ଝିଅ ସୋନାକ୍ଷୀ ଓ ଜହୀର ଇକବାଲଙ୍କ ବିବାହକୁ ଆସିବେ ବାପା ଶତ୍ରୁଘ୍ନ ସିହ୍ନା: ଗୁଜବକାରୀଙ୍କୁ କହିଲେ ଖାମୋସ୍...
ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜୁନ ୨୩ ତାରିଖରେ ତାଙ୍କ ପୁରୁଷ ବନ୍ଧୁ ଜହୀର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେଲେ ତା ପୂର୍ବରୁ ଦୁଇ ଷ୍ଟାର୍ଙ୍କ ବିବାହକୁ ନେଇ ଗୁଜବ ଆରମ୍ଭ ହୋଇଗଲାଣି। ସବୁଠାରୁ ବଡ଼ କଥା ହେଲା ସୋନାକ୍ଷୀଙ୍କ ବିବାହକୁ ହିନ୍ଦୁ ମୁସଲମାନ ଆଙ୍ଗଲରେ ଦେଖାଯାଉଛି। ସୋନାକ୍ଷୀ ଜହୀରଙ୍କୁ ବିବାହ କରିବାକୁ ସ୍ଥିର କରିଥିବାରୁ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନା ବାହାଘରରେ ଯୋଗ ଦେବେ ନାହିଁ ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା। ହେଲେ ଶତ୍ରୁଘ୍ନ ସିହ୍ନା ଏହି ଗୁଜବକୁ ଖଣ୍ଡନ କରିଛନ୍ତି। ଝିଅ ବାହାଘର ସେ ନିଶ୍ଚୟ ଯୋଗ ଦେବେ ବୋଲି କହିଛନ୍ତି। ସିନେମା ଖବର ଛାପୁଥିବା ୱେବ୍ସାଇଟ୍ ପିଙ୍କ୍ ଭିଲ୍ଲାର ଖବର ଅନୁସାରେ, ବିବାହ ପାଇଁ ସିହ୍ନା ପରିବାରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବାପା ଶତ୍ରୁଘ୍ନ ସିହ୍ନା ଓ ସୋନୀକ୍ଷୀଙ୍କ ମାମୁଁ ପହଲାଜ ନିହାଲାନୀଙ୍କୁ ବାନ୍ଦ୍ରାର ଏକ ହୋଟେଲ୍ରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଝିଅ ବାହାଘରରେ ଶତ୍ରୁଘ୍ନ ଯୋଗ ଦେବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା। ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ଜୁମ୍ ଟିଭିକୁ ପ୍ରତିକ୍ରିୟା ଦେଇ ଶତ୍ରୁଘ୍ନ କହିଛନ୍ତି ସେ ତାଙ୍କ ଝିଅଙ୍କ ଉପରେ ଗର୍ବ କରନ୍ତି। ଏବଂ ଆଶୀର୍ବାଦ ଦେବାକୁ ସେ ବିବାହରେ ଉପସ୍ଥିତ ରହିବେ। ତେବେ ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନେ ୟା ତା କଥା ଛାଡ଼ି ନିଜ କଥାରେ ଧ୍ୟାନ ଦିଅନ୍ତୁ।
ମୁମ୍ବାଇ: ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଜୁନ ୨୩ ତାରିଖରେ ତାଙ୍କ ପୁରୁଷ ବନ୍ଧୁ ଜହୀର ଇକବାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେଲେ ତା ପୂର୍ବରୁ ଦୁଇ ଷ୍ଟାର୍ଙ୍କ ବିବାହକୁ ନେଇ ଗୁଜବ ଆରମ୍ଭ ହୋଇଗଲାଣି। ସବୁଠାରୁ ବଡ଼ କଥା ହେଲା ସୋନାକ୍ଷୀଙ୍କ ବିବାହକୁ ହିନ୍ଦୁ ମୁସଲମାନ ଆଙ୍ଗଲରେ ଦେଖାଯାଉଛି।
