ଝିଅ ଜନ୍ମ ପରେ ଆଖି ବୁଜିଲା ମାଆ; ପ୍ରସୂତିଙ୍କ ମୃତ୍ୟୁକୁ ନେଇ ନର୍ସିଂ ହୋମରେ ଉତ୍ତେଜନା…

ଭଦ୍ରକ: ପ୍ରସୂତି ମୃତ୍ୟୁକୁ ନେଇ ନର୍ସିଂ ହୋମରେ ଉତ୍ତେଜନା। ନର୍ସିଂ ହୋମ ଭଙ୍ଗାରୁଜା ସହ ଡାକ୍ଟରଙ୍କ ଗାଡ଼ି ଭାଙ୍ଗିଲେ ମୃତକଙ୍କ ସମ୍ପର୍କୀୟ । ମେଡିକାଲ କର୍ତୃପକ୍ଷ ନଆସିବାରୁ ଭଙ୍ଗାରୁଜା କଲେ ଲୋକେ। ଭଦ୍ରକ ସହରର ଗାନ୍ଧୀ ପଡିଆ ଠାରେ ଥିବା ଏକ ଘରୋଇ ନର୍ସିଂ ହୋମରେ ପୁଲିସ୍‌ ଉପସ୍ଥିତିରେ ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସମ୍ପର୍କୀୟ। ଅଭିଯୋଗ ଅନୁଯାୟୀ, ଆସୁରାଲି ଅଞ୍ଚଳର ଦେବସ୍ମିତା ଜେନାଙ୍କର ଦ୍ୱିତୀୟ ସନ୍ତାନ ପ୍ରସବ ପାଇଁ ଏହି ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ। ଅପରେସନ […]

ଝିଅ ଜନ୍ମ ପରେ ଆଖି ବୁଜିଲା ମାଆ; ପ୍ରସୂତିଙ୍କ ମୃତ୍ୟୁକୁ ନେଇ ନର୍ସିଂ ହୋମରେ ଉତ୍ତେଜନା…
maxresdefault 2

ଭଦ୍ରକ: ପ୍ରସୂତି ମୃତ୍ୟୁକୁ ନେଇ ନର୍ସିଂ ହୋମରେ ଉତ୍ତେଜନା। ନର୍ସିଂ ହୋମ ଭଙ୍ଗାରୁଜା ସହ ଡାକ୍ଟରଙ୍କ ଗାଡ଼ି ଭାଙ୍ଗିଲେ ମୃତକଙ୍କ ସମ୍ପର୍କୀୟ । ମେଡିକାଲ କର୍ତୃପକ୍ଷ ନଆସିବାରୁ ଭଙ୍ଗାରୁଜା କଲେ ଲୋକେ। ଭଦ୍ରକ ସହରର ଗାନ୍ଧୀ ପଡିଆ ଠାରେ ଥିବା ଏକ ଘରୋଇ ନର୍ସିଂ ହୋମରେ ପୁଲିସ୍‌ ଉପସ୍ଥିତିରେ ଭଙ୍ଗାରୁଜା କରିଛନ୍ତି ମୃତକଙ୍କ ସମ୍ପର୍କୀୟ।

ଅଭିଯୋଗ ଅନୁଯାୟୀ, ଆସୁରାଲି ଅଞ୍ଚଳର ଦେବସ୍ମିତା ଜେନାଙ୍କର ଦ୍ୱିତୀୟ ସନ୍ତାନ ପ୍ରସବ ପାଇଁ ଏହି ନର୍ସିଂ ହୋମରେ ଭର୍ତ୍ତି ହୋଇଥିଲେ। ଅପରେସନ ପରେ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିଲା । ହେଲେ ପ୍ରସୂତିଙ୍କର ମୃତ୍ୟୁ ଘଟିଥିଲା। ନର୍ସିଂ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ପୁଲିସ ଉପସ୍ଥିତିରେ ନର୍ସିଂ ହୋମ ସହ ଡାକ୍ତରଙ୍କ ଗାଡି ଭାଙ୍ଗିଛନ୍ତି ମୃତକଙ୍କ ପରିବାରଲୋକେ। ସେପଟେ ସ୍ଥାନୀୟଲୋକେ ମୃତକଙ୍କ ପରିବାରକୁ ପାଲଟା ଆକ୍ରମଣ କରିଥିବା ଜଣାପଡିଛି। ଘଟସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି ପୁଲିସ।