ଟାଙ୍ଗୀ ଆଉଟପୋଷ୍ଟ ନିକଟରେ ଦୁର୍ଘଟଣା, ଘରକୁ ଫେରୁଥିବାବେଳେ ଯୁବକଙ୍କ ଉପରେ ମାଡିଗଲା ଟ୍ରକ୍
ଚୌଦ୍ୱାର ୧୭/୦୫: ୧୬ ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ଟାଙ୍ଗୀ ଆଉଟପୋଷ୍ଟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦୁର୍ଘଟଣାରେ ଜଣକର ମୃତ୍ୟୁ l ମୃତ ଯୁବକ ଟାଙ୍ଗୀ ବ୍ରାହ୍ମଣ ଭୋଗ ଅଞ୍ଚଳର ୩୫ ବର୍ଷୀୟ ଦିପୁ ବେହେରା l ଘଟଣା ସ୍ଥଳରେ ହାଇୱେ ପେଟ୍ରୋଲିଂ ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଇ ତଦନ୍ତ ଆରମ୍ଭ କରିଛି l କଟକରୁ ଅନୁଗୁଳ ଅଭିମୁଖେ ଏକ ଟ୍ରଲର ଯାଉଥିବା ସମୟରେ କଟକରୁ ଟାଙ୍ଗୀ ବ୍ରାହ୍ମାଣ ଭୋଗ ନିଜ ଘରକୁ ଫେରୁଥିବା ଦିପୁ ବେହେରାଙ୍କୁ ଟ୍ରଲର ଧକା ଦେଇଥିଲା l ଫଳରେ ଦିପୁ ଟ୍ରଲର ଚକା ତଳକୁ ଚାଲି ଯାଇଥିଲେ ଯାହା ଫଳରେ ଟ୍ରଲର ଯୁବକଙ୍କ ଉପରେ ଚଢ଼ି ଯାଇଥିଲା ଏବଂ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ମଙ୍ଗୁଳି ଛକରେ ବେଆଇନ ପାର୍କିଙ୍ଗ ଯୋଗୁଁ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବାର ସ୍ଥାନୀୟ ବ୍ୟକ୍ତି ଅଭିଯୋଗ କରିଛନ୍ତି l
ଚୌଦ୍ୱାର ୧୭/୦୫: ୧୬ ନଂ ଜାତୀୟ ରାଜପଥ ମଙ୍ଗୁଳି ଛକ ଟାଙ୍ଗୀ ଆଉଟପୋଷ୍ଟ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା l ଦୁର୍ଘଟଣାରେ ଜଣକର ମୃତ୍ୟୁ l ମୃତ ଯୁବକ ଟାଙ୍ଗୀ ବ୍ରାହ୍ମଣ ଭୋଗ ଅଞ୍ଚଳର ୩୫ ବର୍ଷୀୟ ଦିପୁ ବେହେରା l
ଘଟଣା ସ୍ଥଳରେ ହାଇୱେ ପେଟ୍ରୋଲିଂ ପୋଲିସ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ମେଡ଼ିକାଲ ପଠାଇ ତଦନ୍ତ ଆରମ୍ଭ କରିଛି l କଟକରୁ ଅନୁଗୁଳ ଅଭିମୁଖେ ଏକ ଟ୍ରଲର ଯାଉଥିବା ସମୟରେ କଟକରୁ ଟାଙ୍ଗୀ ବ୍ରାହ୍ମାଣ ଭୋଗ ନିଜ ଘରକୁ ଫେରୁଥିବା ଦିପୁ ବେହେରାଙ୍କୁ ଟ୍ରଲର ଧକା ଦେଇଥିଲା l
ଫଳରେ ଦିପୁ ଟ୍ରଲର ଚକା ତଳକୁ ଚାଲି ଯାଇଥିଲେ ଯାହା ଫଳରେ ଟ୍ରଲର ଯୁବକଙ୍କ ଉପରେ ଚଢ଼ି ଯାଇଥିଲା ଏବଂ ଯୁବକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା l ମଙ୍ଗୁଳି ଛକରେ ବେଆଇନ ପାର୍କିଙ୍ଗ ଯୋଗୁଁ ଏଭଳି ଦୁର୍ଘଟଣା ବାରମ୍ବାର ହେଉଥିବାର ସ୍ଥାନୀୟ ବ୍ୟକ୍ତି ଅଭିଯୋଗ କରିଛନ୍ତି l