ଟସ୍ ହାରିବାରେ ବିଶ୍ୱ ରେକର୍ଡ କରିବେ ରୋହିତ ଶର୍ମା: ଇଣ୍ଟରନେଟ୍ର ଭାଇରାଲ୍ ମିମ୍ସ
ଦୁବାଇ: ଟସ୍ ହାରିବାରେ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ କ୍ୟାପ୍ଟେନ୍ ରୋହିତ ଶର୍ମା। ଅନ୍ତର୍ଜାତୀୟ ଦିନିକିଆରେ ଲଗାତରେ ୧୧ ଥର ଟସ୍ ହାରିଲେଣି ରୋହିତ। ଆଉ ଥରେ ହାରିଲେ ଟସ୍ ହାରିବାରେ ବ୍ରାଏନ ଲାରାଙ୍କ ରେକର୍ଡ ସହ ସମକକ୍ଷ ହୋଇ ଖରାପ ରେକର୍ଡ ନିଜ ନାଁରେ କରିବେ। ମଙ୍ଗଳବାର ଚାମ୍ପିୟନ ଟ୍ରଫି ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଟସ୍ ହାରିଛନ୍ତି ରୋହିତ ଶର୍ମା। ଆଜି ଟସ୍ ହାରିବା ପରେ ନିଜର ଦୁର୍ଭାଗ୍ୟକୁ ଲୁଚାଇବାକୁ ମୁଚ୍କୀ ହସ ଦେଇ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ଜୋକ୍ କରିଥିଲେ ରୋହିତ। Rohit Sharma During toss#INDvsAUS pic.twitter.com/d7o08dbsH0— Byomkesh (@byomkesbakshy) March 4, 2025ରୋହିତ ଶର୍ମା ଆଜି ନିଜେ କଏନ୍ ଉପରକୁ ଫିଙ୍ଗିଥିଲେ। ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ହେଡ୍ ଡାକିଥିଲେ ଓ ସତକୁ ସତ ହେଡ୍ ହିଁ ପଡ଼ିଥିଲା। ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ଦୁବାଇର ସୁସ୍କ ଥିବା ମୈଦାନ୍ରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତର ଲଢ଼ୁଆ ବୋଲିଂରେ ଚାପ ସହିତ ଖେଳ ଜାରି ରଖିଛି। ଭାରତର ଲଗାତର ଟସ୍ ହାରିବା ନୂଆ କଥା ନୁହେଁ, ଏହା ପୂର୍ବରୁ ଭାରତ କ୍ରମାଗତ ୧୪ ଥର ପାଇଁ ଅନ୍ତର୍ଜାତୀୟ ଦିନିକିଆ ରେ ଟସ୍ ହାରିଛି। ଗତବର୍ଷ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦରେ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ-ଭାରତ ମୁହାଁମ
ଦୁବାଇ: ଟସ୍ ହାରିବାରେ ବିଶ୍ୱ ରେକର୍ଡ କରିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ କ୍ୟାପ୍ଟେନ୍ ରୋହିତ ଶର୍ମା। ଅନ୍ତର୍ଜାତୀୟ ଦିନିକିଆରେ ଲଗାତରେ ୧୧ ଥର ଟସ୍ ହାରିଲେଣି ରୋହିତ। ଆଉ ଥରେ ହାରିଲେ ଟସ୍ ହାରିବାରେ ବ୍ରାଏନ ଲାରାଙ୍କ ରେକର୍ଡ ସହ ସମକକ୍ଷ ହୋଇ ଖରାପ ରେକର୍ଡ ନିଜ ନାଁରେ କରିବେ। ମଙ୍ଗଳବାର ଚାମ୍ପିୟନ ଟ୍ରଫି ସେମିଫାଇନାଲ୍ରେ ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଟସ୍ ହାରିଛନ୍ତି ରୋହିତ ଶର୍ମା। ଆଜି ଟସ୍ ହାରିବା ପରେ ନିଜର ଦୁର୍ଭାଗ୍ୟକୁ ଲୁଚାଇବାକୁ ମୁଚ୍କୀ ହସ ଦେଇ କୋଚ୍ ଗୌତମ ଗମ୍ଭୀରଙ୍କ ସହିତ ଜୋକ୍ କରିଥିଲେ ରୋହିତ।
Rohit Sharma During toss#INDvsAUS pic.twitter.com/d7o08dbsH0— Byomkesh (@byomkesbakshy) March 4, 2025
ରୋହିତ ଶର୍ମା ଆଜି ନିଜେ କଏନ୍ ଉପରକୁ ଫିଙ୍ଗିଥିଲେ। ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ହେଡ୍ ଡାକିଥିଲେ ଓ ସତକୁ ସତ ହେଡ୍ ହିଁ ପଡ଼ିଥିଲା। ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ଦୁବାଇର ସୁସ୍କ ଥିବା ମୈଦାନ୍ରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଭାରତର ଲଢ଼ୁଆ ବୋଲିଂରେ ଚାପ ସହିତ ଖେଳ ଜାରି ରଖିଛି। ଭାରତର ଲଗାତର ଟସ୍ ହାରିବା ନୂଆ କଥା ନୁହେଁ, ଏହା ପୂର୍ବରୁ ଭାରତ କ୍ରମାଗତ ୧୪ ଥର ପାଇଁ ଅନ୍ତର୍ଜାତୀୟ ଦିନିକିଆ ରେ ଟସ୍ ହାରିଛି। ଗତବର୍ଷ ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦରେ ଦିନିକିଆ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ-ଭାରତ ମୁହାଁମୁହିଁ ହେବା ଦିନ ଏହି ଧାରା ଆରମ୍ଭ ହୋଇଥିଲା
