ଝାଡଖଣ୍ଡ ରାଜନୀତିରେ ବଡ ଖବର । ନୂଆ ଦଳ ଗଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ
କନକ ବ୍ୟୁରୋ : ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ।ହେମନ୍ତ ସୋରେନ ଜେଲରୁ ବାହାରିବା ପରେ କ୍ରମଶ ଉଭୟଙ୍କ ମଧ୍ୟରେ ମନାନ୍ତରକୁ ନେଇ ଖବର ଆସୁଥିଲେ ବି ହେମନ୍ତ ଓ ଚମ୍ପାଇ ଚୁପ ରହିଥିଲେ । ରବିବାର ଦିଲ୍ଲୀକୁ ଚମ୍ପାଇ ଆସିବାକୁ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥିଲା ।ବିଜେପିରେ ସେ ଯୋଗ ଦେଉଥିବା ଖବର […] The post ଝାଡଖଣ୍ଡ ରାଜନୀତିରେ ବଡ ଖବର । ନୂଆ ଦଳ ଗଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ first appeared on Kanak News.

କନକ ବ୍ୟୁରୋ : ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ନୂଆ ଦଳ ଗଠନ କରିବାକୁ ଘୋଷଣା କରିଛନ୍ତି । ଜୁଲାଇ ୩ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଚମ୍ପାଇ ।ହେମନ୍ତ ସୋରେନ ଜେଲରୁ ବାହାରିବା ପରେ କ୍ରମଶ ଉଭୟଙ୍କ ମଧ୍ୟରେ ମନାନ୍ତରକୁ ନେଇ ଖବର ଆସୁଥିଲେ ବି ହେମନ୍ତ ଓ ଚମ୍ପାଇ ଚୁପ ରହିଥିଲେ । ରବିବାର ଦିଲ୍ଲୀକୁ ଚମ୍ପାଇ ଆସିବାକୁ ନେଇ ବିଭିନ୍ନ ଚର୍ଚ୍ଚା ମଧ୍ୟ ହୋଇଥିଲା ।ବିଜେପିରେ ସେ ଯୋଗ ଦେଉଥିବା ଖବର ମଧ୍ୟ ଆସିଥିଲା ।ଏଥିସହ ଏକ୍ସ ପୋଷ୍ଟରୁ ଜେଏମଏମ ନାଁ ହଟାଇବା ସହ ।ତାଙ୍କ ପାଖରେ ତିନୋଟି ବିକଳ୍ପ ଥିବା ମଧ୍ୟ କହିଥିଲେ ଚମ୍ପାଇ ।ଗତକାଲି ଦିଲ୍ଲୀରୁ ଝାଡଖଣ୍ଡ ଫେରିବା ପରେ ସେ କୌଣସି ରାଜନୈତିକତ ଦଳ ସହ ଯୋଗାଯୋଗରେ ନାହାଁନ୍ତି ବୋଲି କହିଥିଲେ ।ଫେବ୍ରୁଆରୀ ମାସରେ ଯେବେ ହେମନ୍ତ ସୋରେନ ଜେଲ ଗଲେ ସେହି ସମୟରେ ସଙ୍କଟମୋଚନ ସାଜିଥିଲେ ଚମ୍ପାଇ ସୋରେନ । ୬ଥର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ ।
The post ଝାଡଖଣ୍ଡ ରାଜନୀତିରେ ବଡ ଖବର । ନୂଆ ଦଳ ଗଢିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ first appeared on Kanak News.