ଜୟନାରାୟଙ୍କ ବିସ୍ଫୋରକ ବୟାନ, କହିଲେ- ମୁଁ ଜଣେ ତଡ଼ାଖିଆ ଲୋକ
କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶର ୨୪ ଘଣ୍ଟା ନ ପୂରୁଣୁ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ବୟାନ। ସମୀର ଦେଙ୍କ ଶୋକ ସଭାରେ ବିଷ ଉଗାରିଲେ ଜୟନାରାୟଣ। କହିଲେ ବିଜେପିରୁ ସାଇଡ୍ ଲାଇନ୍ ହୋଇ ରହିଛି। ଆଉ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭାପତି ମନମୋହନ ସାମଲ।ଜୟନାରାୟଣ କହିଛନ୍ତି, ଏବିଭିପିରୁ ତଡ଼ା ଖାଇଥିଲି, ବିଜେପିରୁ ମଧ୍ୟ ତଡ଼ା ଖାଇଛି। ସ୍କୁଲରୁ ଦୁଇ ତିନି ଥର ତଡ଼ା ଖାଇଛି। କଲେଜରୁ ଚାରି ପାଞ୍ଚ ଥର ତଡ଼ା ଖାଇଛି। ମୁଁ ଜଣେ ତଡ଼ାଖିଆ ଲୋକ। ସବୁ ଜାଗାରୁ ମୁଁ ତଡ଼ା ଖାଏ। ସମୀର ଦେଙ୍କ ଜୀବନରେ ଯାହା ଘଟିଥିଲା, ଏବେ ତାହା ମୋ ସହ ଘଟୁଛି। ସମୀର ଦେଙ୍କୁ ଦଳ ଯେମିତି ଗୁରୁତ୍ଵ ଦେବ କଥା ଦେଇନାହିଁ। କଟକରେ ତାଙ୍କ ବିରୋଧରେ ଲୋକ ବାରମ୍ବାର ଲଗାଯାଇଛି। ମୋ ବିରୋଧରେ ଆଜି ମଧ୍ୟ ଲୋକ ଲଗାଯାଇଛି। ମୋ ବିରୋଧରେ ଜଣେ ନିଶ୍ଚିତ ରହିବ, ଏହା ପାର୍ଟିର ଯୋଜନାବଦ୍ଧ କାର୍ଯ୍ୟକ୍ରମ। ଜୟନାରାୟଣ ମିଶ୍ର ବିଜେପି ରାଜ୍ୟ ସଭାପତି ରାଜସ୍ୱମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏମିତି କହିଛନ୍ତି।ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ସମୀର ମହାନ୍ତି ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତି
କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶର ୨୪ ଘଣ୍ଟା ନ ପୂରୁଣୁ ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ସାଂଘାତିକ ବୟାନ। ସମୀର ଦେଙ୍କ ଶୋକ ସଭାରେ ବିଷ ଉଗାରିଲେ ଜୟନାରାୟଣ। କହିଲେ ବିଜେପିରୁ ସାଇଡ୍ ଲାଇନ୍ ହୋଇ ରହିଛି। ଆଉ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭାପତି ମନମୋହନ ସାମଲ।
ଜୟନାରାୟଣ କହିଛନ୍ତି, ଏବିଭିପିରୁ ତଡ଼ା ଖାଇଥିଲି, ବିଜେପିରୁ ମଧ୍ୟ ତଡ଼ା ଖାଇଛି। ସ୍କୁଲରୁ ଦୁଇ ତିନି ଥର ତଡ଼ା ଖାଇଛି। କଲେଜରୁ ଚାରି ପାଞ୍ଚ ଥର ତଡ଼ା ଖାଇଛି। ମୁଁ ଜଣେ ତଡ଼ାଖିଆ ଲୋକ। ସବୁ ଜାଗାରୁ ମୁଁ ତଡ଼ା ଖାଏ। ସମୀର ଦେଙ୍କ ଜୀବନରେ ଯାହା ଘଟିଥିଲା, ଏବେ ତାହା ମୋ ସହ ଘଟୁଛି। ସମୀର ଦେଙ୍କୁ ଦଳ ଯେମିତି ଗୁରୁତ୍ଵ ଦେବ କଥା ଦେଇନାହିଁ। କଟକରେ ତାଙ୍କ ବିରୋଧରେ ଲୋକ ବାରମ୍ବାର ଲଗାଯାଇଛି। ମୋ ବିରୋଧରେ ଆଜି ମଧ୍ୟ ଲୋକ ଲଗାଯାଇଛି। ମୋ ବିରୋଧରେ ଜଣେ ନିଶ୍ଚିତ ରହିବ, ଏହା ପାର୍ଟିର ଯୋଜନାବଦ୍ଧ କାର୍ଯ୍ୟକ୍ରମ। ଜୟନାରାୟଣ ମିଶ୍ର ବିଜେପି ରାଜ୍ୟ ସଭାପତି ରାଜସ୍ୱମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଏମିତି କହିଛନ୍ତି।
ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପ-ମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ସମୀର ମହାନ୍ତି ଉପସ୍ଥିତ ଥିଲେ। ସେମାନଙ୍କ ଉପସ୍ଥିତିରେ ଜୟନାରାୟଣ ମିଶ୍ର ନିଜର କ୍ଷୋଭ ପ୍ରକାଶ କରିଛନ୍ତି।
ଜୟନାରାୟଣଙ୍କ ବିସ୍ଫୋରକ ବୟାନ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତ, ଏ ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଏ। କାର୍ଯ୍ୟକର୍ତ୍ତାଙ୍କୁ ଉଚିତ୍ ସମ୍ମାନ ମିଳେ, କୌଣସି ପାତରଅନ୍ତର କରାଯାଏନି। ଆପଣମାନେ ଯାହା ଶୁଣିଛନ୍ତ, ସେମିତି ସେ କିଛି କହି ନାହାନ୍ତି। ତେବେ ଜୟନାରାୟଣଙ୍କୁ କିଏ କୋଣଠେସା କରିବାକୁ ଚାହୁଁଛି ତାକୁ ନେଇ ପ୍ରଶ୍ନ ଉଠିଛି।
ସୂଚନାଯୋଗ୍ୟ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ନେତା ଓ ବିଧାୟକଙ୍କ ସହ ବୈଠକ କରିଥିଲେ। ଏହି ସମୟରେ ସରକାର ଓ ଦଳ କିପରି ସୁରୁଖୁରୁରେ ଚଳାଯିବ, ସେ ନେଇ ବିଭିନ୍ନ ପରାମର୍ଶ ଦେଇଥିଲେ। ସେ କହିଥିଲେ ସଂଗଠନକୁ ମଜଭୁତ କର ଏବଂ ଲୋକଙ୍କ ପାଇଁ କାମ କର। ଯେମିତି ବିଜେପି ୨୦୩୬ ପର୍ଯ୍ୟନ୍ତ ଓଡ଼ିଶାରେ ସରକାରରେ ରହିବ। ଏହି ସଭାରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ, ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।