ଡେଟିଂକୁ ନେଇ ଚର୍ଚ୍ଚାରେ

ବଲିଉଡ୍‌ ଟାଲେଣ୍ଟେଡ୍‌ ଆକେଫ୍ରସଙ୍କ ଭିତରେ କୋଙ୍କଣା ସେନ୍‌ ଶର୍ମାଙ୍କ ନାଁ ଆଗରେ ଆସିଥାଏ । ସବୁବେଳେ ନିଜର ନିଖୁଣ ଅଭିନୟ ପାଇଁ ସେ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ବର୍ତ୍ତମାନ ସେ ନିଜର ରିଲ୍‌ ନୁହେଁ ବରଂ ରିଅଲ ଲାଇଫ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି । ୨୦୨୦ରେ ଅଭିନେତ୍ରୀଙ୍କର ରଣବୀର ସୌରେଙ୍କ ସହିତ ବିବାହ ବିଚ୍ଛେଦ ଘଟିଥିଲା । ଏହାପରେ ସିଙ୍ଗଲ ଅଛନ୍ତି କୋଙ୍କଣା । ହେଲେ ନିକଟରେ ତାଙ୍କ ନାଁକୁ ଅମୋଲ ପାରଶରଙ୍କ ସହ ଯୋଡା […]

ଡେଟିଂକୁ ନେଇ ଚର୍ଚ୍ଚାରେ
ଡେଟିଂକୁ ନେଇ ଚର୍ଚ୍ଚାରେ

ବଲିଉଡ୍‌ ଟାଲେଣ୍ଟେଡ୍‌ ଆକେଫ୍ରସଙ୍କ ଭିତରେ କୋଙ୍କଣା ସେନ୍‌ ଶର୍ମାଙ୍କ ନାଁ ଆଗରେ ଆସିଥାଏ । ସବୁବେଳେ ନିଜର ନିଖୁଣ ଅଭିନୟ ପାଇଁ ସେ ଚର୍ଚ୍ଚାରେ ରହିଥାଆନ୍ତି । ତେବେ ବର୍ତ୍ତମାନ ସେ ନିଜର ରିଲ୍‌ ନୁହେଁ ବରଂ ରିଅଲ ଲାଇଫ୍‌ ପାଇଁ ଚର୍ଚ୍ଚାରେ ଅଛନ୍ତି । ୨୦୨୦ରେ ଅଭିନେତ୍ରୀଙ୍କର ରଣବୀର ସୌରେଙ୍କ ସହିତ ବିବାହ ବିଚ୍ଛେଦ ଘଟିଥିଲା । ଏହାପରେ ସିଙ୍ଗଲ ଅଛନ୍ତି କୋଙ୍କଣା । ହେଲେ ନିକଟରେ ତାଙ୍କ ନାଁକୁ ଅମୋଲ ପାରଶରଙ୍କ ସହ ଯୋଡା ଯାଉଛି । ଅନେକ ସମୟରେ ସୋସିଆଲ ମିଡିଆରେ ଉଭୟଙ୍କ ରିଲେସନସିପକୁ ନେଇ ଦର୍ଶକ ଚର୍ଚ୍ଚା କରୁଛନ୍ତି । ତେବେ ବର୍ତ୍ତମାନ କୋଙ୍କଣାଙ୍କ ଏକ୍ସ-ହଜ୍‌ବ୍ୟାଣ୍ଡ୍‌ ରଣବୀରଙ୍କ କମେଣ୍ଟ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଜଣେ ୟୁଜର୍ସଙ୍କ କମେଣ୍ଟର ଉତ୍ତର ଦେବାକୁ ଯାଇ ରଣବୀର କୋଙ୍କଣା ଅମୋଲଙ୍କୁ ଡେଟ୍‌ କରୁଥିବାକୁ ସ୍ୱୀକାର କରିଛନ୍ତି ରଣବୀର । ତେବେ ବର୍ତ୍ତମାନ ରଣବୀରଙ୍କ ଏହି ଉତ୍ତର ଭାଇରାଲ ହେବାରେ ଲାଗିଛି । ତେବେ ଏନେଇ କୋଙ୍କଣା କିମ୍ବା ଅମୋଲଙ୍କର କୌଣସି ଷ୍ଟେଟମେଣ୍ଟ୍‌ ମିଳି ନାହିଁ । କୋଙ୍କଣାକୁ ଶେଷଥର ପାଇଁ େୱବ୍‌ ସିରିଜ୍‌ ‘କିଲର ସୁପ୍‌’ରେ ଦେଖିବାକୁ ମିଳିଥିଲା । ଏହା ବ୍ୟତିତ ତାଙ୍କୁ ଅନୁରାଗ ବାସୁଙ୍କର ମେଟ୍ରୋ ଇନ୍‌ ଦିନୋରେ ମଧ୍ୟ ଦେଖିବାକୁ ମିଳିବ । ଏହାଛଡା କୋଙ୍କଣା ଲଷ୍ଟ ଷ୍ଟୋରୀ -୨ ଜରିଆରେ ନିର୍ଦ୍ଦେଶକ ଭାବେ ଡେବୁ୍ୟ ମଧ୍ୟ କରିଛନ୍ତି ।