ଜୟନ୍ତପୁର:ଦର୍ଶନ ଦେଲେ ଜଗନ୍ନାଥ,ମନ୍ଦିର ଲୋକାର୍ପିତ
ସମ୍ବଲପୁର (ପଡିଆବାହାଲ):ବହୁ ପ୍ରତିକ୍ଷିତ ଜୟନ୍ତପୁର ଗ୍ରାମର ସୁରମ୍ୟ ଜଗନ୍ନାଥ ମନ୍ଦିର ଆଜି ଲୋକାର୍ପିତ ହୋଇ ପ୍ରଭୁ ଜଗନ୍ନାଥ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି । ଏଥିପାଇଁ ଗତ ୧୩ ତାରିଖ ଦିନ ଅଙ୍କୁରାରୋପଣ ୧୪ ତାରିଖରେ ବର୍ଣ୍ଣାଢ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ମଙ୍ଗଳବାର ଦିନ ପ୍ରାଣପ୍ରତିଷ୍ଠା,ନ୍ୟାସ କର୍ମ,ଶିସାର ସ୍ନାନ,ମନ୍ଦିର ବିନ୍ୟାସ ପରେ ଆଜି ମନ୍ଦିର ପ୍ରତିଷ୍ଠା ହୋଇ ପ୍ରଭୁ ଜଗନ୍ନାଥ ଦେବତା ଙ୍କ ମନ୍ଦିର ପ୍ରବେଶ ଓ ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରାଣ ପ୍ରତିଷ୍ଠା ସମାରୋହରେ […] The post ଜୟନ୍ତପୁର:ଦର୍ଶନ ଦେଲେ ଜଗନ୍ନାଥ,ମନ୍ଦିର ଲୋକାର୍ପିତ appeared first on Odisha.News.
ସମ୍ବଲପୁର (ପଡିଆବାହାଲ):ବହୁ ପ୍ରତିକ୍ଷିତ ଜୟନ୍ତପୁର ଗ୍ରାମର ସୁରମ୍ୟ ଜଗନ୍ନାଥ ମନ୍ଦିର ଆଜି ଲୋକାର୍ପିତ ହୋଇ ପ୍ରଭୁ ଜଗନ୍ନାଥ ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି ।
ଏଥିପାଇଁ ଗତ ୧୩ ତାରିଖ ଦିନ ଅଙ୍କୁରାରୋପଣ ୧୪ ତାରିଖରେ ବର୍ଣ୍ଣାଢ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇ ମଙ୍ଗଳବାର ଦିନ ପ୍ରାଣପ୍ରତିଷ୍ଠା,ନ୍ୟାସ କର୍ମ,ଶିସାର ସ୍ନାନ,ମନ୍ଦିର ବିନ୍ୟାସ ପରେ ଆଜି ମନ୍ଦିର ପ୍ରତିଷ୍ଠା ହୋଇ ପ୍ରଭୁ ଜଗନ୍ନାଥ ଦେବତା ଙ୍କ ମନ୍ଦିର ପ୍ରବେଶ ଓ ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରାଣ ପ୍ରତିଷ୍ଠା ସମାରୋହରେ ୫୦ ହଜାରରୁ ଉର୍ଦ୍ଧ୍ବ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଗ୍ରାମରେ ସମାଗମ ହୋଇ ଜୟନ୍ତପୁର ଜନ ସମୁଦ୍ରରେ ପରିପୂର୍ଣ୍ଣ ହୋଇଥିଲା।
