ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ
କୋରାପୁଟ, ୨୮।୭,(ଅମିତାଭ ବେହେରା): ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ ଉଦ୍ଧାର। ଡକରିଘାଟି ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍। ଏବେ ମଧ୍ୟ ଝିଅ ନିଖୋଜ ରହିଥିଲା ବେଳ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଗତକାଲି ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ଡକରିଘାଟି ଅନ୍ତର୍ଗତ ଝଞ୍ଜାବତୀ ନଦୀରେ ୮ ମାସର ଗର୍ଭବତୀ ଓ ତାଙ୍କ ୬ ବର୍ଷର ଝିଅ ଶନିବାର ଭାସିଯାଇଥିଲେ। ତାଙ୍କର ଅଗଷ୍ଟ ୧୮ରେ ପ୍ରସବ ଥିଲା। ମା’ ଗୃହରୁ ସେ […] The post ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ appeared first on Dharitri Odia News.
କୋରାପୁଟ, ୨୮।୭,(ଅମିତାଭ ବେହେରା): ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ ଉଦ୍ଧାର। ଡକରିଘାଟି ଗାଁ ନିକଟ ନଦୀରୁ ମୃତଦେହ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍। ଏବେ ମଧ୍ୟ ଝିଅ ନିଖୋଜ ରହିଥିଲା ବେଳ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି।
ଗତକାଲି ନାରାୟଣପାଟଣା ବ୍ଲକ ତଳଗୁମାଣ୍ଡି ଡକରିଘାଟି ଅନ୍ତର୍ଗତ ଝଞ୍ଜାବତୀ ନଦୀରେ ୮ ମାସର ଗର୍ଭବତୀ ଓ ତାଙ୍କ ୬ ବର୍ଷର ଝିଅ ଶନିବାର ଭାସିଯାଇଥିଲେ। ତାଙ୍କର ଅଗଷ୍ଟ ୧୮ରେ ପ୍ରସବ ଥିଲା। ମା’ ଗୃହରୁ ସେ ଶୌଚ ହେବାପାଇଁ ନଦୀକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା।
ଖବରପାଇ ..ବିଭାଗୀୟ ଅଧିକାରୀ ପହଞ୍ଚତ୍ ଘଟଣାର ଅନୁଧ୍ୟାନ କରିଥିଲେ। ତୁରନ୍ତ ଅଗ୍ନିଶମବାହିନୀ ଓ ପୋଲିସ ଗର୍ଭବତୀ ମହିଳା ଏବଂ ଝିଅକୁ ଖୋଜିବା ଆରମ୍ଭ କରିଥିଲେ ମଧ୍ୟ କୌଣସି ସଫଳତା ମିଳିନଥିଲା। ତେବେ ରବିବାର ସକାଳୁ ଓଡ୍ରାଫ୍ ଟିମ୍ ମହିଳାଙ୍କୁ ଉଦ୍ଧାର କରିଛି।
ମହିଳାଙ୍କ ପରିଚୟ ମୁତାବକ ସେ ନାରାୟଣପାଟଣା ଥାନା ଡୋକରିଘାଟି ଗ୍ରାମର ରାମ ତାଡିଙ୍ଗଙ୍କ ସ୍ତ୍ରୀ ମତି ତାଡିଙ୍ଗ ବୋଲି ଜଣାପଡ଼ିଛି। ତେବେ ମା’ ଗୃହରେ ଥିବା ଶୌଚାଳୟ ବ୍ୟବହାର କରିଥିଲେ ଏଭଳି ଘଟଣା ଘଟି ନ ଥାନ୍ତା ଏବଂ ମା ଗୃହ ଦାୟିତ୍ୱରେ ଥିବା କର୍ମଚାରୀଙ୍କ କିପରି ଏଥିପ୍ରତି ଦୃଷ୍ଟି ନ ଥିବା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post ଝଞ୍ଜାବତୀ ନଦୀରୁ ମିଳିଲା ନିଖୋଜ ମା’ର ମୃତଦେହ appeared first on Dharitri Odia News.