ଟାରିଫ୍ ଆଗରେ ତାରିଫ୍‌ର ମୂଲ୍ୟ ନାହିଁ: ଭାରତ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ ଘୋଷଣା ପରେ କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବା ନେଇ ଘୋଷଣା କରିଛନ୍ତି । ଏହା ଉପରେ ଏବେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପ୍ରତିକ୍ରିୟା ସାମନାକୁ ଆସିଛି । ଇନ୍ଦିରା ଗାନ୍ଧୀଙ୍କଠାରୁ ପ୍ରେରଣା ନେଇ ଟ୍ରମ୍ପଙ୍କ ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡ଼ା ହେବା ଦରକାର ବୋଲି କଂଗ୍ରେସ କହିଛି । ଏହା ସହ ପାର୍ଟି ମହାସଚିବ ଜୟରାମ ରମେଶ କଟାକ୍ଷ କରି କହିଛନ୍ତି ଯେ ଏବେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରକୁ କରୁଥିବା ପ୍ରଶଂସାର କୌଣସି ମୂଲ୍ୟ ନାହିଁ ।ଆମେରିକା ରାଷ୍ଟ୍ରପତି ଅଗଷ୍ଟ ୧ରୁ ଭାରତ ଉପରେ ୨୫ ପ୍ରତିଶତରୁ ଅଧିକ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହ ରୁଷରୁ ଆମଦାନୀ କରିବା କାରଣରୁ ଭାରତରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ଜରିମାନା ଲଗାଇବା ପାଇଁ ବି ଘୋଷଣା କରିଛନ୍ତି । ଏହା ୨୫ ପ୍ରତିଶତ ଟାରିଫ୍ ବାହାରେ ହେବ । ଜୟରାମ ରମେଶ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଓ ଜରିମାନା ଲଗାଇଛନ୍ତି । ତାଙ୍କର ଓ ହାଉଡି ମୋଦୀଙ୍କ ମଧ୍ୟରେ ହୋଇଥିବା ପ୍ରଶଂସାର ଏବେ କୌଣସି ଅର୍ଥ ନାହିଁ ।"President Trump has slapped a tariff of 25% plus penalty on imports from India. All that taarif between him and Howdy Modi has meant little.Mr. Modi th

ଟାରିଫ୍ ଆଗରେ ତାରିଫ୍‌ର ମୂଲ୍ୟ ନାହିଁ: ଭାରତ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ ଘୋଷଣା ପରେ କଂଗ୍ରେସର କଟାକ୍ଷ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବା ନେଇ ଘୋଷଣା କରିଛନ୍ତି । ଏହା ଉପରେ ଏବେ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପ୍ରତିକ୍ରିୟା ସାମନାକୁ ଆସିଛି । ଇନ୍ଦିରା ଗାନ୍ଧୀଙ୍କଠାରୁ ପ୍ରେରଣା ନେଇ ଟ୍ରମ୍ପଙ୍କ ସାମନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛିଡ଼ା ହେବା ଦରକାର ବୋଲି କଂଗ୍ରେସ କହିଛି । ଏହା ସହ ପାର୍ଟି ମହାସଚିବ ଜୟରାମ ରମେଶ କଟାକ୍ଷ କରି କହିଛନ୍ତି ଯେ ଏବେ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀ ପରସ୍ପରକୁ କରୁଥିବା ପ୍ରଶଂସାର କୌଣସି ମୂଲ୍ୟ ନାହିଁ ।

ଆମେରିକା ରାଷ୍ଟ୍ରପତି ଅଗଷ୍ଟ ୧ରୁ ଭାରତ ଉପରେ ୨୫ ପ୍ରତିଶତରୁ ଅଧିକ ଶୁଳ୍କ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହ ରୁଷରୁ ଆମଦାନୀ କରିବା କାରଣରୁ ଭାରତରୁ ଆମଦାନୀ ହେଉଥିବା ସବୁ ସାମଗ୍ରୀ ଉପରେ ଜରିମାନା ଲଗାଇବା ପାଇଁ ବି ଘୋଷଣା କରିଛନ୍ତି । ଏହା ୨୫ ପ୍ରତିଶତ ଟାରିଫ୍ ବାହାରେ ହେବ । ଜୟରାମ ରମେଶ ଏକ୍ସ ପୋଷ୍ଟରେ ଲେଖିଛନ୍ତି, "ରାଷ୍ଟ୍ରପତି ଟ୍ରମ୍ପ ଭାରତରୁ ଆମଦାନୀ ଉପରେ ୨୫ ପ୍ରତିଶତ ଶୁଳ୍କ ଓ ଜରିମାନା ଲଗାଇଛନ୍ତି । ତାଙ୍କର ଓ ହାଉଡି ମୋଦୀଙ୍କ ମଧ୍ୟରେ ହୋଇଥିବା ପ୍ରଶଂସାର ଏବେ କୌଣସି ଅର୍ଥ ନାହିଁ ।"

ସେ ଲେଖିଛନ୍ତି, "ମୋଦୀ ଜୀ ଭାବିଥିଲେ, ଯଦି ସେ ଆମେରିକା ରାଷ୍ଟ୍ରପତିଙ୍କ ଦ୍ୱାରା ଭାରତ ଉପରେ କରାଯାଇଥିବା ଆପମାନଜନକ ଶବ୍ଦ ଉପରେ ଚୁପ ରୁହନ୍ତି, ତେବେ ଟ୍ରମ୍ପଙ୍କ ଦ୍ୱାରା ସ୍ୱତନ୍ତ୍ର ମାନ୍ୟତା ମିଳିବ । ତାହା ହୋଇନଥିବା ସ୍ପଷ୍ଟ ହୋଇଛି । ଟ୍ରମ୍ପ ଅପରେସନ ସିନ୍ଦୂରକୁ ରୋକି ଥିବା ନେଇ ୩୦ ଥର ଦାବି କରିଛନ୍ତି । ପାକିସ୍ତାନୀ ସେନା ମୁଖ୍ୟକୁ ସ୍ୱତନ୍ତ୍ର ଭୋଜି ଦେଲେ । ଆଇଏମଏଫ୍ ତଥା ବିଶ୍ୱ ବ୍ୟାଙ୍କରୁ ପାକିସ୍ତାନକୁ ଆର୍ଥିକ ପ୍ୟାକେଜ୍ ପାଇଁ ଆମେରିକାର ସମର୍ଥନ ଦେଲେ ।" କଂଗ୍ରେସ ନେତା ପିଏମ୍ ମୋଦୀଙ୍କୁ ପରାମର୍ଶ ଦେଇ କହିଛନ୍ତି, "ଇନ୍ଦିରା ଗାନ୍ଧୀଙ୍କଠାରୁ ପ୍ରେରଣା ନେଇ ସେ ଆମେରିକା ରାଷ୍ଟ୍ରପତିଙ୍କ ସାନା କରିବା ଦରକାର ।"    

Also Read: କଅଁଳ କଥା କହି ଟ୍ରମ୍ପଙ୍କ କଡ଼ା ପ୍ରହାର: ଭାରତ ଉପରେ ଲଗାଇଲେ ୨୫% ଶୁଳ୍କ, ଋଷ ପାଇଁ ଜରିମାନା ବି ଆଦାୟ କରିବେ