ଟସ୍ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ରଜତ ପାଟିଦାର
ବିଶାଖାପାଟନମ୍,୨।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ କେବଳ ତିନି ଜଣ ସ୍ପିନର ଏବଂ ଦୁଇ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଆସିଛନ୍ତି। ଆହତ କାରଣରୁ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ ରାହୁଲ ଆଉଟ ହୋଇଛନ୍ତି। ଏଥି ସହିତ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି। କ୍ୟାପଟେନ ରୋହିତ କହିଛନ୍ତି, ଜାଡେଜାଙ୍କ ସ୍ଥାନରେ କୁଲଦୀପ, ରାହୁଲଙ୍କ ସ୍ଥାନରେ ରଜତ ପାଟିଦାର ଏବଂ ସିରାଜଙ୍କ ସ୍ଥାନରେ ମୁକେଶ […] The post ଟସ୍ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ରଜତ ପାଟିଦାର appeared first on Dharitri Odia News.
ବିଶାଖାପାଟନମ୍,୨।୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳ କେବଳ ତିନି ଜଣ ସ୍ପିନର ଏବଂ ଦୁଇ ଦ୍ରୁତ ବୋଲରଙ୍କ ସହ ପଡ଼ିଆକୁ ଆସିଛନ୍ତି। ଆହତ କାରଣରୁ ରବିନ୍ଦ୍ର ଜାଡେଜା ଏବଂ କେ.ଏଲ ରାହୁଲ ଆଉଟ ହୋଇଛନ୍ତି। ଏଥି ସହିତ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି। କ୍ୟାପଟେନ ରୋହିତ କହିଛନ୍ତି, ଜାଡେଜାଙ୍କ ସ୍ଥାନରେ କୁଲଦୀପ, ରାହୁଲଙ୍କ ସ୍ଥାନରେ ରଜତ ପାଟିଦାର ଏବଂ ସିରାଜଙ୍କ ସ୍ଥାନରେ ମୁକେଶ କୁମାର ଖେଳୁଛନ୍ତି।
ରଜତ ପାଟିଦାର ତାଙ୍କର ଟେଷ୍ଟ ଡେବ୍ୟୁ କରୁଛନ୍ତି। ତାଙ୍କୁ କେ.ଏଲ ରାହୁଲଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ରଜତ ଭାରତ ପାଇଁ ଗୋଟିଏ ଦିନିକିଆ ଖେଳିଛନ୍ତି। ଏଥି ସହିତ ଶୋଏବ ବଶୀର ମଧ୍ୟ ଇଂଲଣ୍ଡ ପାଇଁ ଡେବ୍ୟୁ କରିଛନ୍ତି।
The post ଟସ୍ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ରଜତ ପାଟିଦାର appeared first on Dharitri Odia News.