ଟାଇଲ୍ସ ସଫା କରିବେ କିପରି

ଘର ହେଉ କି ବାଥ୍‌ରୁମ୍‌ର ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି। ତେବେ ଏହାକୁ କିପରି ସଫାକରିବେ କେତୋଟି ଟିପ୍ସ… ଭିନେଗାର ଚଟାଣରେ ଲାଗିଥିବା ଟାଇଲ୍ସକୁ ସଫା କରିବାକୁ ହେଲେ ଭିନେଗାର ବ୍ୟବହାର କରନ୍ତୁ। ଏହାକୁ ନଖ ଉଷୁମ ପାଣିରେ ମିଶାଇ ୩ରୁ ୪ ଲିଟର ପାଣି କରିନିଅନ୍ତୁ। ଏହାପରେ ଟାଇଲ୍ସକୁ ସହଜରେ ସଫା କରିପାରିବେ। ଏଥିରେ ଅଳ୍ପ ଡିଟରଜେଣ୍ଟ ମିଶାଇ ସଫା କରନ୍ତୁ। ଟାଇଲ୍ସରୁ ଛଡ଼ାନ୍ତୁ ଦାଗ: ଟାଇଲ୍ସରୁ ଦାଗ ଦୂରକରିବାକୁ […] The post ଟାଇଲ୍ସ ସଫା କରିବେ କିପରି appeared first on Dharitri Odia News.

ଟାଇଲ୍ସ  ସଫା କରିବେ କିପରି

ଘର ହେଉ କି ବାଥ୍‌ରୁମ୍‌ର ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି। ତେବେ ଏହାକୁ କିପରି ସଫାକରିବେ କେତୋଟି ଟିପ୍ସ…
ଭିନେଗାର
ଚଟାଣରେ ଲାଗିଥିବା ଟାଇଲ୍ସକୁ ସଫା କରିବାକୁ ହେଲେ ଭିନେଗାର ବ୍ୟବହାର କରନ୍ତୁ। ଏହାକୁ ନଖ ଉଷୁମ ପାଣିରେ ମିଶାଇ ୩ରୁ ୪ ଲିଟର ପାଣି କରିନିଅନ୍ତୁ। ଏହାପରେ ଟାଇଲ୍ସକୁ ସହଜରେ ସଫା କରିପାରିବେ। ଏଥିରେ ଅଳ୍ପ ଡିଟରଜେଣ୍ଟ ମିଶାଇ ସଫା କରନ୍ତୁ।
ଟାଇଲ୍ସରୁ ଛଡ଼ାନ୍ତୁ ଦାଗ: ଟାଇଲ୍ସରୁ ଦାଗ ଦୂରକରିବାକୁ ହେଲେ ଅଧା କପ୍‌ ପାଣିରେ ସ୍କରିଂ ପାଉଡରର ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏହାପରେ ୧୦-୧୫ ମିନିଟ୍‌ ଲଗାଇଦେଇ ଛଡ଼ାଇ ନିଅନ୍ତୁ। ଏହାପରେ ନଖ ଉଷୁମ ପାଣିରେ ଟାଇଲ୍ସକୁ ସଫା କରନ୍ତୁ।
ବେକିଂ ସୋଡ଼ା
ଟାଇଲ୍ସକୁ ସଫା କରିବାକୁ ହେଲେ ବେକିଂ ସୋଡ଼ାର ବ୍ୟବହାର କରନ୍ତୁ। ଗୋଟେ ଖରାପ ଟୁଥ୍‌ବ୍ରଶ୍‌ ନିଅନ୍ତୁ। ଏହା ସାହାଯ୍ୟରେ ଅପରିଷ୍କାର ଟାଇଲ୍ସକୁ ସହଜରେ ସଫା କରିଦିଅନ୍ତୁ।
ବ୍ଲିଚି୍‌ଂ: ଅପରିଷ୍କାର ଟାଇଲ୍ସକୁ ସଫା କରିବାକୁ ହେଲେ ବ୍ଲିଚ୍‌ିଂ ପାଉଡର ବ୍ୟବହାର କରିପାରିବେ। ବ୍ଲିଚିଂ ପାଉଡର ଅପରିଷ୍କାରକୁ ସଫା କରିବାକୁ ହେଲେ ଏକ ଭଲ ଅପ୍‌ସନ ହୋଇପାରିବ। ଏହାକୁ ବ୍ରଶ୍‌ ସାହାଯ୍ୟରେ ରଗଡ଼ନ୍ତୁ ଏବଂ ପାଣି ସାହାଯ୍ୟରେ ସଫା କରନ୍ତୁ।

The post ଟାଇଲ୍ସ ସଫା କରିବେ କିପରି appeared first on Dharitri Odia News.