ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ
ସୋର,୧୬।୧(ଜନ୍ମେଜୟ ମିଶ୍ର): ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ। ଗୁରୁତର ବାପା ରଞ୍ଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ରାତିରେ ଖାଇବା ସମୟରେ ଝିଅ ମୋବାଇଲରେ କଥା ହେଉଥିବାରୁ ପ୍ରଥମେ ମା’ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅ ମା’ଙ୍କୁ ପନିକିରେ ଆକ୍ରମଣ […] The post ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ appeared first on Dharitri Odia News.
ସୋର,୧୬।୧(ଜନ୍ମେଜୟ ମିଶ୍ର): ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ସରଶଙ୍ଖ ପଞ୍ଚାୟତ ହାତିଗାଡ଼ିଆରେ। ଗୁରୁତର ବାପା ରଞ୍ଜିତ ସିଂ ଓ ସ୍ତ୍ରୀ ବୁଦୁନି ସିଂଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଶୁକ୍ରବାର ରାତିରେ ଖାଇବା ସମୟରେ ଝିଅ ମୋବାଇଲରେ କଥା ହେଉଥିବାରୁ ପ୍ରଥମେ ମା’ ବାରଣ କରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଝିଅ ମା’ଙ୍କୁ ପନିକିରେ ଆକ୍ରମଣ କରିଥିଲେ। ବାପା ଏନେଇ ରୋକିବାରୁ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ବାପାମା’ଙ୍କ ଚିତ୍କାର ଶୁଣି ପଡିଶା ଦୌଡ଼ି ଆସିଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
ଅନ୍ୟପକ୍ଷରେ ଏହି ଘଟଣାରେ ଅଭିଯୁକ୍ତ ଝିଅଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ଝିଅ ବିବାହିତା ହୋଇଥିବା ବେଳେ ସ୍ବାମୀଙ୍କଘରୁ ପଳାଇ ଆସି କିଛି ଦିନ ହେବ ବାପ ଘରେ ରହିଆସୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
The post ମୋବାଇଲରେ କଥା ହେବାକୁ ବାରଣ କରିବାରୁ ମା’ବାପାଙ୍କୁ ପନିକିରେ ହାଣିଲେ ଝିଅ appeared first on Dharitri Odia News.