ଟାଲକମ୍ ପାଉଡର ବ୍ୟବହାର କରିବା ହୋଇପାରେ ପ୍ରାଣଘାତୀ, ସତର୍କ କଲା WHO
ନୂଆଦିଲ୍ଲୀ ୬।୭: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଟାଲକମକୁ ନେଇ ଚାଞ୍ଚଲ୍ୟକର ରହସ୍ୟ ଉଦଘାଟନ କରିଛନ୍ତି। ସଙ୍ଗଠନଙ୍କ କ୍ୟାନସର ଏଜେନ୍ସୀ ଟଲ୍କକୁ ମନୁଷ୍ୟ ନିମନ୍ତେ ସମ୍ବବତଃ କ୍ୟାନସର କାରକ ବୋଲି ଦାବି କରିଛନ୍ତି। ତେବେ ଜନୈକ ଅନ୍ୟ ବିଶେଷଜ୍ଞ ଏହି ଦାବି ଉପରେ ସେପରି ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ଯେପରି ଧୂମ୍ରପାନ ପାଇଁ ସତର୍କ କରାଯାଏ। ଡବ୍ଲୁଏଚଓଙ୍କ ଅନ୍ତର୍ଜାତୀୟ କ୍ୟାନସର ଅନୁସନ୍ଧାନ ଏଜେନ୍ସୀ (ଆଇଏଆରସି) କହିଛନ୍ତି ଯେ ଏହି ନିଷ୍ପତ୍ତି ‘ସୀମିତ ପ୍ରମାଣ’ ଆଧାରିତ। ‘ଦି ଲେସେଣ୍ଟ ଅନକୋଲଜି’ରେ ପ୍ରକାଶିତ ଏଜେନ୍ସୀର ନିଷ୍କର୍ଷ ଅନୁସାରେ ଟାଲକ୍ର କାରଣାତ୍ମକ ଭୂମିକା ସମ୍ପୂର୍ଣ୍ଣ ରୂପେ ସ୍ଥାପିତ କରାଯାଇ ପାରି ନାହିଁ। ୟୁକେ ଓପନ ୟୁନିଭର୍ସିଟିର ପରିସଂଖ୍ୟାନବିଦ୍ କେଭିନ ମ୍ୟାକକନୱେ, ଯିଏ ଏହି ଗବେଷଣାରେ ସାମିଲ ନଥିଲେ, ଚେତାବନୀ ଦେଇଛନ୍ତି ଯେ ଆଇଏଆରସିଙ୍କ ମୂଲ୍ୟାଙ୍କନ ଲାଗି ‘ସବୁଠୁ ସ୍ପଷ୍ଟ ବ୍ୟାଖ୍ୟା ବାସ୍ତବରେ ଭ୍ରମାତ୍ମକ’। ସେ କହିଛନ୍ତି ଯେ ଏଜେନ୍ସୀ କେବଳ ଏହି ପ୍ରଶ୍ନର ଜବାବ ଦେବାକୁ ଲକ୍ଷ ରଖି ଛନ୍ତି ଯେ ଏହି ପଦାର୍ଥର କ୍ୟାନସର ସୃଷ୍ଟିକାରୀ କ୍ଷମତା ରହିଛି କି? ତେବେ ଏପରି ସ୍ଥିତି ନେଇ ଆଇଓଆରସି ନିର୍ଦ୍ଧିଷ୍ଟ ରୂପେ କିଛି କହି ନାହାନ୍ତି। ସେ କହିଛନ୍ତି ଯେ ଯେହେତୁ ଅଧ୍ୟୟନ କେବଳ ଅବଲୋକନ ଆଧାରିତ ଥିଲା ଏଣୁ କାରଣ ସାବ୍ୟସ୍ତ କରିପାରି ନାହାନ୍ତି। ଏ କଥାର କୌଣସି ନିର୍ଦ୍ଧିଷ୍
ନୂଆଦିଲ୍ଲୀ ୬।୭: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଟାଲକମକୁ ନେଇ ଚାଞ୍ଚଲ୍ୟକର ରହସ୍ୟ ଉଦଘାଟନ କରିଛନ୍ତି। ସଙ୍ଗଠନଙ୍କ କ୍ୟାନସର ଏଜେନ୍ସୀ ଟଲ୍କକୁ ମନୁଷ୍ୟ ନିମନ୍ତେ ସମ୍ବବତଃ କ୍ୟାନସର କାରକ ବୋଲି ଦାବି କରିଛନ୍ତି। ତେବେ ଜନୈକ ଅନ୍ୟ ବିଶେଷଜ୍ଞ ଏହି