ଝଟକା ଦେଲା ଜିଓ, ମହଙ୍ଗା ହେବ ମୋବାଇଲ ରିଚାର୍ଜ

ନୂଆ ନିୟମ ଜୁଲାଇ ୩ରୁ ଲାଗୁ ହେବ। ଲୋକମାନେ ଅଧିକ ଟଙ୍କା ଦେଇ ସେମାନଙ୍କ ମୋବାଇଲ ରିଚାର୍ଜ କରିବେ।

ଝଟକା ଦେଲା ଜିଓ, ମହଙ୍ଗା ହେବ ମୋବାଇଲ ରିଚାର୍ଜ

ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି ରିଲାଏନ୍ସ ଜିଓ। ଆଜି କମ୍ପାନୀ ପକ୍ଷରୁ ବିଭିନ୍ନ ରିଚାର୍ଜ ପ୍ଲାନର ଦାମକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି। ଜିଓ ଟାରିଫ ବୃଦ୍ଧି କରିବ ବୋଲି ଘୋଷଣା କରିଛି।

ନୂଆ ନିୟମ ଜୁଲାଇ ୩ରୁ ଲାଗୁ ହେବ। ଲୋକମାନେ ଅଧିକ ଟଙ୍କା ଦେଇ ସେମାନଙ୍କ ମୋବାଇଲ ରିଚାର୍ଜ କରିବେ। ବର୍ତ୍ତମାନ ଜିଓ ତରଫରୁ ୧୫୫ ଟଙ୍କିଆ ପ୍ୟାକେଜ ସବୁଠାରୁ ଅଧିକ ରିଚାର୍ଜ ହେଉଛି।

ଜୁଲାଇ ୩ରୁ ଏହି ପ୍ୟାକେଜରେ ଥିବା ସମସ୍ତ ସୁବିଧା ପାଇଁ ଗ୍ରାହକଙ୍କୁ ୧୮୯ ଟଙ୍କା ଦେବାକୁ ପଡ଼ିବ। ଏହାର ଅର୍ଥ ୧୫୫ ଟଙ୍କିଆ ପ୍ୟାକେଜ ୨୨% ମହଙ୍ଗା ହୋଇଛି। କମ୍ପାନୀ ପକ୍ଷରୁ ୧୯ଟି ପ୍ଲାନ୍ସର ଟାରିଫ ବୃଦ୍ଧି କରାଯାଇଛି। ଏହା ମଧ୍ୟରେ ୧୭ଟି ପ୍ରିପେଡ୍‌ ଓ ୨ଟି ପୋଷ୍ଟପେଡ୍‌ ପ୍ଲାନ୍ସ ରହିଛି।

ପୂର୍ବରୁ କେତେ ଥିଲା ଓ ଏବେ କେତେ ହବ

୧୫୫ ଟଙ୍କିଆ ପ୍ଲାନରେ ୨ ଜିବି ଡାଟା ଥିବା ବେଳେ ଅନଲିମିଟେଡ୍‌ କଲ୍‌ ବ୍ୟବସ୍ଥା ଥିଲା। ଏହାର ବୈଧତା ୨୮ ଦିନ ରହିଥିଲା। କିନ୍ତୁ ଜୁଲାଇ ୩ରୁ ଏହି ସମାନ ପ୍ଲାନ ପାଇଁ ୧୮୯ ଟଙ୍କା ଦେବାକୁ ପଡ଼ିବ।

୨୦୯ ଟଙ୍କିଆ ପ୍ଲାନରେ ଦୈନିକ ୧ ଜିକି ଡାଟା ଓ ଅନଲିମିଟେଡ୍‌ କଲ୍‌ ବ୍ୟବସ୍ଥା ଥିଲା। ଏହାର ବୈଧତା ୨୮ ଦିନ ରହିଥିଲା। ଏବେ ୨୪୯ ଟଙ୍କା ଦେବାକୁ ପଡ଼ିବ।

୨୩୯ ଟଙ୍କିଆ ପ୍ଲାନ ୨୯୯ ଟଙ୍କା, ୨୯୯ ଟଙ୍କିଆ ପ୍ଲାନ ପାଇଁ ୩୪୯ ଟଙ୍କା, ୩୪୯ ଟଙ୍କିଆ ପ୍ଲାନ ପାଇଁ ୩୯୯ ଟଙ୍କା ଓ ୩୯୯ ଟଙ୍କା ପାଇଁ ୪୪୯ ଟଙ୍କା ଦେବାକୁ ପଡ଼ିବ।

୨ ମାସ ପାଇଁ ରିଚାର୍ଜ ପ୍ଲାନର ବୈଧତା ମଧ୍ୟ ବୃଦ୍ଧି କରାଯାଇଛି। ୪୭୯ ଟଙ୍କାରେ ଗ୍ରାହକମାନେ ଦୈନିକ ୧.୫ ଜିବି ଡାଟା ପାଉଥିଲେ। ଏହାର ବୈଧତା ୫୬ ଦିନ ରହିଥିଲା। ଏବେ ଏଥିପାଇଁ ୫୭୯ ଟଙ୍କା ଦେବାକୁ ପଡ଼ିବ।

