ଝାରପଡା ଜେଲ୍‌ରେ ଗଣ୍ଡଗୋଳ ଘଟଣା, ଏଡିଜିଙ୍କ ତନାଘନା

ଭୁବନେଶ୍ବର ୨/୯:ଝାରପଡା ଜେଲ୍‌ରେ ବିଚାରାଧୀନ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆରମ୍ଭ ହୋଇଛି ଖୋଳତାଡ । ଜେଲ୍‌ ଏଡିଜି ଅମିତାଭ ଠାକୁର ଘଟଣାର ତଦନ୍ତ ପାଇଁ ଝାରପଡା ଜେଲ୍‌ରେ ପହଞ୍ଚିଛନ୍ତି । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ସେହିପରି ଝାରପଡା ଜେଲ୍‌ରେ ତନାଘନା କରିଛନ୍ତି ଡିଆଇଜି ଅନସୂୟା ଜେନା । ଜେଲର ଗୁମର ଫିଟାଇବାରୁ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ ମୁନା ଓ ତାଙ୍କ ଗ୍ୟାଙ୍ଗ ବିଚାରାଧୀନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଥିଲା ।  