ଟି-୨୦ ବିଶ୍ବକପ୍ ଫାଇନାଲ : ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟସ୍ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି
ବାର୍ବାଡୋସ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଚଳିତ ଟି-୨୦ ବିଶ୍ୱକପ୍ ୯ମ ସଂସ୍କରଣର ଆଜି ଫାଇନାଲ ମ୍ୟାଚ। ସ୍ଥାନୀୟ ବ୍ରିଜ୍ଟାଉନ୍ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିବ। ୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍ର […]

ବାର୍ବାଡୋସ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ଚାଲିଥିବା ଚଳିତ ଟି-୨୦ ବିଶ୍ୱକପ୍ ୯ମ ସଂସ୍କରଣର ଆଜି ଫାଇନାଲ ମ୍ୟାଚ। ସ୍ଥାନୀୟ ବ୍ରିଜ୍ଟାଉନ୍ସ୍ଥିତ କେନସିଂଟନ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ଟସ୍ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଛି।
ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାର୍କ୍ରାମଙ୍କ ନେତୃତ୍ବରେ ବୋଲିଂ ଆରମ୍ଭ କରିବ। ୨୦୦୭ରେ ଅନୁଷ୍ଠିତ ବିଶ୍ୱକପ୍ର ପ୍ରଥମ ସଂସ୍କରଣରେ ଭାରତ ଟାଇଟଲ ଜିତିଥିଲା। ଇତିମଧ୍ୟରେ ୧୭ ବର୍ଷ ବିତିଯାଇଥିଲେ ମଧ୍ୟ ଭାରତ ଆଉ ଚାମ୍ପିଅନ ହୋଇପାରି ନାହିଁ। ସେହିପରି ଦକ୍ଷିଣ ଆଫ୍ରିକା ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରି ପ୍ରଥମ ଟାଇଟଲ ଲକ୍ଷ୍ୟରେ ରହିଛି।
ଟିମ୍ ଇଣ୍ଡିଆ : ରୋହିତ ଶର୍ମା (ଅଧିନାୟକ) , ବିରାଟ କୋହଲି, ଋଷଭ ପନ୍ତ (ୱିକେଟ କିପର) , ସୂର୍ଯ୍ୟକୁମାର ଯାଦବ , ଶିବମ୍ ଦୁବେ , ହାର୍ଦ୍ଦିକ ପାଣ୍ଡ୍ୟା , ରବିନ୍ଦ୍ର ଜାଡେଜା , ଅକ୍ଷର ପଟେଲ , ଅର୍ଶଦୀପ ସିଂ , କୁଲଦୀପ ଯାଦବ , ଜସପ୍ରୀତ ବୁମରା ।
ଦକ୍ଷିଣ ଆଫ୍ରିକା :ଆଡେନ ମାର୍କ୍ରାମ (ଅଧିନାୟକ), ରେଜା ହେଣ୍ଡ୍ରିକ୍ସ, କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର), ଡେଭିଡ ମିଲର, ହେନରିଚ୍ କ୍ଲାସେନ୍, ଟ୍ରାଇଷ୍ଟ ଷ୍ଟବ୍ସ, ମାର୍କୋ ଜାନସେନ୍,କେଶବ ମହାରାଜ , କାଗିସୋ ରାବାଡ, ଅନରିଚ୍ ନର୍ଟେଜେ , ଟାବ୍ରାଇଜ୍ ଶାମସି।