୫୩୩ ଟଙ୍କାରେ ଗ୍ରାହକମାନେ ଦୈନିକ ୨ ଜିବି ଡାଟା ପାଉଥିଲେ। ଏହାର ବୈଧତା ୫୬ ଦିନ ରହିଥିଲା। ଏବେ ଏଥିପାଇଁ ୬୨୯ ଟଙ୍କା ଦେବାକୁ ପଡ଼ିବ।

୩ ମାସ ପାଇଁ ରିଚାର୍ଜ ପ୍ଲାନର ବୈଧତା ମଧ୍ୟ ବୃଦ୍ଧି କରାଯାଇଛି। ୩୯୫ ଟଙ୍କାରେ ଗ୍ରାହକମାନେ ୬ ଜିବି ଡାଟା ପାଉଥିଲେ। ଏହାର ବୈଧତା ୮୪ ଦିନ ରହିଥିଲା। ଏବେ ଏଥିପାଇଁ ୪୭୯ ଟଙ୍କା ଦେବାକୁ ପଡ଼ିବ।

୬୬୬ ଟଙ୍କାରେ ଗ୍ରାହକମାନେ ଦୈନିକ ୧.୫ ଜିବି ଡାଟା ପାଉଥିଲେ। ଏହାର ବୈଧତା ୮୪ ଦିନ ରହିଥିଲା। ଏବେ ଏଥିପାଇଁ ୭୯୯ ଟଙ୍କା ଦେବାକୁ ପଡ଼ିବ।

୭୧୯ ଟଙ୍କାରେ ଗ୍ରାହକମାନେ ଦୈନିକ ୨ ଜିବି ଡାଟା ପାଉଥିଲେ। ଏହାର ବୈଧତା ୮୪ ଦିନ ରହିଥିଲା। ଏବେ ଏଥିପାଇଁ ୮୫୯ ଟଙ୍କା ଦେବାକୁ ପଡ଼ିବ।

୯୯୯ ଟଙ୍କାରେ ଗ୍ରାହକମାନେ ଦୈନିକ ୩ ଜିବି ଡାଟା ପାଉଥିଲେ। ଏହାର ବୈଧତା ୮୪ ଦିନ ରହିଥିଲା। ଏବେ ଏଥିପାଇଁ ୧୧୯୯ ଟଙ୍କା ଦେବାକୁ ପଡ଼ିବ।

ବାର୍ଷିକ ରିଚାର୍ଜ ପ୍ଲାନର ବୈଧତା ମଧ୍ୟ ବୃଦ୍ଧି କରାଯାଇଛି। ୧୫୫୯ ଟଙ୍କାରେ ଗ୍ରାହକମାନେ ମୋଟ ୨୪ ଜିବି ଡାଟା ପାଉଥିଲେ। ଏହାର ବୈଧତା ୩୩୬ ଦିନ ରହିଥିଲା। ଏବେ ଏଥିପାଇଁ ୧୮୯୯ ଟଙ୍କା ଦେବାକୁ ପଡ଼ିବ।

୨୯୯୯ ଟଙ୍କାରେ ଗ୍ରାହକମାନେ ମୋଟ ଦୈନିକ ୨.୫ ଜିବି ଡାଟା ପାଉଥିଲେ। ଏହାର ବୈଧତା ୩୬୫ ଦିନ ରହିଥିଲା। ଏବେ ଏଥିପାଇଁ ୩୫୯୯ ଟଙ୍କା ଦେବାକୁ ପଡ଼ିବ।

ଡାଟା ଆଡ ପ୍ଲାନ ମଧ୍ୟ ଜୁଲାଇ ୩ରୁ ମହଙ୍ଗା ହେବ। ୧୫ ଟଙ୍କାର ପ୍ଲାନରେ ୧ ଜିଟି ଡାଟା ମୂଳ ପ୍ଲାନରେ ଲାଗୁ ହେଉଥିଲା। କିନ୍ତୁ ଏବେ ଏଥିପାଇଁ ୧୯ ଟଙ୍କା ଦେବାକୁ ପଡ଼ିବ।

୨୫ ଟଙ୍କାର ପ୍ଲାନରେ ୨ ଜିଟି ଡାଟା ମୂଳ ପ୍ଲାନରେ ଲାଗୁ ହେଉଥିଲା। କିନ୍ତୁ ଏବେ ଏଥିପାଇଁ ୨୯ ଟଙ୍କା ଦେବାକୁ ପଡ଼ିବ।

୬୧ ଟଙ୍କାର ପ୍ଲାନରେ ୬ ଜିଟି ଡାଟା ମୂଳ ପ୍ଲାନରେ ଲାଗୁ ହେଉଥିଲା। କିନ୍ତୁ ଏବେ ଏଥିପାଇଁ ୬୯ ଟଙ୍କା ଦେବାକୁ ପଡ଼ିବ।

ପୋଷ୍ଟପେଡର ୨ଟି ପ୍ଲାନର ଟାରିଫକୁ ମଧ୍ୟ ଜିଓ ପକ୍ଷରୁ ବୃଦ୍ଧି କରାଯାଇଛି। ୨୯୯ ଟଙ୍କିଆ ପ୍ଲାନ ୩୪୯ ଓ ୩୯୯ ଟଙ୍କିଆ ପ୍ଲାନ ୪୪୯ ହେବ।