ଟି-୨୦ ଅଧିନାୟକ ହେବ ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ସ୍ବପ୍ନ ରହିଗଲା ଅଧୁରା

ନୂଆଦିଲ୍ଲୀ,୨୭।୮: ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବଙ୍କୁ ଭାରତର ଅଗ୍ରଣୀ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେବା ପରେ ସୂର୍ଯ୍ୟଙ୍କୁ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟ ଭାରତର ଟି-୨୦ ଦଳର ଦାୟିତ୍ୱ ନେଇଥିଲେ। ଯେ ସେ ଟି-୨୦ର ନିୟମିତ ଅଧିନାୟକ ହୋଇଛନ୍ତି। ତଥାପି ଏହା ସତ୍ତ୍ୱେ ସୂର୍ଯ୍ୟଙ୍କର ଗୋଟିଏ ଇଚ୍ଛା ପୂରଣ ହୋଇନାହିଁ।ସ୍‌ ସୂର୍ଯ୍ୟ କହିଛନ୍ତି, ସେ ମଧ୍ୟ ଭାରତୀୟ ଟେଷ୍ଟ […] The post ଟି-୨୦ ଅଧିନାୟକ ହେବ ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ସ୍ବପ୍ନ ରହିଗଲା ଅଧୁରା appeared first on Dharitri Odia News.

ଟି-୨୦ ଅଧିନାୟକ ହେବ ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ସ୍ବପ୍ନ ରହିଗଲା ଅଧୁରା

ନୂଆଦିଲ୍ଲୀ,୨୭।୮: ନିକଟରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-୨୦ ସିରିଜରେ ସୁର୍ଯ୍ୟକୁମାର ଯାଦବଙ୍କୁ ଭାରତର ଅଗ୍ରଣୀ ଦେଖିବାକୁ ମିଳିଥିଲା। ରୋହିତ ଶର୍ମା ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେବା ପରେ ସୂର୍ଯ୍ୟଙ୍କୁ ଟି-୨୦ ଦଳର ଦାୟିତ୍ୱ ଦିଆଯାଇଥିଲା। ତେବେ ଏହା ପୂର୍ବରୁ ମଧ୍ୟ ସୂର୍ଯ୍ୟ ଭାରତର ଟି-୨୦ ଦଳର ଦାୟିତ୍ୱ ନେଇଥିଲେ। ଯେ ସେ ଟି-୨୦ର ନିୟମିତ ଅଧିନାୟକ ହୋଇଛନ୍ତି। ତଥାପି ଏହା ସତ୍ତ୍ୱେ ସୂର୍ଯ୍ୟଙ୍କର ଗୋଟିଏ ଇଚ୍ଛା ପୂରଣ ହୋଇନାହିଁ।ସ୍‌
ସୂର୍ଯ୍ୟ କହିଛନ୍ତି, ସେ ମଧ୍ୟ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ଚାହୁଁଛନ୍ତି। ଟେଷ୍ଟ ଦଳରେ ପ୍ରବେଶ କରିବା ପାଇଁ ସେ ଘରୋଇ କ୍ରିକେଟ ଖେଳିବେ ବୋଲି କହିଛନ୍ତି। ଟେଷ୍ଟ ଦଳରେ ଯୋଗଦେବା ତାଙ୍କ ହାତରେ ନାହିଁ, କିନ୍ତୁ ଘରୋଇ ଟୁର୍ନାମେଣ୍ଟ ଖେଳିବା ତାଙ୍କ ହାତରେ ଅଛି।
ସୂର୍ଯ୍ୟକୁମାର ଯାଦବ କହିଛନ୍ତି, ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଟେଷ୍ଟ ଦଳରେ ନିଜର ସ୍ଥାନ ପାଇବା ପାଇଁ କଠିନ ପରିଶ୍ରମ କରିଛନ୍ତି। ମୁଁ ମଧ୍ୟ ସେହି ଟେଷ୍ଟ ଦଳରେ ସ୍ଥାନ ପାଇବାକୁ ଚାହୁଁଛି। ଯେତେବେଳେ ମୁଁ ଭାରତ ପାଇଁ ମୋର ଟେଷ୍ଟ ଡେବ୍ୟୁ କରିଥିଲି, ଅନେକ ଯେଉଁ ଖେଳାଳିମାନେ ସୁଯୋଗ ପାଇଥିଲେ ସେମାନେ ଭଲ ପ୍ରଦର୍ଶନ କରିଥିଲେ।

ସୂର୍ଯ୍ୟ ଆହୁରି କହିଛନ୍ତି, ଯଦି ମୁଁ ଭବିଷ୍ୟତରେ ଖେଳିବାକୁ ଚାହେଁ, ଏହା ମୋ ନିୟନ୍ତ୍ରଣରେ ନାହିଁ। ବର୍ତ୍ତମାନ ଏହି ଟୁର୍ନାମେଣ୍ଟ (ବୁଚି ବାବୁ) ଖେଳିବା, ଦୁଲିପ ଟ୍ରଫି ଖେଳିବା ମୋର ନିୟନ୍ତ୍ରଣରେ ଅଛି ଏବଂ ତା’ପରେ ଆମେ ଦେଖିବା କ’ଣ ହେବ।”
ସୂର୍ଯ୍ୟଙ୍କୁ ୫ ସେପ୍ଟେମ୍ବରରୁ ଦୁଲିପ ଟ୍ରଫିରେ ଖେଳାଯିବ। ଦୁଲିପ ଟ୍ରଫି ପୂର୍ବରୁ ସେ ମଙ୍ଗଳବାର କୋଏମ୍ବାଟୁରରେ TNCA XI ବିପକ୍ଷରେ ବୁଚି ବାବୁ ଆମନ୍ତ୍ରଣ ଟୁର୍ନାମେଣ୍ଟରେ ମୁମ୍ବାଇ କ୍ରିକେଟ ଆସୋସିଏସନ ପାଇଁ ଖେଳିବେ।
ସୂଚନାଯୋଗ୍ୟ ଯେ, ୨୦୨୩ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟ୍ରଫିରେ ସୂର୍ଯ୍ୟ ଟିମ ଇଣ୍ଡିଆ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ। ଯଦିଓ ସେ ଏପର୍ଯ୍ୟନ୍ତ କେବଳ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏବେ ଯେତେବେଳେ ସେ ଟିମ ଇଣ୍ଡିଆ ପାଇଁ ଦ୍ୱିତୀୟ ଟେଷ୍ଟ ଖେଳିବାର ସୁଯୋଗ ପାଇବେ ତାହା ଦେଖିବା ମଜାଦାର ହେବ।

 

The post ଟି-୨୦ ଅଧିନାୟକ ହେବ ସତ୍ତ୍ୱେ ସୂର୍ଯ୍ୟକୁମାରଙ୍କ ସ୍ବପ୍ନ ରହିଗଲା ଅଧୁରା appeared first on Dharitri Odia News.