ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ

ମେଲବୋର୍ନ, ୩୧।୧୨: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ସୋମବାର ଯଶସ୍ବୀ ଜୟସ୍ବାଲଙ୍କ ଆଉଟକୁ ନେଇ ବିବାଦୀୟ ସ୍ଥିତି ଦେଖା ଦେଇଛି। ଏହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜୟସ୍ବାଲ ୮୪ ରନ କରିଥିବାବେଳେ କଟ୍‌ ବିହାଇଣ୍ଡ ଆବେଦନ କରିଥିଲେ ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍‌ କୁମିନ୍ସ ଓ ଉଇକେଟ କିପର ଆଲେକ୍ସ କାରେ। ଫିଲ୍ଡ ଅମ୍ପାୟର ଜୋଏଲ ଓ୍ବିଲସନ ଆଉଟ ନ ଦେବାରୁ କୁମିନ୍ସ ଡିଆରଏସ ନେଇଥିଲେ। ତେବେ ବଲ୍‌ ବ୍ୟାଟ୍‌ରେ […] The post ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ appeared first on Dharitri Odia News.

ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ

ମେଲବୋର୍ନ, ୩୧।୧୨: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ସୋମବାର ଯଶସ୍ବୀ ଜୟସ୍ବାଲଙ୍କ ଆଉଟକୁ ନେଇ ବିବାଦୀୟ ସ୍ଥିତି ଦେଖା ଦେଇଛି। ଏହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଜୟସ୍ବାଲ ୮୪ ରନ କରିଥିବାବେଳେ କଟ୍‌ ବିହାଇଣ୍ଡ ଆବେଦନ କରିଥିଲେ ଅଷ୍ଟ୍ରେଲୀୟ ବୋଲର ପ୍ୟାଟ୍‌ କୁମିନ୍ସ ଓ ଉଇକେଟ କିପର ଆଲେକ୍ସ କାରେ। ଫିଲ୍ଡ ଅମ୍ପାୟର ଜୋଏଲ ଓ୍ବିଲସନ ଆଉଟ ନ ଦେବାରୁ କୁମିନ୍ସ ଡିଆରଏସ ନେଇଥିଲେ। ତେବେ ବଲ୍‌ ବ୍ୟାଟ୍‌ରେ ବାଜି ନ ଥିବା ସ୍ନିକୋ ମିଟରରେ ସ୍ପଷ୍ଟ ହୋଇଥିଲେ ମଧ୍ୟ ତୃତୀୟ ଅମ୍ପାୟର ସୈକତ ଶର୍ଫୁଦୁଲା ଆଉଟ ଦେଇଥିଲେ।

ଜୟସ୍ବାଲ ଏଥିରେ ସନ୍ତୁଷ୍ଟ ନ ହୋଇ ଫିଲ୍ଡ ଅମ୍ପାୟରଙ୍କ ସହିତ ଆଲୋଚନା କରି ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ମାତ୍ର ଭିଜୁଆଲ ଭିତ୍ତିରେ ବଲ୍‌ ଜୟସ୍ବାଲ୍‌ଙ୍କ ଗ୍ଲୋଭ୍ସ/ବ୍ୟାଟ୍‌ରେ ବାଜିଥିବା ନେଇ ତୃତୀୟ ଅମ୍ପାୟର ପ୍ରକାଶ କରିଥିଲେ। ତେବେ ନିଷ୍ପତ୍ତି ନେବାବେଳେ ସେ ସ୍ନିକୋ ମିଟରକୁ ଅଣଦେଖା କରିଥିବାରୁ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଦର୍ଶକମାନେ ଚିଟର, ଚିଟର ଗୁଞ୍ଜରଣ ସୃଷ୍ଟି କରିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କୁମିନ୍ସ କିନ୍ତୁ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଠିକ୍‌ ବୋଲି ପ୍ରକାଶ କରିଛନ୍ତି। ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ମଧ୍ୟ ଜୟସ୍ବାଲ ହୁକ୍‌ କରୁଥିବାବେଳେ ବଲ୍‌କୁ ଟଚ୍‌ କରିଥିବାନେଇ ଅନୁଭବ କରୁଥିବା କହିଛନ୍ତି। ପୂର୍ବତନ ଆଇସିସି ଏଲିଟ ପ୍ୟାନେଲ ଅମ୍ପାୟର ସିମନ ଟଫେଲ ତୃତୀୟ ଅମ୍ପାୟରଙ୍କ ନିଷ୍ପତ୍ତି ଠିକ୍‌ ବୋଲି ଚ୍ୟାନେଲ-୭କୁ ସାକ୍ଷାତ୍‌କାର ଦେଇ ପ୍ରକାଶ କରିଛନ୍ତି। ଟେକ୍ନୋଲୋଜିକୁ ଅଣଦେଖା କରିଥିବାରୁ ଟିଭି ଅମ୍ପାୟରଙ୍କୁ ସମାଲୋଚନା କରିଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ଗୋଟିଏ ଦିନ ଭିଜୁଆଲ ଓ ଅନ୍ୟ ଦିନ ଟେକ୍ନୋଲୋଜିକୁ ପ୍ରମାଣ ଭାବେ ନିଆଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

The post ଜୟସ୍ବାଲଙ୍କ ଆଉଟକୁ ତେଜିଲା ବିବାଦ appeared first on Dharitri Odia News.