ଝାଂସୀ ପହଞ୍ଚି ବିରକ୍ତ ହେଲେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ଜାଣନ୍ତୁ କାହିଁକି?

ଝାଂସୀ ୧୬।୧୧: ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଝାଂସୀ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ ପହଞ୍ଚିବା ପୂର୍ବରୁ ତାଙ୍କ ସ୍ୱାଗତ ନିମନ୍ତେ ରାସ୍ତା ଧାରରେ ଚୁନ ଗାର ଦିଆଯିବା ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ଶନିବାର ଜିଲ୍ଲାଧିକାରୀଙ୍କୁ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯିଏ ସଡ଼କରେ ଚୁନ ପକାଇବା କାମ କରାଇଥିଲେ। ହସ୍ପିଟାଲର ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ(ଏନଆଇସିୟୁ)ରେ ନିଆଁ ଲାଗିବା ଘଟଣାର ତଦାରଖ ପାଇଁ ପାଠକ ଝଂସୀ ମେଡିକାଲ କଲେଜ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ସ୍ୱାସ୍ଥ୍ୟ ଶାସନ ସଚିବ ମଧ୍ୟ ଥିଲେ। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପାଠକ କହିଛନ୍ତି। 10 बच्चे जलकर मर गए।BJP सरकार चेहरा चमकाने में लगी है।शर्मनाक pic.twitter.com/Bk3tt3zoIl— Congress (@INCIndia) November 16, 2024ପାଠକ ଶନିବାର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ମୋର ଝାଂସୀ ମେଡିକାଲ କଲେଜ ପହଞ୍ଚିବା ପୂର୍ବରୁ ଜଣେ ବ୍ୟକ୍ତି ରାସ୍ତା କଡରେ ଚୁନ ବିଞ୍ଚୁଥିଲେ, ଏହା ଅତ୍ୟନ୍ତ ଦୁଃଖଦ। ମୁଁ ଏହାକୁ ନିନ୍ଦା କରୁଛି ଓ ଜିଲ୍ଲାଧିକାରୀଙ୍କୁ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ କହିବି ଯିଏ ଏହି କାମ କରାଇଥିଲା, ମୁଁ ଏହାକୁ କେବେ ସ୍ୱୀକାର କରିବ

ଝାଂସୀ ପହଞ୍ଚି ବିରକ୍ତ ହେଲେ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ, ଜାଣନ୍ତୁ କାହିଁକି?

ଝାଂସୀ ୧୬।୧୧: ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଝାଂସୀ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜ ପହଞ୍ଚିବା ପୂର୍ବରୁ ତାଙ୍କ ସ୍ୱାଗତ ନିମନ୍ତେ ରାସ୍ତା ଧାରରେ ଚୁନ ଗାର ଦିଆଯିବା ଘଟଣାରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ନେଇ ସେ ଶନିବାର ଜିଲ୍ଲାଧିକାରୀଙ୍କୁ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯିଏ ସଡ଼କରେ ଚୁନ ପକାଇବା କାମ କରାଇଥିଲେ। 

ହସ୍ପିଟାଲର ନିଓନାଟାଲ ଇଣ୍ଟେନସିଭ କେୟାର ୟୁନିଟ(ଏନଆଇସିୟୁ)ରେ ନିଆଁ ଲାଗିବା ଘଟଣାର ତଦାରଖ ପାଇଁ ପାଠକ ଝଂସୀ ମେଡିକାଲ କଲେଜ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ। ଏହି ଗସ୍ତରେ ତାଙ୍କ ସହ ମୁଖ୍ୟ ସ୍ୱାସ୍ଥ୍ୟ ଶାସନ ସଚିବ ମଧ୍ୟ ଥିଲେ। ଏହି ଘଟଣାରେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପାଠକ କହିଛନ୍ତି। 


ପାଠକ ଶନିବାର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ ମୋର ଝାଂସୀ ମେଡିକାଲ କଲେଜ ପହଞ୍ଚିବା ପୂର୍ବରୁ ଜଣେ ବ୍ୟକ୍ତି ରାସ୍ତା କଡରେ ଚୁନ ବିଞ୍ଚୁଥିଲେ, ଏହା ଅତ୍ୟନ୍ତ ଦୁଃଖଦ। ମୁଁ ଏହାକୁ ନିନ୍ଦା କରୁଛି ଓ ଜିଲ୍ଲାଧିକାରୀଙ୍କୁ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ କହିବି ଯିଏ ଏହି କାମ କରାଇଥିଲା, ମୁଁ ଏହାକୁ କେବେ ସ୍ୱୀକାର କରିବି ନାହିଁ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ।


କଂଗ୍ରେସ ମଧ୍ୟ ସୋସିଆଲ ମିଡିଆରେ ବିଜେପି ସରକାରର ସମ୍ବେଦନହୀନତାକୁ ଦେଖନ୍ତୁ ବୋଲି ଏକ ପୋଷ୍ଟରେ ଉଲ୍ଲେଖ କରିଛି। ଗୋଟିଏ ପଟେ ପିଲା ଜଳିପୋଡି ମରିଗଲେ, ସେମାନଙ୍କ ପରିଜନ କାନ୍ଦି ବିକଳ ହେଉଥିବା ବେଳେ ଅପରପଟେ  ଉପମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ସଡ଼କରେ ଚୁନ ବିଞ୍ଚା ଯାଉଛି। ପରିଜନମାନେ କହିଛନ୍ତି ଯେ ପୁରା ପରିସର ଅଳିଆ ଆବର୍ଜନାରେ ପୂର୍ଣ୍ଣ ଥିଲା, ଯାହାକୁ ଉପ ମୁଖ୍ୟମନ୍ତ୍ରୀ ଆସିବା ପୂର୍ବରୁ ସଫା କରାଯାଇଛି।