ଝୁମ୍ପୁରାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କହିଲେ ମୁଁ ଲୋକଙ୍କ ମୁଖ୍ୟମନ୍ତ୍ରୀ, ଯାହା କହିଛି କରି ଦେଖାିଇବି
କେନ୍ଦୁଝର ୨୪/୦୬: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲା କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଅପରାହ୍ନରେ ବଳଦେବଜୀଉ ମନ୍ଦିରରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପ୍ରାୟ ସାଢେ ତିନି କିଲୋମିଟର ରାସ୍ତାରେ ସେ ଏକ ରୋଡ ସୋ' ରେ ଯାଇଥିଲେ। ଷ୍ଟାଡିୟମ୍ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଏକ ସାଧାରଣ ଗରିବ ଆଦିବାସୀ ଘରର ପୁଅ । ଲୋକଙ୍କ ମୁଖ୍ୟମନ୍ତ୍ରୀ, ନିଶ୍ଚୟ କାମ କରି ଦେଖାଇବି। ସେ କହିଥିଲେ ଯେ ଶପଥ ନେବାର ମାତ୍ର ଦୁଇ ଘଣ୍ଟା ଭିତରେ ଆମେ କ୍ୟାବିନେଟ୍ ବସାଇ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ପତ୍ତି ନେଲୁ। ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲାଗଲା । ମନ୍ଦିରର ଉନ୍ନତି ପାଇଁ ଏକ କର୍ପସ୍ ପାଣ୍ଠି କରି ୫୦୦ କୋଟି ଟଙ୍କା ଦିଆଗଲା । ମାଆମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ୫୦ ହଜାର ଟଙ୍କାର ଭାଉଚର୍ ଦେବା ପାଇଁ ନିଷ୍ପତ୍ତି ହେଲା। ମୋଦୀ ସରକାର ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା କରିବା ପରେ ଆମେ ଆଉ ୮୦୦ ଟଙ୍କା ଦେଇ ଚାଷୀଙ୍କୁ ୩୧୦୦ ଟଙ୍କା ଦେବୁ ବୋଲି ସେ କହିଥିଲେ। କେନ୍ଦୁଝର ଜିଲ୍ଲା ବାସୀଙ୍କ ପ୍ରଶଂସା କରି ସେ କହିଲେ ଯେ କେନ୍ଦୁଝର ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟି ଲଢେଇ କରି ଜାଣେ । ଏ ମାଟିର ପୁଅ ଡରିବା କଣ ଜାଣେ ନାହିଁ। ସେ କହିଲେ ଯେ କେନ୍ଦୁଝରର ଖଣିକୁ ଲୁଟ କରା ଯାଇଛି। ଖ
କେନ୍ଦୁଝର ୨୪/୦୬: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ଜିଲ୍ଲା କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଅପରାହ୍ନରେ ବଳଦେବଜୀଉ ମନ୍ଦିରରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପ୍ରାୟ ସାଢେ ତିନି କିଲୋମିଟର ରାସ୍ତାରେ ସେ ଏକ ରୋଡ ସୋ' ରେ ଯାଇଥିଲେ।