13 consecutive Tosses loss for Rohit Sharma pic.twitter.com/LXkS1nGoq7— Gagan???????? (@1no_aalsi_) March 2, 2025
ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ୍ରେ ସର୍ବାଧିକ ଥର ଟସ୍ ହାରିବାର ରେକର୍ଡ ୱେଷ୍ଟ ଇଣ୍ଡିଜ୍ର ପୂର୍ବତନ କ୍ୟାପ୍ଟେନ୍ ବ୍ରାଏନ୍ ଲାରାଙ୍କ ନାଁରେ ରହିଛି। ବ୍ରାଏନ୍ ଲାରା ଅକ୍ଟୋବର ୧୯୯୮ ରୁ ମାର୍ଚ୍ଚ ୧୯୯୯ ପର୍ଯ୍ୟନ୍ତ ୧୨ ଥର ଲଗାତର ଟସ୍ ହାରିଥିଲେ। ନେଦରଲ୍ୟାଣ୍ଡର ପିଟର୍ ବୋରେନ୍ ମଧ୍ୟ ଦିନିକିଆରେ ଲଗାତାର ୧୧ ଥର ଟସ୍ ହାରିଥିଲେ। ବର୍ତ୍ତମାନ ରୋହିତ ଶର୍ମା ପିଟରଙ୍କ ରେକର୍ଡ ସମକକ୍ଷ ହୋଇଛନ୍ତି। ଆଉ ଗୋଟିଏ ଥର ଟସ୍ ହାରିବାରେ ରୋହିତ ଲାରାଙ୍କ ରେକର୍ଡର ବି ସମକକ୍ଷ ହୋଇଯିବେ।
Rohit Sharma During toss#INDvsAUS pic.twitter.com/d7o08dbsH0— Byomkesh (@byomkesbakshy) March 4, 2025
ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍ରେ ଟସ୍ ଜିତିବା ପରେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଅଷ୍ଟ୍ରେଲିଆ। ଦୁବାଇର ମୌଦାନ ବର୍ତ୍ତମାନ ଡ୍ରାଏ ଥିବାରୁ ଅଷ୍ଟେଲିଆ ଏହାର ପାଇଦା ଉଠାଇଛି। ତେବେ ରୋହିତ ଶର୍ମା ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।
ତେବେ ରୋହିତଙ୍କ ଲଗାତର ଟସ୍ ହାରିବାକୁ ନେଇ ଫ୍ୟାନ୍ମାନେ ସୋସିଆଲ୍ ମିଡିଆରେ ମିମ୍ସ ଶେୟାର କରି ଥଟାମଜା ଆରମ୍ଭ କରିଦେଇଛନ୍ତି। ଟସ୍ ହାରିବାକୁ ନେଇ ଭଳି ଭଳି ମିମ୍ସ ଶେୟାର କରାଯାଉଛି। ସେମିଫାଇନାଲ୍ ମ୍ୟାଚ୍ରେ ଉଭୟ ଟିମ୍ ମଜଭୁତ ସ୍ପିନ୍ ବୋଲରଙ୍କୁ ନେଇ ମୈଦାନକୁ ଓହ୍ଲାଇଛି। ଅଷ୍ଟ୍ରେଲିଆ ତନବୀର ସାଂଘା ଓ କୁପର କନୋଲୌଙ୍କୁ ଦଳରେ ସାମିଲ କରିଛି। ଫଳରେ ଟିମ୍ରେ ଟ୍ରାଭିସ୍ ହେଡ୍, ଗ୍ଲେନ ମାସ୍କୱେଲ୍, ଏବଂ ମାର୍ନସ ଲାବୁସେନ ସ୍ପିନ୍ ଆଟାକ୍ କରିବେ।
Rohit Sharma trying to win toss in last 14 match pic.twitter.com/982uB6hf4C— Abhishek (@be_mewadi) March 4, 2025
ପଢନ୍ତୁ- ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ କଳା ପଟି ବାନ୍ଧି ଓହ୍ଲାଇଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କାହିଁକି ?
ସେପଟେ ଭାରତ ତା’ର ୪ ସ୍ପିନ ଆଟାକ୍ ଜାରି ରଖିଛି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ୫ ୱିକେଟ୍ ନେଇଥିବା ବରୁଣ ଚକ୍ରବର୍ତ୍ତୀ ମଧ୍ୟ ଦଳରେ ସାମିଲ୍ ଅଛନ୍ତି।
ଭାରତୀୟ ଚୂଡାନ୍ତ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ,କୁଲଦୀପ ଯାଦବ,ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି ।
ଅଷ୍ଟ୍ରେଲିଆ ଚୂଡାନ୍ତ ଏକାଦଶ: ଟ୍ରେଭିସ ହେଡ୍, ଜୋସ ଇଂଲିଶ, ଷ୍ଟିଭେନ ସ୍ମିଥ(ଅଧିନାୟକ), ମାର୍ନସ ଲାବୁସାନ, କୁପର କନଲି, ଆଲେକ୍ସ କ୍ୟାରୀ, ଗ୍ଲେନ ମ୍ୟାକ୍ସୱେଲ୍, ବେନ ଡାର୍ସିୟସ, ନାଥାନ ଏଲିସ୍, ତନଭିର ସାଙ୍ଗ, ଆଡାମ ଜାମ୍ପା ।
Captain Rohit Sharma's reaction after losing 11 consecutive tosses in ODI. ????
But we will win the match ????????????????. pic.twitter.com/FDhVZjRYrh— Vishal. (@SPORTYVISHAL) March 4, 2025