ଟମାଟୋରେ ଦେଖାଗଲେ ପ୍ରଭୁ ଜଗନ୍ନାଥ, ପୂଜାର୍ଚ୍ଚନା କଲେ ପରିବାର ଲୋକ

କଟକ: ବିଶ୍ୱାସରେ ଭଗବାନ। ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥ। ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି। ସତେ ଯେମିତି ଜଗତର ନାଥ ଜଗନ୍ନାଥ ବିଲାତି ବାଇଗଣ ରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଗୋପାଳପୁରର ପୁଥୁଲ୍ ଭଟ୍ଟାଚାର୍ଯ୍ୟ ଘରେ। ଗୁରୁବାର ପୁଥୁଲ୍ ଚିଲି ପନିର କରିବା ପାଇଁ ଟମାଟୋ ବାହାର କରିଥିଲେ। ଏହି ସମୟରେ ସେ ବିଲାତି ବାଇଗଣରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି। ଏହା ପରେ ସାରା ପରିବାର ଲୋକ ମିଶି ଠାକୁର ଘରେ ବିଲାତି ବାଇଗଣକୁ ରଖି ପୂଜାର୍ଚ୍ଚନା କରିଥିଲେ। ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହ୍ୱଳ  ସାରା ପରିବର। ଘରେ ବର୍ତ୍ତମାନ ଆଧ୍ୟାତ୍ମିକ ପରିବେଶ ଓ  ପୂଜାର ମାହୋଲ। 

ଟମାଟୋରେ ଦେଖାଗଲେ ପ୍ରଭୁ ଜଗନ୍ନାଥ, ପୂଜାର୍ଚ୍ଚନା କଲେ ପରିବାର ଲୋକ

କଟକ: ବିଶ୍ୱାସରେ ଭଗବାନ। ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥ। ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କ ଗୋଲ ଗୋଲ ଆଖି। ସତେ ଯେମିତି ଜଗତର ନାଥ ଜଗନ୍ନାଥ ବିଲାତି ବାଇଗଣ ରେ ଦର୍ଶନ ଦେଉଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଗୋପାଳପୁରର ପୁଥୁଲ୍ ଭଟ୍ଟାଚାର୍ଯ୍ୟ ଘରେ। 

ଗୁରୁବାର ପୁଥୁଲ୍ ଚିଲି ପନିର କରିବା ପାଇଁ ଟମାଟୋ ବାହାର କରିଥିଲେ। ଏହି ସମୟରେ ସେ ବିଲାତି ବାଇଗଣରେ ଦେଖିଥିଲେ ପ୍ରଭୁ ଜଗନ୍ନାଥ ଦର୍ଶନ ଦେଉଛନ୍ତି। ଏହା ପରେ ସାରା ପରିବାର ଲୋକ ମିଶି ଠାକୁର ଘରେ ବିଲାତି ବାଇଗଣକୁ ରଖି ପୂଜାର୍ଚ୍ଚନା କରିଥିଲେ। 

ବିଲାତି ବାଇଗଣରେ ପ୍ରଭୁ ଜଗନ୍ନାଥଙ୍କୁ ଦେଖିବା ପରେ ଭାବବିହ୍ୱଳ  ସାରା ପରିବର। ଘରେ ବର୍ତ୍ତମାନ ଆଧ୍ୟାତ୍ମିକ ପରିବେଶ ଓ  ପୂଜାର ମାହୋଲ।