ଟି-୨୦ ଅନ୍ତର୍ଜାତୀୟରେ ସୂର୍ଯ୍ୟଙ୍କ ନେତୃତ୍ଵ ଦମଦାର, ହେଲେ ଫର୍ମ ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ
ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ କାର୍ଯ୍ୟକାଳ ବେଶ ଦମଦାର ରହିଛି। ମାତ୍ର ଅଧିନାୟକତ୍ଵ ସମୟରେ ସୂର୍ଯ୍ୟ ଜଣେ ବ୍ୟାଟର ଭାବେ ସଫଳ ହୋଇ ପାରି ନାହାନ୍ତି। ଟି-୨୦ ଅନ୍ତର୍ଜାତୀୟରେ ସୁର୍ଯ୍ୟକୁମାର ଯାଦବଙ୍କ ଫର୍ମ ସଂପ୍ରତି ଖରାପ ରହିଛି। ତିନି ନମ୍ବରରେ ସେ ତିଳକ ବର୍ମାଙ୍କୁ ପ୍ରମୋଟ୍ କରୁଛନ୍ତି, ଯେଉଁ କ୍ରମରେ ସେ ରନ କରି ଆସିଛନ୍ତି। ଏପରିକି ସୂର୍ଯ୍ୟକୁମାର ନିଜର ଲୟ ମଧ୍ୟ ହରାଇବାରେ ଲାଗିଛନ୍ତି। ଗତ ୫ଟି ମ୍ୟାଚ୍ରେ ସେ ମୋଟ୍ ୨୦ ରନ ବି କରି ପାରି ନାହାନ୍ତି, ଯାହା ବଡ଼ ଚିନ୍ତାର ବିଷୟ ପାଲଟିଛି। ଅଧିନାୟକତ୍ଵ ଦାୟିତ୍ଵ ସମ୍ଭାଳିଥିବା ସୂର୍ଯ୍ୟକୁମାର ଯାଦବ ବ୍ୟାଟର ଭାବେ ୧୯ଟି ମ୍ୟାଚ୍ର ୧୮ଟି ଇନିଂସରେ ମୋଟ୍ ୫୪୨ ରନ କରିଛନ୍ତି। ଏଥିରେ ବ୍ୟାଟିଂ ହାର ୩୦.୧୧ ରହିଛି, ଯାହା ତାଙ୍କ କ୍ୟାରିୟର ହାରଠୁ ବହୁତ କମ ରହିଛି। ଟି-୨୦ ଅନ୍ତର୍ଜାତୀୟରେ ତାଙ୍କର ବ୍ୟାଟିଂ ହାର ୩୯.୭୨ ରହିଛି। ସୂର୍ଯ୍ୟକୁମାର ଅଧିନାୟକ ଭାବେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅନ୍ୟ ତିନି ଶତକ ସେ ଜଣେ ଖେଳାଳି ଭାବେ ଅର୍ଜନ କରିଛନ୍ତି।Also read: ଧୋନି କ’ଣ ଜାଣିଶୁଣି ହରାଇଥିଲେ ୨୦୧୯ ବିଶ୍ୱକପ୍? ଗମ୍ଭୀର ଅଭିଯୋଗ ପରେ ଦିଗ୍ଗଜ ଅମ୍ପାୟାରଙ୍କ ବଡ଼ ବୟାନଯଦି ସୂର୍ଯ୍ୟଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଗତ ୧୦ଟି ଇନିଂସ ଉପରେ ନଜର ପକାଇବା ଏଥିରେ କେବଳ ଗୋଟିଏ ଅର୍ଦ୍ଧଶତକ ରହିଛ
