ଝାଡଖଣ୍ଡରେ ଚମ୍ପାଇଙ୍କ ପାଇଁ ପ୍ରଚାର କଲେ ମୋହନ, କହୁ କହୁ କହିଦେଲେ ଏମିତି…
ଭୁବନେଶ୍ୱର,୧୧।୧୧: ଝାଡଖଣ୍ଡର ଷେଇକଳାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ସମୟରେ ସେ ଚମ୍ପାଇ ସୋରେନଙ୍କ ପାଇଁ ଭୋଟ ମାଗିବା ସହ ଜେଏମଏମ୍ ଓ କଂଗ୍ରେସ ମେଣ୍ଟ ସରକାର ଉପରେ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି, ୧୨ ଦିନ ପରେ ଝାଡଖଣ୍ଡରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ବିଦାୟ ଦେବା। ଆଉ ନୂଆ ସରକାର ଗଠନ କରିବା। ନଭେମ୍ବର ୨୩ରେ ଝାଡଖଣ୍ଡରେ ନୂଆ ସକାଳ ଆସିବ। ଝାଡଖଣ୍ଡରେ ଏକ ପରିବାରବାଦ ଦୁର୍ନୀତିଗ୍ରସ୍ତ ସରକାର […] The post ଝାଡଖଣ୍ଡରେ ଚମ୍ପାଇଙ୍କ ପାଇଁ ପ୍ରଚାର କଲେ ମୋହନ, କହୁ କହୁ କହିଦେଲେ ଏମିତି… appeared first on Dharitri Odia News.
ଭୁବନେଶ୍ୱର,୧୧।୧୧: ଝାଡଖଣ୍ଡର ଷେଇକଳାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚନୀ ପ୍ରଚାର କରିଛନ୍ତି। ଏହି ସମୟରେ ସେ ଚମ୍ପାଇ ସୋରେନଙ୍କ ପାଇଁ ଭୋଟ ମାଗିବା ସହ ଜେଏମଏମ୍ ଓ କଂଗ୍ରେସ ମେଣ୍ଟ ସରକାର ଉପରେ ବର୍ଷିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ କହିଛନ୍ତି, ୧୨ ଦିନ ପରେ ଝାଡଖଣ୍ଡରେ ଚାଲିଥିବା ଦୁର୍ନୀତିଗ୍ରସ୍ତ ସରକାରକୁ ବିଦାୟ ଦେବା। ଆଉ ନୂଆ ସରକାର ଗଠନ କରିବା। ନଭେମ୍ବର ୨୩ରେ ଝାଡଖଣ୍ଡରେ ନୂଆ ସକାଳ ଆସିବ। ଝାଡଖଣ୍ଡରେ ଏକ ପରିବାରବାଦ ଦୁର୍ନୀତିଗ୍ରସ୍ତ ସରକାର ଚାଲିଛି। ଏ ସରକାରକୁ ହଟାଇବା ଉଚିତ୍। ଏହି ପ୍ରକ୍ରିୟା ଷେଇକଳାରୁ ଆରମ୍ଭ ହେବ। ଆଉ ଚମ୍ପାଇ ସୋରେନଙ୍କୁ ବହୁ ବ୍ୟବଧାନରେ ବିଜୟୀ କରାଇ ବିଧାନସଭା ପଠାଇବା। ଝାଡଖଣ୍ଡ ରାଜନୀତିରେ ଚମ୍ପାଇଙ୍କ ବହୁତ ବଡ଼ ଭୂମିକା ରହିଛି। ଏ ସମ୍ପର୍କରେ ସମସ୍ତେ ଜାଣିଛନ୍ତି। ହେଲେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜେଲରୁ ଆସି ଚମ୍ପାଇଙ୍କୁ ବହୁତ ଅପମାନିତ କରିଛନ୍ତି। ଆଗାମୀ ନିର୍ବାଚନରେ ତାହାର ଜବାବ ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି।
The post ଝାଡଖଣ୍ଡରେ ଚମ୍ପାଇଙ୍କ ପାଇଁ ପ୍ରଚାର କଲେ ମୋହନ, କହୁ କହୁ କହିଦେଲେ ଏମିତି… appeared first on Dharitri Odia News.