ଏହି ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ପୁରୁଷୋତ୍ତମ କରଙ୍କ ପୌରହିତ୍ୟରେ ଆଶିସ ସାହୁ ଓ ପ୍ରମିତା ସାହୁ କର୍ତ୍ତା ଦାୟିତ୍ୱ ସଂପାଦନ କରିଥିଲେ।ଗୀତା ନାମଯଜ୍ଞ, ସଂକର୍ତ୍ତନରେ ସମଗ୍ର ଗ୍ରାମ ଜଗନ୍ନାଥ ମୟ ହୋଇ ଉଠିଥିଲା । ଏହି ଅବସରରେ ରେଢାଖୋଲର ପୁର୍ବତନ ବିଧାୟକ ମନ୍ତ୍ରୀ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୁଲାଲ ପ୍ରଧାନ, ଗୋବିନ୍ଦ ଅଗ୍ରୱାଲ,ଦେବେନ୍ଦ୍ର ମହାପାତ୍ର, ବିକାଶ ଫାଉଣ୍ଡେସନର ଅଧ୍ୟକ୍ଷା ମୃଦୁଲା ପ୍ରଧାନ ଓବିସି ବଜିପି ମହିଳା ମୋର୍ଚା ରାଜ୍ୟ ସଂପାଦିକା ସସ୍ମିତା ଦେହୂରୀ ପ୍ରମୂଖ ଜଗନ୍ନାଥ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନିମନ୍ତ୍ରିତ ହୋଇ ଯୋଗଦାନ କରିଥିଲେ।
ମନ୍ଦିର ପ୍ରତିଷ୍ଠା କମିଟି ସଭାପତି ନରେନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ବହୁମୂଖି କାର୍ଯ୍ୟକ୍ରମରେ ସଂପାଦକ ବଳରାମ ସାହୁ,ଅମୁଲ୍ୟ ସାହୁ, ଜ୍ୟୋତିଶ ସାହୁ,ଶ୍ରୀପତି ପ୍ରଧାନ,ଆନନ୍ଦ ସାମଲ,ଦୀନବନ୍ଧୁ ପ୍ରଧାନ,ସିଦ୍ଧେଶ୍ୱର ସାହୁ, ପ୍ରତାପ ସାହୁ,ଦୀପକ ପ୍ରଧାନ,ସୁରଜ ଗୁରୁ,ପ୍ରଫୁଲ୍ଲ ଚଇନି ପ୍ରମୂଖ ବିଭିନ୍ନ ଦାୟିତ୍ୱ ନିର୍ବାହ କରି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ମନ୍ଦିର ପ୍ରତିଷ୍ଠା ପାଇଁ ବହୁ ଉତ୍ସାହୀ ଧାର୍ମିକ ସମାଜସେବୀ ଓ ଅନୁଷ୍ଠାନ ପକ୍ଷରୁ ପାନୀୟ ଜଳ ଠାରୁ ଚା,ଜଳଖିଆ ପ୍ରଭୃତି ସେବା ଯୋଗାଇ ଦିଆଯାଇଥିବା ବେଳେ ମନ୍ଦିର କମିଟି ପକ୍ଷରୁ ସହସ୍ରାଧିକ ଜଗନ୍ନାଥ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଅନ୍ନ ପ୍ରସାଦରେ ଆପ୍ୟାୟିତ କରାଯାଇଥିଲା।ଆୟୋଜିତ ଉତ୍ସରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ,ଯୁବ ବିଜେଡିର ରାଜ୍ୟ ସାଧାରଣ ସଂପାଦକ ହୀରାଲାଲ୍ ବେହେରା,ଖରାଂଶୁ ଦେବ, ରାଜକୁମର ସାହୁ,ଚାଷୀ ନେତା ରାମସାଗର ସାହୁ ଓ ବିଭିନ୍ନ ପଞ୍ଚାୟତର ସରପଞ୍ଚ୍,ସମିତି ସଭ୍ୟ/ସଭ୍ୟା,ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଯୋଗଦାନ କରିଥିଲେ । ସନ୍ଧ୍ୟାରେ ମଧ୍ୟ ଗ୍ରାମର ପଡା ପଡାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
The post ଜୟନ୍ତପୁର:ଦର୍ଶନ ଦେଲେ ଜଗନ୍ନାଥ,ମନ୍ଦିର ଲୋକାର୍ପିତ appeared first on Odisha.News.