ନୂଆଦିଲ୍ଲୀ: ଭାରତୀୟ ଟି-୨୦ ଦଳର ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ କାର୍ଯ୍ୟକାଳ ବେଶ ଦମଦାର ରହିଛି। ମାତ୍ର ଅଧିନାୟକତ୍ଵ ସମୟରେ ସୂର୍ଯ୍ୟ ଜଣେ ବ୍ୟାଟର ଭାବେ ସଫଳ ହୋଇ ପାରି ନାହାନ୍ତି। ଟି-୨୦ ଅନ୍ତର୍ଜାତୀୟରେ ସୁର୍ଯ୍ୟକୁମାର ଯାଦବଙ୍କ ଫର୍ମ ସଂପ୍ରତି ଖରାପ ରହିଛି। ତିନି ନମ୍ବରରେ ସେ ତିଳକ ବର୍ମାଙ୍କୁ ପ୍ରମୋଟ୍ କରୁଛନ୍ତି, ଯେଉଁ କ୍ରମରେ ସେ ରନ କରି ଆସିଛନ୍ତି। ଏପରିକି ସୂର୍ଯ୍ୟକୁମାର ନିଜର ଲୟ ମଧ୍ୟ ହରାଇବାରେ ଲାଗିଛନ୍ତି। ଗତ ୫ଟି ମ୍ୟାଚ୍ରେ ସେ ମୋଟ୍ ୨୦ ରନ ବି କରି ପାରି ନାହାନ୍ତି, ଯାହା ବଡ଼ ଚିନ୍ତାର ବିଷୟ ପାଲଟିଛି।
ଅଧିନାୟକତ୍ଵ ଦାୟିତ୍ଵ ସମ୍ଭାଳିଥିବା ସୂର୍ଯ୍ୟକୁମାର ଯାଦବ ବ୍ୟାଟର ଭାବେ ୧୯ଟି ମ୍ୟାଚ୍ର ୧୮ଟି ଇନିଂସରେ ମୋଟ୍ ୫୪୨ ରନ କରିଛନ୍ତି। ଏଥିରେ ବ୍ୟାଟିଂ ହାର ୩୦.୧୧ ରହିଛି, ଯାହା ତାଙ୍କ କ୍ୟାରିୟର ହାରଠୁ ବହୁତ କମ ରହିଛି। ଟି-୨୦ ଅନ୍ତର୍ଜାତୀୟରେ ତାଙ୍କର ବ୍ୟାଟିଂ ହାର ୩୯.୭୨ ରହିଛି। ସୂର୍ଯ୍ୟକୁମାର ଅଧିନାୟକ ଭାବେ ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି। ଅନ୍ୟ ତିନି ଶତକ ସେ ଜଣେ ଖେଳାଳି ଭାବେ ଅର୍ଜନ କରିଛନ୍ତି।
Also read: ଧୋନି କ’ଣ ଜାଣିଶୁଣି ହରାଇଥିଲେ ୨୦୧୯ ବିଶ୍ୱକପ୍? ଗମ୍ଭୀର ଅଭିଯୋଗ ପରେ ଦିଗ୍ଗଜ ଅମ୍ପାୟାରଙ୍କ ବଡ଼ ବୟାନ
ଯଦି ସୂର୍ଯ୍ୟଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଗତ ୧୦ଟି ଇନିଂସ ଉପରେ ନଜର ପକାଇବା ଏଥିରେ କେବଳ ଗୋଟିଏ ଅର୍ଦ୍ଧଶତକ ରହିଛି। ତାଙ୍କର ଷ୍ଟ୍ରାଇକ ରେଟ୍ ମଧ୍ୟ ତଳ ଉପର ହୋଇଛି। କିଛି ଇନିଂସରେ ସେ ୨୦୦ ଷ୍ଟ୍ରାଇକ ରେଟ୍ରେ ରନ କରିଥିବା ବେଳେ ଆଉ କିଛି ଇନିଂସରେ ୧୦୦ରୁ କମ ରହିଛି। ଗତ ୫ଟି ଇନିଂସରେ ତାଙ୍କ ବ୍ୟାଟରୁ କେବଳ ୧୭ ରନ ଆସିଛି।
ଜଣେ ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଦମଦାର ରହିଛି। ସେ ୧୯ଟି ଟି-୨୦ ଅନ୍ତର୍ଜାତୀୟରେ ଦଳର ନେତୃତ୍ଵ ନେଇ ସାରିଛନ୍ତି। ଏଥିରେ ଦଳ ୧୫ଟି ମ୍ୟାଚ୍ ଜିତିଥିବା ବେଳେ ୩ଟି ମ୍ୟାଚ୍ରେ ପରାଜୟ ମିଳିଛି। ଗୋଟିଏ ମ୍ୟାଚ୍ ଟାଇ ରହିଛି।