ଝାରସୁଗୁଡ଼ାରେ କ୍ୟାଲ୍ସିୟମ ଆଲୁମିନେଟ୍ ପ୍ଲାଣ୍ଟ
ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍ସିୟମ୍ ଆଲୁମିନେଟ୍ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ବାର୍ଷିକ ୧୨,୦୦୦ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ନୂତନ ସୁବିଧା କେନ୍ଦ୍ର ଇସ୍ପାତ ଶିଳ୍ପରେ ଗ୍ରାହକଙ୍କୁ ସବୁଜ ପ୍ରିମିୟମ ଉତ୍ପାଦ ବିତରଣ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ଏପରିକି ସବୁଜ କଞ୍ଚାମାଲ ବିନିଯୋଗରେ ଏହା ଏକ ବୃତ୍ତାକାର ଅର୍ଥନୀତି ଆଡ଼କୁ ଅଗ୍ରସର ହେବା […] The post ଝାରସୁଗୁଡ଼ାରେ କ୍ୟାଲ୍ସିୟମ ଆଲୁମିନେଟ୍ ପ୍ଲାଣ୍ଟ appeared first on Dharitri Odia News.
ଭୁବନେଶ୍ୱର,୧୭।୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ମାନୁଫ୍ୟାକ୍ଜରିଂ ଷ୍ଟାର୍ଟଅପ୍ ‘ରୁନାୟା’ର ଅତ୍ୟାଧୁନିକ କ୍ୟାଲ୍ସିୟମ୍ ଆଲୁମିନେଟ୍ ପ୍ଲାଣ୍ଟ ମଙ୍ଗଳବାର ଓଡ଼ିଶାର ଝାରସୁଗୁଡ଼ାଠାରେ ଉଦ୍ଘାଟିତ ହୋଇଯାଇଛି। ବିଶେଷକରି ବାର୍ଷିକ ୧୨,୦୦୦ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଏହି ନୂତନ ସୁବିଧା କେନ୍ଦ୍ର ଇସ୍ପାତ ଶିଳ୍ପରେ ଗ୍ରାହକଙ୍କୁ ସବୁଜ ପ୍ରିମିୟମ ଉତ୍ପାଦ ବିତରଣ କରିବାକୁ ସକ୍ଷମ ହେବ ବୋଲି କମ୍ପାନୀ ପକ୍ଷରୁ ଆକଳନ କରାଯାଇଛି। ଏପରିକି ସବୁଜ କଞ୍ଚାମାଲ ବିନିଯୋଗରେ ଏହା ଏକ ବୃତ୍ତାକାର ଅର୍ଥନୀତି ଆଡ଼କୁ ଅଗ୍ରସର ହେବା ସହ କାର୍ବନ ଫୁଟ୍ପ୍ରିଣ୍ଟକୁ ମଧ୍ୟ କମ୍ କରିବ ବୋଲି ଆଶା କରାଯାଉଛି। ସେହିଭଳି କ୍ୟାଲ୍ସିୟମ ଆଲୁମିନିୟମ ପ୍ଲାଣ୍ଟ ରୁନାୟାର ଗ୍ରୀନ୍ ଆଲୁମିନିୟମ ପୋର୍ଟଫୋଲିଓର ଏକ ରଣନୀତିକ ବିସ୍ତାରକୁ ପ୍ରତିପାଦିତ କରୁଥିବାବେଳେ ଚଳିତ ଆର୍ଥିକ ବର୍ଷରେ ୧୦୦% ସବୁଜ ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ କାର୍ଯ୍ୟ କରିବାକୁ କମ୍ପାନୀ ସ୍ଥିର