ସୋନାକ୍ଷୀ ଜହୀରଙ୍କୁ ବିବାହ କରିବାକୁ ସ୍ଥିର କରିଥିବାରୁ ତାଙ୍କ ବାପା ଶତ୍ରୁଘ୍ନ ସିହ୍ନା ବାହାଘରରେ ଯୋଗ ଦେବେ ନାହିଁ ବୋଲି ମିଡିଆରେ ଖବର ପ୍ରକାଶ ପାଇଥିଲା। ହେଲେ ଶତ୍ରୁଘ୍ନ ସିହ୍ନା ଏହି ଗୁଜବକୁ ଖଣ୍ଡନ କରିଛନ୍ତି। ଝିଅ ବାହାଘର ସେ ନିଶ୍ଚୟ ଯୋଗ ଦେବେ ବୋଲି କହିଛନ୍ତି। ସିନେମା ଖବର ଛାପୁଥିବା ୱେବ୍ସାଇଟ୍ ପିଙ୍କ୍ ଭିଲ୍ଲାର ଖବର ଅନୁସାରେ, ବିବାହ ପାଇଁ ସିହ୍ନା ପରିବାରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବାପା ଶତ୍ରୁଘ୍ନ ସିହ୍ନା ଓ ସୋନୀକ୍ଷୀଙ୍କ ମାମୁଁ ପହଲାଜ ନିହାଲାନୀଙ୍କୁ ବାନ୍ଦ୍ରାର ଏକ ହୋଟେଲ୍ରେ ଦେଖିବାକୁ ମିଳିଛି।
ଏହା ପୂର୍ବରୁ ଝିଅ ବାହାଘରରେ ଶତ୍ରୁଘ୍ନ ଯୋଗ ଦେବେ ନାହିଁ ବୋଲି ଶୁଣିବାକୁ ମିଳିଥିଲା। ଏହାକୁ ନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ଜୁମ୍ ଟିଭିକୁ ପ୍ରତିକ୍ରିୟା ଦେଇ ଶତ୍ରୁଘ୍ନ କହିଛନ୍ତି ସେ ତାଙ୍କ ଝିଅଙ୍କ ଉପରେ ଗର୍ବ କରନ୍ତି। ଏବଂ ଆଶୀର୍ବାଦ ଦେବାକୁ ସେ ବିବାହରେ ଉପସ୍ଥିତ ରହିବେ। ତେବେ ଯେଉଁମାନେ ଗୁଜବ ପ୍ରଚାର କରୁଛନ୍ତି ସେମାନେ ୟା ତା କଥା ଛାଡ଼ି ନିଜ କଥାରେ ଧ୍ୟାନ ଦିଅନ୍ତୁ।
ଶତ୍ରୁଘ୍ନ ସିହ୍ନା ଆହୁରି କହିଛନ୍ତି “ମୋତେ କୁହନ୍ତି,କାହା ଜୀବନ ବିଷୟରେ ଚର୍ଚ୍ଚା ହେଉଛି? ଏହା ମୋର ଏକମାତ୍ର ଝିଅର ଜୀବନ। ସୋନାକ୍ଷୀ, ଯାହାଙ୍କୁ ନେଇ ମୁଁ ଗର୍ବିତ, ଯାହାଙ୍କୁ ମୁଁ ଖୁବ୍ ଭଲପାଏ। ସେ ମୋତେ ତାଙ୍କ ଜୀବନର ମଜଭୁତ୍ ସ୍ତମ୍ବ ବୋଲି ଭାବନ୍ତି। ତାଙ୍କ ବାହାଘରରେ ମୁଁ ରହିବି। ତେବେ ମୋର କାହିଁକି ବାହାଘରରେ ରହିବା ଉଚିତ ନୁହେଁ ମୁଁ କାହିଁକି ରହିବି ନାହିଁ ବୋଲି ଭାବୁଛନ୍ତି?”
ବାପା ଶତ୍ରୁଘ୍ନ ସିହ୍ନା ସୋନାକ୍ଷୀଙ୍କ ସିହ୍ନାଙ୍କ ଜୀବନ ସାଥି ବାଛିବାର ପସନ୍ଦକୁ ତାରିଫ ବି କରିଛନ୍ତି। ସେମାନଙ୍କର ଖୁବ୍ ସୁନ୍ଦର ଯୋଡ଼ି ବୋଲି ଶତ୍ରୁଘ୍ନ କହିଛନ୍ତି। ତେବେ ବିବାହକୁ ନେଇ ଗୁଜବ ପ୍ରଚାର କରୁଥିବା ଲୋକଙ୍କୁ ଫିଲ୍ମ ଷ୍ଟାଇଲ୍ରେ ଜବାବ ଦେଇଛନ୍ତି ଶତ୍ରୁଘ୍ନ ସିହ୍ନା। ସେ କହିଛନ୍ତି “ମୁଁ ମୋର ଖାସ୍ ଡାଇଲଗ୍ରେ ସେମାନଙ୍କୁ ସାବଧାନ କରିବାକୁ ଚାହିଁବି। ଖାମୋସ... ଏହା ତୁମର କାମ ନୁହେଁ, କେବଳ ନିଜ କାମରେ ଧ୍ୟାନ ଦିଅ।”
ସୂଚନା ଥାଉଖି ଜୁନ ୨୩ ତାରିଖରେ ସୋନାକ୍ଷୀ ଓ ଜହୀରଙ୍କର ବିବାହ ହେବ। ସ୍ୱତନ୍ତ୍ର ବିବାହ ଆଇନ୍ରେ ଦୁହେଁ କୋର୍ଟ ମ୍ୟାରେଜ୍ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।