୨୦୨୫-୨୬ ବର୍ଷ ନିମନ୍ତେ ରିକାନ୍ତ ପିଟ୍ଟୀ ହେଲେ CII ଦିଲ୍ଲୀର ଚେୟାରମ୍ୟାନ

ନୂଆଦିଲ୍ଲୀ ୩।୩: ଇଜମାଇଁ ଟ୍ରିପ୍ ର ସହ ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରିକାନ୍ତ ପିଟ୍ଟୀଙ୍କୁ ୨୦୨୫-୨୬ ବର୍ଷ ନିମନ୍ତେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ) ଦିଲ୍ଲୀ ରାଜ୍ୟର ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। ଯାତ୍ରା ବୁକିଂ ମଞ୍ଚ ସୋମବାର  ଏହି ସୂଚନା ଦେଇଛି। ଇଜମାଇଁ ଟ୍ରିପ୍ କହିଛି ଯେ ପ୍ରଥମ ଥର କୌଣସି ୟୁନିକର୍ଣ୍ଣ କମ୍ପାନୀର ସହ ସଂସ୍ଥାପକଙ୍କୁ ସିଆଇଆଇ ଦିଲ୍ଲୀ ରାଜ୍ୟର ଅଧ୍ୟକ୍ଷ କରାଯାଇଛି। ସିଆଇଆଇ ଦିଲ୍ଲୀର ଅଧ୍ୟକ୍ଷ ରୂପେ ରିକାନ୍ତ ପିଟ୍ଟୀ ବାଣିଜ୍ୟ ବିକାଶ, ଡିଜିଟାଲ ପରିବର୍ତ୍ତନ, ଏବଂ ଉଦ୍ୟୋଗ-ସରକାର ସହଯୋଗକୁ ମଜଭୁତ କରିବା ଲାଗି ଧ୍ୟାନ କେନ୍ଦ୍ରିତ କରିବେ। ଇଜମାଇଁ ଟ୍ରିପ୍ କହିଛି ଯେ ଏହା ଛଡା ଦିଲ୍ଲୀକୁ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ପିଟ୍ଟୀ ବଡ଼ ଧରଣର ପର୍ଯ୍ୟଟନ ଉଦ୍ୟମ ଆରମ୍ଭ କରିବେ, ଯାହା ଦ୍ୱାରା ସହରକୁ ବୈଶ୍ୱିକ ପର୍ଯ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର ରୂପେ ସ୍ଥାପିତ କରାଯାଇ ପାରିବ। ପିଟ୍ଟୀ କହିଛନ୍ତି ଯେ ଦିଲ୍ଲୀକୁ ବୈଶ୍ୱିକ ବ୍ୟାପାର ଓ ପର୍ଯ୍ୟଟନ ସ୍ଥଳ ରୂପେ ସ୍ଥାପିତ କରିବା ମୋର ଉଦ୍ଦେଶ୍ୟ। ଏଥି ପାଇଁ ପ୍ରଯୁକ୍ତି, ସ୍ଥିରତା ଓ ଉଦ୍ୟୋଗ ସହଯୋଗର ଲାଭ ନେଇ ନୂଆ ଅବସର ସୃଷ୍ଟି କରାଯାଇ ପାରିବ। ନୀତି ନିର୍ମାତା ଓ ବ୍ୟବସାୟୀକ ଜଗତର ଲୋକଙ୍କ ସହ ମିଶି କାମ କରିବାକୁ ମୁଁ ଉତ୍ସୁକ ବୋଲି ପିଟ୍ଟୀ କହିଛନ୍ତି। ଏହା ଦ୍ୱାରା ଏପରି ଭବିଷ୍