ଦାବି ଉପରେ ସେପରି ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି ଯେପରି ଧୂମ୍ରପାନ ପାଇଁ ସତର୍କ କରାଯାଏ। ଡବ୍ଲୁଏଚଓଙ୍କ ଅନ୍ତର୍ଜାତୀୟ କ୍ୟାନସର ଅନୁସନ୍ଧାନ ଏଜେନ୍ସୀ (ଆଇଏଆରସି) କହିଛନ୍ତି ଯେ ଏହି ନିଷ୍ପତ୍ତି ‘ସୀମିତ ପ୍ରମାଣ’ ଆଧାରିତ।
‘ଦି ଲେସେଣ୍ଟ ଅନକୋଲଜି’ରେ ପ୍ରକାଶିତ ଏଜେନ୍ସୀର ନିଷ୍କର୍ଷ ଅନୁସାରେ ଟାଲକ୍ର କାରଣାତ୍ମକ ଭୂମିକା ସମ୍ପୂର୍ଣ୍ଣ ରୂପେ ସ୍ଥାପିତ କରାଯାଇ ପାରି ନାହିଁ। ୟୁକେ ଓପନ ୟୁନିଭର୍ସିଟିର ପରିସଂଖ୍ୟାନବିଦ୍ କେଭିନ ମ୍ୟାକକନୱେ, ଯିଏ ଏହି ଗବେଷଣାରେ ସାମିଲ ନଥିଲେ, ଚେତାବନୀ ଦେଇଛନ୍ତି ଯେ ଆଇଏଆରସିଙ୍କ ମୂଲ୍ୟାଙ୍କନ ଲାଗି ‘ସବୁଠୁ ସ୍ପଷ୍ଟ ବ୍ୟାଖ୍ୟା ବାସ୍ତବରେ ଭ୍ରମାତ୍ମକ’। ସେ କହିଛନ୍ତି ଯେ ଏଜେନ୍ସୀ କେବଳ ଏହି ପ୍ରଶ୍ନର ଜବାବ ଦେବାକୁ ଲକ୍ଷ ରଖି ଛନ୍ତି ଯେ ଏହି ପଦାର୍ଥର କ୍ୟାନସର ସୃଷ୍ଟିକାରୀ କ୍ଷମତା ରହିଛି କି? ତେବେ ଏପରି ସ୍ଥିତି ନେଇ ଆଇଓଆରସି ନିର୍ଦ୍ଧିଷ୍ଟ ରୂପେ କିଛି କହି ନାହାନ୍ତି।

ସେ କହିଛନ୍ତି ଯେ ଯେହେତୁ ଅଧ୍ୟୟନ କେବଳ ଅବଲୋକନ ଆଧାରିତ ଥିଲା ଏଣୁ କାରଣ ସାବ୍ୟସ୍ତ କରିପାରି ନାହାନ୍ତି। ଏ କଥାର କୌଣସି ନିର୍ଦ୍ଧିଷ୍ଟ ପ୍ରମାଣ ନାହିଁ ଯେ ଟାଲକମ ଉପଯୋଗ କଲେ କ୍ୟାନସରର ରିସ୍କ ବଢି ଯାଏ। ଏହି ଘୋଷଣା ଆମେରିକାର ଔଷଧ ଏବଂ ସୌନ୍ଧର୍ଯ୍ୟ ପ୍ରସାଧନ ଦିଗ୍ଗଜ କମ୍ପାନୀ ଜନସନ ଆଣ୍ଡ ଜନସନ ଦ୍ୱାରା ନିଜର ଟଲକମ ଆଧାରିତ ପାଉଡର ଉତ୍ପାଦର ସୁରକ୍ଷା ସମ୍ପର୍କରେ ଗ୍ରାହକଙ୍କୁ ଭ୍ରମିତ କରିବା ଅଭିଯୋଗର ସମାଧାନ ନିମନ୍ତେ ୭୦୦ ନିୟୁଡ ଡଲାର ପୈଠ ପାଇଁ ସହମତି ପ୍ରକାଶ କରିବାର କିଛି ସପ୍ତାହ ପରେ ଆସିଛି।
ଯଦିଓ ଜନସନ ଆଣ୍ଡ ଜନସନ ୨୦୨୦ରେ ଉତ୍ତର ଆମେରିକା ବଜାରରୁ ଉତ୍ପାଦ ପ୍ରତ୍ୟାହାର କରିଥିଲେ ତଥାପି ସେ ତାଙ୍କ ସମାଧାନରେ କୌଣସି ଭୁଲ କାମ କରିଥିବା ସ୍ୱୀକାର କରି ନାହାନ୍ତି। ହେଲେ ବି ମାମଲାର ସମାଧାନ ନିମନ୍ତେ ଏତେବଡ଼ ରାଶି ଦେବାକୁ କୋର୍ଟରେ ରାଜି ହୋଇଯାଇଛନ୍ତି।