ଝାରପଡ଼ା ଜେଲ୍‌ରେ ଗୋଷ୍ଠୀ ସଂଘର୍ଷ ଘଟଣା, ଜେଲ୍‌ ଡିଆଇଜି ଅନୁସୂୟା ଜେନାଙ୍କ ଛାନ୍‌ଭିନ୍‌

ଭୁବନେଶ୍ୱର ୨୧।୦୩ : ଝାରପଡ଼ା ଜେଲ୍‌ରେ ଗୋଷ୍ଠୀ ସଂଘର୍ଷ ଘଟଣା । ଏହି ଘଟଣାରେ ସଂପୃକ୍ତି ଥିବା ଚକରା ଏବଂ ଶମ୍ଭୁଙ୍କୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କୁ ଜଣାଇଛି ଜେଲ୍‌ ବିଭାଗ । କୋର୍ଟଙ୍କ ଅନୁମତି ପରେ ନିଷ୍ପତ୍ତି ନିଆଯିବ । ଖବର ଅନୁଯାୟୀ, ସୋମବାର ଅପରାହ୍ନ ୪ଟା ସମୟରେ ଝାରପଡ଼ା ଜେଲ୍‌ ମଧ୍ୟରେ ଥିବା କ୍ୟାଣ୍ଟିନ୍‌ ନିକଟରେ ଚକରା ଗ୍ୟାଙ୍ଗ ସହ ଶମ୍ଭୁଙ୍କ ଧକ୍କାକୁ ନେଇ ବିବାଦ ଦେଖାଦେଇଥିଲେ । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀଙ୍କରେ ମାର୍‌ପିଟ୍‌ରେ ଶମ୍ଭୁର ଆଖିରେ ଗଭୀର ଆଘାତ ଲାଗିଥିଲା । ଏହାପରେ ଜେଲ୍‌ ପ୍ରଶାସନ ତତ୍ପରତା ଦେଖାଇ ତୁରନ୍ତ ଶମ୍ଭୁକୁ ମେଡିକାଲରେ ଭର୍ତ୍ତି କରିଥିଲା । ଆଉ ଏହାପରେ ଆରମ୍ଭ କରିଥିଲା ତଦନ୍ତ । ଏହିକ୍ରମରେ ଭୁବନେଶ୍ୱର ଡିସିପି ନିଜ ଟିମ୍‌ ସହ ଜେଲ୍‌ରେ ପହଞ୍ଚିଥିଲେ । ଆଉ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ଶେଷରେ ଗୁରୁବାର ଦିନ ଜେଲ୍‌ ଡିଆଇଜି ଅନୁସୂୟା ଜେନା ଝାରପଡ଼ା ଜେଲ୍‌ରେ ପହଞ୍ଚି ତଦନ୍ତ କରୁଛନ୍ତି । ଉଭୟଙ୍କୁ ସ୍ଥାନାନ୍ତର ନେଇ କୋର୍ଟଙ୍କୁ ଜଣାଇଛି ଜେଲ୍‌ ବିଭାଗ । କୋର୍ଟ ଅନୁମତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ତେବେ ଜେଲ୍‌ ଭିତରେ କିପରି ଏହି ଅପ୍ରୀତିକର ପରିସ୍ଥିତି ଘଟିଲା । ତାହାର ତଦନ୍ତ ଚାଲିଛି ।  ଯଦି ସୁରକ୍ଷାରେ ତ୍ରୁଟି ଅଛି, ତେବେ ସେଥିପାଇଁ ଦାୟୀ କିଏ ? ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋ

ଝାରପଡ଼ା ଜେଲ୍‌ରେ ଗୋଷ୍ଠୀ ସଂଘର୍ଷ ଘଟଣା, ଜେଲ୍‌ ଡିଆଇଜି ଅନୁସୂୟା ଜେନାଙ୍କ ଛାନ୍‌ଭିନ୍‌

ଭୁବନେଶ୍ୱର ୨୧।୦୩ : ଝାରପଡ଼ା ଜେଲ୍‌ରେ ଗୋଷ୍ଠୀ ସଂଘର୍ଷ ଘଟଣା । ଏହି ଘଟଣାରେ ସଂପୃକ୍ତି ଥିବା ଚକରା ଏବଂ ଶମ୍ଭୁଙ୍କୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କୁ ଜଣାଇଛି ଜେଲ୍‌ ବିଭାଗ । କୋର୍ଟଙ୍କ ଅନୁମତି ପରେ ନିଷ୍ପତ୍ତି ନିଆଯିବ । 

ଖବର ଅନୁଯାୟୀ, ସୋମବାର ଅପରାହ୍ନ ୪ଟା ସମୟରେ ଝାରପଡ଼ା ଜେଲ୍‌ ମଧ୍ୟରେ ଥିବା କ୍ୟାଣ୍ଟିନ୍‌ ନିକଟରେ ଚକରା ଗ୍ୟାଙ୍ଗ ସହ ଶମ୍ଭୁଙ୍କ ଧକ୍କାକୁ ନେଇ ବିବାଦ ଦେଖାଦେଇଥିଲେ । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ଉଭୟ ଗୋଷ୍ଠୀଙ୍କରେ ମାର୍‌ପିଟ୍‌ରେ ଶମ୍ଭୁର ଆଖିରେ ଗଭୀର ଆଘାତ ଲାଗିଥିଲା । ଏହାପରେ ଜେଲ୍‌ ପ୍ରଶାସନ ତତ୍ପରତା ଦେଖାଇ ତୁରନ୍ତ ଶମ୍ଭୁକୁ ମେଡିକାଲରେ ଭର୍ତ୍ତି କରିଥିଲା । ଆଉ ଏହାପରେ ଆରମ୍ଭ କରିଥିଲା ତଦନ୍ତ । ଏହିକ୍ରମରେ ଭୁବନେଶ୍ୱର ଡିସିପି ନିଜ ଟିମ୍‌ ସହ ଜେଲ୍‌ରେ ପହଞ୍ଚିଥିଲେ । ଆଉ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିଥିଲେ । ଶେଷରେ ଗୁରୁବାର ଦିନ ଜେଲ୍‌ ଡିଆଇଜି ଅନୁସୂୟା ଜେନା ଝାରପଡ଼ା ଜେଲ୍‌ରେ ପହଞ୍ଚି ତଦନ୍ତ କରୁଛନ୍ତି । ଉଭୟଙ୍କୁ ସ୍ଥାନାନ୍ତର ନେଇ କୋର୍ଟଙ୍କୁ ଜଣାଇଛି ଜେଲ୍‌ ବିଭାଗ । କୋର୍ଟ ଅନୁମତି ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । 

ତେବେ ଜେଲ୍‌ ଭିତରେ କିପରି ଏହି ଅପ୍ରୀତିକର ପରିସ୍ଥିତି ଘଟିଲା । ତାହାର ତଦନ୍ତ ଚାଲିଛି ।  ଯଦି ସୁରକ୍ଷାରେ ତ୍ରୁଟି ଅଛି, ତେବେ ସେଥିପାଇଁ ଦାୟୀ କିଏ ? ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାପଡିଛି ।