ଝାରସୁଗୁଡ଼ାରେ ବ୍ୟାପୁଛି ଥଣ୍ଡା-ଜ୍ବର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଲମ୍ବା ଲାଇନ୍

ଝାରସୁଗୁଡା ୨୧।୩: ଝାରସୁଗୁଡ଼ାରେ ବ୍ୟାପୁଛି ଥଣ୍ଡା ଜ୍ବର l ଖରାପ ପାଣିପାଗ କାଳବୈଶାଖୀ ବର୍ଷା ଯୋଗୁଁ ଏଭଳି ଥଣ୍ଡା ଜ୍ବର ବ୍ୟାପିବାରେ ଲାଗିଛି l ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଛି ଜ୍ବର, କାଶ, ସର୍ଦ୍ଦି, ହାତଗୋଡ ବ୍ୟଥା, ମୁଣ୍ଡ ବ୍ୟଥା ତଥା ଛାତିରେ ଯନ୍ତ୍ରଣା ପରି ଅନେକ ଲକ୍ଷଣ l ଏହିପରି ଥଣ୍ଡା ଜ୍ବରରେ ପୀଡିତ ରୋଗୀଙ୍କ ଲମ୍ବା ଲାଇନ ଏବେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି l ଥଣ୍ଡା ଜ୍ୱରରେ ପୀଡିତ ଥିବା ଅନେକ ରୋଗୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ମଧ୍ୟ ହୋଇଛନ୍ତି l ଏହି ଭାଇରାଲ୍ ଜ୍ବର ପ୍ରଭାବ ୭ରୁ ୧୫ ଦିନ ଯାଏଁ ରହିଥିବା ବେଳେ ଏଥିରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଥଣ୍ଡା ଜ୍ୱରରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଲକ୍ଷଣ ଅନୁସାରେ ସେମାନଙ୍କ ଚିକିତ୍ସା କରାଯାଉଛି, ଔଷଧ ଦିଆଯାଉଛି ଏବଂ ଥଣ୍ଡାରୁ ଦୂରରେ ରହିବା ସହ ନିଜର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଏଚକେ ନାୟକ କହିଛନ୍ତି  l ଫେବୃଆରୀ ମାସରେ ଜ୍ୱର ଥଣ୍ଡାରେ ପ୍ରାୟ ୪ ହଜାର ୧୪ ଜଣ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ବେଳେ ମାର୍ଚ୍ଚ ମାସରେ ପ୍ରାୟ ୪ ହଜାର ୧୮୮ ଜଣ ରୋଗୀ ଚିକିତ୍ସିତ ହେଲେଣି ।You Can Read:ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡା ଓ ଦିଲ୍ଲୀ ମଧ୍ୟରେ ବନ୍ଦ ହେବ ବିମାନ ସ

ଝାରସୁଗୁଡ଼ାରେ ବ୍ୟାପୁଛି ଥଣ୍ଡା-ଜ୍ବର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଲମ୍ବା ଲାଇନ୍

ଝାରସୁଗୁଡା ୩: ଝାରସୁଗୁଡ଼ାରେ ବ୍ୟାପୁଛି ଥଣ୍ଡା ଜ୍ବର l ଖରାପ ପାଣିପାଗ କାଳବୈଶାଖୀ ବର୍ଷା ଯୋଗୁଁ ଏଭଳି ଥଣ୍ଡା ଜ୍ବର ବ୍ୟାପିବାରେ ଲାଗିଛି l ରୋଗୀଙ୍କ ନିକଟରେ ଦେଖିବାକୁ ମିଳିଛି ଜ୍ବର, କାଶ, ସର୍ଦ୍ଦି, ହାତଗୋଡ ବ୍ୟଥା, ମୁଣ୍ଡ ବ୍ୟଥା ତଥା ଛାତିରେ ଯନ୍ତ୍ରଣା ପରି ଅନେକ ଲକ୍ଷଣ l ଏହିପରି ଥଣ୍ଡା ଜ୍ବରରେ ପୀଡିତ ରୋଗୀଙ୍କ ଲମ୍ବା ଲାଇନ ଏବେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି l ଥଣ୍ଡା ଜ୍ୱରରେ ପୀଡିତ ଥିବା ଅନେକ ରୋଗୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି ମଧ୍ୟ ହୋଇଛନ୍ତି l ଏହି ଭାଇରାଲ୍ ଜ୍ବର ପ୍ରଭାବ ୭ରୁ ୧୫ ଦିନ ଯାଏଁ ରହିଥିବା ବେଳେ ଏଥିରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି l ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଥଣ୍ଡା ଜ୍ୱରରେ ପୀଡିତ ରୋଗୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଲକ୍ଷଣ ଅନୁସାରେ ସେମାନଙ୍କ ଚିକିତ୍ସା କରାଯାଉଛି, ଔଷଧ ଦିଆଯାଉଛି ଏବଂ ଥଣ୍ଡାରୁ ଦୂରରେ ରହିବା ସହ ନିଜର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଉଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ଏଚକେ ନାୟକ କହିଛନ୍ତି  l ଫେବୃଆରୀ ମାସରେ ଜ୍ୱର ଥଣ୍ଡାରେ ପ୍ରାୟ ୪ ହଜାର ୧୪ ଜଣ ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଥିବା ବେଳେ ମାର୍ଚ୍ଚ ମାସରେ ପ୍ରାୟ ୪ ହଜାର ୧୮୮ ଜଣ ରୋଗୀ ଚିକିତ୍ସିତ ହେଲେଣି ।

You Can Read:

ଆସନ୍ତା ମାର୍ଚ୍ଚ ୩୧ରୁ ଝାରସୁଗୁଡା ଓ ଦିଲ୍ଲୀ ମଧ୍ୟରେ ବନ୍ଦ ହେବ ବିମାନ ସେବା