କରିଛୁ। ଏହି ସୁବିଧା ଶିଳ୍ପ ମଧ୍ୟରେ ସ୍ଥିରତା ପାଇଁ ମଧ୍ୟ ଏକ ନୂତନ ମାନଦଣ୍ଡ ସ୍ଥିର କରିଛି। ଏ ସମ୍ପର୍କରେ ରୁନାୟାର ସହ-ପ୍ରତିଷ୍ଠାତା ତଥା ସିଇଓ ଅନନ୍ୟା ଅଗ୍ରୱାଲ କହିଛନ୍ତି, ଆମେ ସବୁବେଳେ ନୂତନତା ଓ ସ୍ଥିରତା ଉପରେ ଗୁରୁତ୍ୱ ଦେଇଥାଉ। ଏପରିକି ଆମର କ୍ୟାଲ୍ସିୟମ ଆଲୁମିନେଟ୍ ପ୍ଲାଣ୍ଟ ଶୁଭାରମ୍ଭ ହେଉଛି। ଧାତୁ ଶିଳ୍ପରେ ପରିବେଶ ଅନୁକୂଳ ସମାଧାନ ଲାଗି ଆମ ପ୍ରତିବଦ୍ଧତାର ପ୍ରମାଣ। ଏହି ଅତ୍ୟାଧୁନିକ ସୁବିଧା ଆମର ସବୁଜ ପୁନରୁଦ୍ଧାର ପଦକ୍ଷେପଗୁଡ଼ିକରେ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦର୍ଶନ କରିଥାଏ, ଯାହା ଏକ ସବୁଜ, ଅଧିକ ସ୍ଥାୟୀ ଭବିଷ୍ୟତ ପାଇଁ ଆମର ଦୃଷ୍ଟିକୁ ଦୃଢ କରିଥାଏ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଇକୋ ସଚେତନ ଅଭ୍ୟାସ ମାଧ୍ୟମରେ ଆମେ କେବଳ ଏକ ପ୍ଲାଣ୍ଟ ତିଆରି କରୁ ନାହୁଁ ବରଂ ଭବିଷ୍ୟତ ଲାଗି ମାର୍ଗ ପ୍ରଶସ୍ତ କରିଥାଉ।
ଧାତୁ କ୍ଷେତ୍ରରେ ରୁନାୟା ଅଗ୍ରଣୀ ନବସୃଜନ, ପ୍ରଯୁକ୍ତିବିଦ୍ୟା ଓ ସ୍ଥିରତାକୁ ନେଇ କାର୍ଯ୍ୟ କରିଥାଏ। ଏପରିକି ଶୂନ୍ୟ ବର୍ଜ୍ୟ ଓ ସବୁଜ ସାମଗ୍ରୀ ଭଳି ପଦକ୍ଷେପ ସହିତ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମଧ୍ୟ ଏହା କାର୍ଯ୍ୟ କରିଥାଏ। ଲାଇସେନ୍ସପ୍ରାପ୍ତ ମାଲିକାନା ପେଟେଣ୍ଟଯୁକ୍ତ ବୈଷୟିକୀ ଆଧାରିତ ଅପରେଶନ ସହ ରୁନାୟା ଛୋଟ ଧାତୁ ପୁନରୁଦ୍ଧାର ସହିତ ବିବିଧ ଏଣ୍ଡ ଟୁ ଏଣ୍ଡ ସବୁଜ ସମାଧାନ କ୍ଷେତ୍ରରେ ଅଗ୍ରଣୀ ରହିଛି। ଏକ ନୂଆ ଯୁଗର କମ୍ପାନୀ ଭାବେ ରୁନାୟା ଉଦୀୟମାନ ଖଣି ପ୍ରଯୁକ୍ତି ଉପରେ ଧ୍ୟାନ ଦେଇ ଓ ଉଦୀୟମାନ ବ୍ୟବସାୟିକ ଆବଶ୍ୟକତା ପୂରଣକରି ଶିଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ସମାଧାନ ପ୍ରଦାନ କରୁଛି।
The post ଝାରସୁଗୁଡ଼ାରେ କ୍ୟାଲ୍ସିୟମ ଆଲୁମିନେଟ୍ ପ୍ଲାଣ୍ଟ appeared first on Dharitri Odia News.