ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା
ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି ସରଗରମ ହୋଇଛି। ଏବେ ଝାଡଖଣ୍ଡରେ ଭାଜପା ଓ ଇଣ୍ଡିଆ ମେଣ୍ଟ ଭିତରେ ସିଧା ଲଢେଇ ହେବାକୁ ଯାଉଛି। ତେବେ ଏହାରି ଭିତରେ ଭାଜପା ଝାଡଖଣ୍ଡ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଭାଜପା। ସବୁଠାରୁ ବିଶେଷ କଥା ହେଉଛି […] The post ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା appeared first on Dharitri Odia News.
ଭୁବନେଶ୍ୱର,୨୫।୧୦: ଆଗକୁ ଝାଡଖଣ୍ଡ ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ତେବେ ଝାଡଖଣ୍ଡ ନିର୍ବାଚନକୁ ନେଇ ସବୁ ଦଳ ବଳ କଷାକଷି ଆରମ୍ଭ କରିଥିବାବେଳେ ଜାତୀୟ ରାଜନୀତି ସରଗରମ ହୋଇଛି। ଏବେ ଝାଡଖଣ୍ଡରେ ଭାଜପା ଓ ଇଣ୍ଡିଆ ମେଣ୍ଟ ଭିତରେ ସିଧା ଲଢେଇ ହେବାକୁ ଯାଉଛି।
ତେବେ ଏହାରି ଭିତରେ ଭାଜପା ଝାଡଖଣ୍ଡ ପାଇଁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି ଭାଜପା। ସବୁଠାରୁ ବିଶେଷ କଥା ହେଉଛି ଏହି ଷ୍ଟାର ପ୍ରଚାରକ ତାଲିକାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଛନ୍ତି। ଏହା ବ୍ୟତୀତ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି, ଜେ.ପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ଶିବରାଜ ସିଂ ଚୌହାନ ସ୍ଥାନ ପାଇଛନ୍ତି।
The post ଝାଡଖଣ୍ଡ ନିର୍ବାଚନ: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା appeared first on Dharitri Odia News.