୨୦୨୫-୨୬ ବର୍ଷ ନିମନ୍ତେ ରିକାନ୍ତ ପିଟ୍ଟୀ ହେଲେ CII ଦିଲ୍ଲୀର ଚେୟାରମ୍ୟାନ

ନୂଆଦିଲ୍ଲୀ ୩।୩: ଇଜମାଇଁ ଟ୍ରିପ୍ ର ସହ ସଂସ୍ଥାପକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରିକାନ୍ତ ପିଟ୍ଟୀଙ୍କୁ ୨୦୨୫-୨୬ ବର୍ଷ ନିମନ୍ତେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ୍ (ସିଆଇଆଇ) ଦିଲ୍ଲୀ ରାଜ୍ୟର ଚେୟାରମ୍ୟାନ ନିଯୁକ୍ତ କରାଯାଇଛି। ଯାତ୍ରା ବୁକିଂ ମଞ୍ଚ ସୋମବାର  ଏହି ସୂଚନା ଦେଇଛି। ଇଜମାଇଁ ଟ୍ରିପ୍ କହିଛି ଯେ ପ୍ରଥମ ଥର କୌଣସି ୟୁନିକର୍ଣ୍ଣ କମ୍ପାନୀର ସହ ସଂସ୍ଥାପକଙ୍କୁ ସିଆଇଆଇ ଦିଲ୍ଲୀ ରାଜ୍ୟର ଅଧ୍ୟକ୍ଷ କରାଯାଇଛି। 

ସିଆଇଆଇ ଦିଲ୍ଲୀର ଅଧ୍ୟକ୍ଷ ରୂପେ ରିକାନ୍ତ ପିଟ୍ଟୀ ବାଣିଜ୍ୟ ବିକାଶ, ଡିଜିଟାଲ ପରିବର୍ତ୍ତନ, ଏବଂ ଉଦ୍ୟୋଗ-ସରକାର ସହଯୋଗକୁ ମଜଭୁତ କରିବା ଲାଗି ଧ୍ୟାନ କେନ୍ଦ୍ରିତ କରିବେ। ଇଜମାଇଁ ଟ୍ରିପ୍ କହିଛି ଯେ ଏହା ଛଡା ଦିଲ୍ଲୀକୁ ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢାଇବା ପାଇଁ ପିଟ୍ଟୀ ବଡ଼ ଧରଣର ପର୍ଯ୍ୟଟନ ଉଦ୍ୟମ ଆରମ୍ଭ କରିବେ, ଯାହା ଦ୍ୱାରା ସହରକୁ ବୈଶ୍ୱିକ ପର୍ଯ୍ୟଟନ ଓ ସାଂସ୍କୃତିକ କେନ୍ଦ୍ର ରୂପେ ସ୍ଥାପିତ କରାଯାଇ ପାରିବ। ପିଟ୍ଟୀ କହିଛନ୍ତି ଯେ ଦିଲ୍ଲୀକୁ ବୈଶ୍ୱିକ ବ୍ୟାପାର ଓ ପର୍ଯ୍ୟଟନ ସ୍ଥଳ ରୂପେ ସ୍ଥାପିତ କରିବା ମୋର ଉଦ୍ଦେଶ୍ୟ। 

ଏଥି ପାଇଁ ପ୍ରଯୁକ୍ତି, ସ୍ଥିରତା ଓ ଉଦ୍ୟୋଗ ସହଯୋଗର ଲାଭ ନେଇ ନୂଆ ଅବସର ସୃଷ୍ଟି କରାଯାଇ ପାରିବ। ନୀତି ନିର୍ମାତା ଓ ବ୍ୟବସାୟୀକ ଜଗତର ଲୋକଙ୍କ ସହ ମିଶି କାମ କରିବାକୁ ମୁଁ ଉତ୍ସୁକ ବୋଲି ପିଟ୍ଟୀ କହିଛନ୍ତି। ଏହା ଦ୍ୱାରା ଏପରି ଭବିଷ୍ୟ ନିର୍ମାଣ ହେବ ଯାହା ଗତିଶିଳ, ସମାବେଶୀ ଓ ବିକାଶ ଏବଂ ପରିବର୍ତ୍ତନ ପ୍ରେରିତ ହେବ। ସିଆଇଆଇ ଦିଲ୍ଲୀ ଅଧ୍ୟକ୍ଷ ରୂପେ ପିଟ୍ଟୀ ଆହୁଜା ରେସିଡେନ୍ସୀର ପରିଚାଳନା ନିର୍ଦ୍ଦେଶକ ଜୟଦୀପ ଆହୁଜାଙ୍କ ସ୍ଥାନ ନେଇଛନ୍ତି।