ୍ତି ।

ତାଙ୍କ ପାଖରେ କୁସୁମ୍ ଫିନ୍ସର୍ଭ ପ୍ରାଇଭେଟ ଲିମିଟେଡ୍ କମ୍ପାନୀର ୬୦ ପ୍ରତିଶତ ଅଂଶଧନ ରହିଛି । ତାଙ୍କ ସହିତ ପ୍ରଦିପ ଭାଇ କାନ୍ତିଲାଲ ଶାହା ଏହି କମ୍ପାନୀର ନିର୍ଦ୍ଦେଶକ ଅଟନ୍ତି । ଏହାବ୍ୟତୀତ ପୂର୍ବରୁ ଶାହା ଟେମ୍ପଲ୍ ଏଣ୍ଟରପ୍ରାଇଜ୍ ନାମକ ଏକ କମ୍ପାନୀରେ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ।

ଯଦି ବିସିସିଆଇରୁ ଆୟ କଥା କହିବା ତେବେ, ଶାହାଙ୍କ ଦରମା ଏକ ନିର୍ଦ୍ଦିଷ୍ଟ ପରିମାଣ ନୁହେଁ। ଯେପରି ଏକ ଆନ୍ତର୍ଜାତୀୟ କ୍ରିକେଟ୍ ମିଟିଙ୍ଗ୍ କିମ୍ବା କୌଣସି ସ୍ଥାନକୁ ଯିବାକୁ ହେଲେ ତାଙ୍କୁ ୮୪ ହଜାର ଡଲାର୍ ଅର୍ଥାତ୍ ପ୍ରାୟ ୭୦.୦୫ ଲକ୍ଷ ଟଙ୍କା ଭତ୍ତା ଭାବରେ ମିଳିଥାଏ ।

ଏହାବ୍ୟତୀ ଭାରତର କୌଣସି ମିଟିଙ୍ଗ୍ କିମ୍ବା ଭ୍ରମଣକୁ ଯିବା ପାଇଁ ତାଙ୍କୁ ମିଳିଥାଏ ୪୦ ହଜାର ଟଙ୍କା । ତେବେ ବିସିସିଆଇ ଭଳି ଆଇସିସିରୁ ମିଳିଥିବା ଦରମା ମଧ୍ୟ ସ୍ଥିର ହୋଇନାହିଁ । ଆଇସିସି କାମ ହେତୁ ତାଙ୍କୁ ମିଟିଙ୍ଗ୍ ଏବଂ କାମ ପାଇଁ ବାହାରକୁ ଯିବାକୁ ଭତ୍ତା ଦିଆଯିବ । ସେ ବିମାନରେ ବିଜନେସ୍ କ୍ଲାସ୍ ସିଟ୍ ମିଳିଥାଏ ।