ଷ୍ଟାଡିୟମ୍ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ନିଜର ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୁଁ ଏକ ସାଧାରଣ ଗରିବ ଆଦିବାସୀ ଘରର ପୁଅ । ଲୋକଙ୍କ ମୁଖ୍ୟମନ୍ତ୍ରୀ, ନିଶ୍ଚୟ କାମ କରି ଦେଖାଇବି। ସେ କହିଥିଲେ ଯେ ଶପଥ ନେବାର ମାତ୍ର ଦୁଇ ଘଣ୍ଟା ଭିତରେ ଆମେ କ୍ୟାବିନେଟ୍ ବସାଇ ଇସ୍ତାହାରରେ ଥିବା ପ୍ରତିଶ୍ରୁତି ପୂରଣ ପାଇଁ ନିଷ୍ପତ୍ତି ନେଲୁ। ପୁରୀ ଶ୍ରୀ ମନ୍ଦିରର ଚାରି ଦ୍ଵାର ଖୋଲାଗଲା । ମନ୍ଦିରର ଉନ୍ନତି ପାଇଁ ଏକ କର୍ପସ୍ ପାଣ୍ଠି କରି ୫୦୦ କୋଟି ଟଙ୍କା ଦିଆଗଲା ।
ମାଆମାନଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ୫୦ ହଜାର ଟଙ୍କାର ଭାଉଚର୍ ଦେବା ପାଇଁ ନିଷ୍ପତ୍ତି ହେଲା। ମୋଦୀ ସରକାର ଧାନର ସହାୟକ ମୂଲ୍ୟ ୨୩୦୦ ଟଙ୍କା କରିବା ପରେ ଆମେ ଆଉ ୮୦୦ ଟଙ୍କା ଦେଇ ଚାଷୀଙ୍କୁ ୩୧୦୦ ଟଙ୍କା ଦେବୁ ବୋଲି ସେ କହିଥିଲେ। କେନ୍ଦୁଝର ଜିଲ୍ଲା ବାସୀଙ୍କ ପ୍ରଶଂସା କରି ସେ କହିଲେ ଯେ କେନ୍ଦୁଝର ହେଉଛି ବିପ୍ଳବୀ ଧରଣୀଧରଙ୍କ ମାଟି। ଏ ମାଟି ଲଢେଇ କରି ଜାଣେ ।
ଏ ମାଟିର ପୁଅ ଡରିବା କଣ ଜାଣେ ନାହିଁ। ସେ କହିଲେ ଯେ କେନ୍ଦୁଝରର ଖଣିକୁ ଲୁଟ କରା ଯାଇଛି। ଖଣି ଲୁଟେରା ମାନେ ଜେଲ୍ ଯିବେ। ସେମାନେ ମୋ ନଜରକୁ ଆସିଛନ୍ତି, ଖସି ପାରିବେ ନାହିଁ ବୋଲି ସେ କହିଥିଲେ। ସେ କହିଥିଲେ ଯେ କେନ୍ଦୁଝର ହେବ ସୁନାର କେନ୍ଦୁଝର। କେନ୍ଦୁଝରର ବିକାଶ ପାଇଁ ୨୫ ହଜାର କୋଟି ଟଙ୍କା ଅଛି । ସମସ୍ତେ ମିଶି କେନ୍ଦୁଝରକୁ ଏକ ନମ୍ବର କରିବା ।
ବିକଶିତ ଭାରତରେ ନୂଆ ଓଡ଼ିଶାର ସ୍ଥାନ ବହୁ ଉପରେ ରହିବ ବୋଲି ସେ କହିଥିଲେ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଓଡ଼ିଶା ଉପରେ ସୁ ନଜର ଅଛି। ପୂର୍ବ ଭାରତର ବିକାଶ ଯୋଜନାରେ ଓଡ଼ିଶାକୁ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯିବ। ବିକଶିତ ଭାରତରେ ଓଡ଼ିଶା ସ୍ଥାନ ବହୁ ଉପରେ ରହିବ ବୋଲି ସେ କହିଥିଲେ ।
ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇ ସେ କହିଲେ ଯେ ଆମର ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତି ହେଉଛି ଆମର ଅସ୍ମିତା । ମୁଁ ଭୁବନେଶ୍ବରରେ ରଜ ପାଳନ କଲେ ବି କେନ୍ଦୁଝରର ରଜ ପର୍ବ କଥା ମୋର ମନେ ପଡେ। ସମସ୍ତେ ମିଶି ପରମ୍ପରାକୁ ପାଳନ କଲେ ଓଡ଼ିଆ ଅସ୍ମିତାର ସୁରକ୍ଷା ହେବ ବୋଲି ସେ କହିଥିଲେ।