ଟଙ୍କା ନଦେବାରୁ ସ୍ତ୍ରୀ ଉପରକୁ ଏସିଡ ଫିଙ୍ଗିଲା ନୃଶଂସ ସ୍ବାମୀ, ଶାଶୂ ବି ଗୁରତର

କଣାସ: ଟଙ୍କା ନଦେବାରୁ ସ୍ତ୍ରୀ ଉପରକୁ ଏସିଡ ଫିଙ୍ଗିଲା ନୃଶଂସ ସ୍ବାମୀ। ବଞ୍ଚାଇବାକୁ ଆସିବାବେଳେ ଶାଶୂଙ୍କ ଉପରକୁ ବି ଫିଙ୍ଗିଲା ଏସିଡ୍‌। ଏଥିରେ ଗୁରୁତର ହେଲେ ମାଆ-ଝିଅ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ବଡ ତୋଟା ଗ୍ରାମରେ। ଗୁରୁତର ଅବସ୍ଥାରେ ମାଆ-ଝିଅକୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭୁବେନଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଅଭିଯୁକ୍ତଙ୍କ ଶ୍ବଶୁର ହୃଷିକେଶ ପ୍ରଧାନ ଏନେଇ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ହୃଷିକେଶଙ୍କ ଝିଅ କୁନି ଷାଠୁଆ ୨୦ ବର୍ଷ ତଳେ ନୟାଗଡ଼ ଜିଲ୍ଲାର ଇଟାମାଟି ଥାନା ଅନ୍ତର୍ଗତ ଚମ୍ପିତିପୁର ଗ୍ରାମର ନବ ଷାଠୁଆଙ୍କ ପୁଅ ବବିନା ଷାଠୁଆଙ୍କୁ ବିବାହ କରିଥିଲେ। ତେବେ ବିବାହ  ପରେ ପାରିବାରିକ ସମସ୍ୟା କାରଣରୁ ଶାଶୁଘର ଛାଡ଼ି ବାପଘରକୁ ଚାଲିଆସିଥିଲେ କୁନି। ଆଉ କେତକୀପାଟଣାର ବଜାରେ ଏକ ଦୋକାନ କରି ଚଳୁଥିଲା।ତେବେ ଶୁକ୍ରବାର ସନ୍ଧ୍ୟାରେ ବବିନା ଷାଠୁଆ, କୁନିଙ୍କ ଘରକୁ ଆସି ୨ ଲକ୍ଷ ଟଙ୍କା ମାଗିଥିଲେ। ଆଉ ଏତେ ଦେବାକୁ ସମର୍ଥ ନୁହେଁ କହିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା ସହ ଏସିଡ୍‌ ଫିଙ୍ଗିଥିଲା  । ଏହି ସମୟରେ କୁନିଙ୍କ ମାଆ ବାସନ୍ତୀ ପ୍ରଧାନ ରକ୍ଷା କରିବାକୁ ଆସିଥିବା

ଟଙ୍କା ନଦେବାରୁ ସ୍ତ୍ରୀ ଉପରକୁ ଏସିଡ ଫିଙ୍ଗିଲା ନୃଶଂସ ସ୍ବାମୀ, ଶାଶୂ ବି ଗୁରତର

କଣାସ: ଟଙ୍କା ନଦେବାରୁ ସ୍ତ୍ରୀ ଉପରକୁ ଏସିଡ ଫିଙ୍ଗିଲା ନୃଶଂସ ସ୍ବାମୀ। ବଞ୍ଚାଇବାକୁ ଆସିବାବେଳେ ଶାଶୂଙ୍କ ଉପରକୁ ବି ଫିଙ୍ଗିଲା ଏସିଡ୍‌। ଏଥିରେ ଗୁରୁତର ହେଲେ ମାଆ-ଝିଅ। ଉଭୟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। 

ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ବଡ ତୋଟା ଗ୍ରାମରେ। ଗୁରୁତର ଅବସ୍ଥାରେ ମାଆ-ଝିଅକୁ ସାକ୍ଷୀଗୋପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ଭୁବେନଶ୍ବର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଅଭିଯୁକ୍ତଙ୍କ ଶ୍ବଶୁର ହୃଷିକେଶ ପ୍ରଧାନ ଏନେଇ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। 

ଅଭିଯୋଗ ଅନୁଯାୟୀ, ହୃଷିକେଶଙ୍କ ଝିଅ କୁନି ଷାଠୁଆ ୨୦ ବର୍ଷ ତଳେ ନୟାଗଡ଼ ଜିଲ୍ଲାର ଇଟାମାଟି ଥାନା ଅନ୍ତର୍ଗତ ଚମ୍ପିତିପୁର ଗ୍ରାମର ନବ ଷାଠୁଆଙ୍କ ପୁଅ ବବିନା ଷାଠୁଆଙ୍କୁ ବିବାହ କରିଥିଲେ। ତେବେ ବିବାହ  ପରେ ପାରିବାରିକ ସମସ୍ୟା କାରଣରୁ ଶାଶୁଘର ଛାଡ଼ି ବାପଘରକୁ ଚାଲିଆସିଥିଲେ କୁନି। ଆଉ କେତକୀପାଟଣାର ବଜାରେ ଏକ ଦୋକାନ କରି ଚଳୁଥିଲା।

ତେବେ ଶୁକ୍ରବାର ସନ୍ଧ୍ୟାରେ ବବିନା ଷାଠୁଆ, କୁନିଙ୍କ ଘରକୁ ଆସି ୨ ଲକ୍ଷ ଟଙ୍କା ମାଗିଥିଲେ। ଆଉ ଏତେ ଦେବାକୁ ସମର୍ଥ ନୁହେଁ କହିବାରୁ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବା ସହ ଏସିଡ୍‌ ଫିଙ୍ଗିଥିଲା  । 

ଏହି ସମୟରେ କୁନିଙ୍କ ମାଆ ବାସନ୍ତୀ ପ୍ରଧାନ ରକ୍ଷା କରିବାକୁ ଆସିଥିବାବେଳେ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା ବବିନା। ଆଉ ତଣ୍ଟି ଚିପି ଆଲମାରି ଚାବି ନେଇ ସେଥିରୁ ସାନ ଝିଅର ବିବାହ ପାଇଁ ରଖିଥିବା ଦୁଇ ଲକ୍ଷ ଟଙ୍କା, ସୁନା ଅଳଙ୍କାର ଏବଂ ମୋବାଇଲ ଫୋନ୍‌ ନେଇଯାଇଥିଲା। ତେବେ ଏହି ଅଭିଯୋଗ  ଆଧାରରେ ବଳଙ୍ଗା ଥାନା ତଦନ୍ତ ଆରମ୍ଭ କରିଛି ।