ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ୧୫ ଜଣିଆ ଦଳ ଚୟନ କଲେ ହରଭଜନ, ବରିଷ୍ଠ ଖେଳାଳି ଆଉଟ୍
ନୂଆଦିଲ୍ଲୀ: ଆଉ ଦିନ କେଇଟା ଭିତରେ ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ଏହା ପୂର୍ବରୁ ଅନେକ ବରିଷ୍ଠ କ୍ରିକେଟର ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ଚୟନ କରୁଛନ୍ତି। ଇରଫାନ ପଠାନ ଓ ଅମ୍ବତି ରାୟୁଡୁଙ୍କ ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂ ମଧ୍ୟ ନିଜ ପସନ୍ଦର ୧୫ ଜଣିଆ ଟି-୨୦ ବିଶ୍ଵକପ୍ ଦଳ ଚୟନ କରିଛନ୍ତି। ହରଭଜନ ନିଜ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଓ ମହମ୍ମଦ ସିରାଜଙ୍କ ପରି ଖେଳାଳିଙ୍କୁ ସ୍ଥାନ ଦେଇ ନାହାନ୍ତି। ସେ ସଞ୍ଜୁ ସାମସନ ଓ ଋଷଭ ପନ୍ତ ଦୁଇ ଖେଳାଳିଙ୍କୁ ସାମିଲ କରିଛନ୍ତି। ସ୍ପିନ ବିଭାଗରେ କୁଲଦୀପ ଯାଦବ ଓ ୟଜବେନ୍ଦ୍ର ଚହଲଙ୍କ ଚୟନ କରିଛନ୍ତି ହରଭଜନ।ଷ୍ଟାର ସ୍ପୋର୍ଟ୍ସରେ ଭିସା ଟି ୨୦ ବିଶ୍ଵକପ୍ ଶୋରେ ହରଭଜନ ସିଂ ନିଜ ପସନ୍ଦର ୧୫ ଖେଳାଳିଙ୍କ ଚୟନ କରିଛନ୍ତି, ଯେଉଁମାନଙ୍କୁ ଟି ୨୦ ବିଶ୍ଵକପ୍ରେ ଖେଳିବା ଉଚିତ୍। ହରଭଜନଙ୍କ ଏହି ତାଲିକା ଦେଖିଲେ ଲାଗୁଛି ସେ ଆଇପିଏଲ୍ ୨୦୨୪ର ପ୍ରଦର୍ଶନ ଆଧାରରେ ଖେଳାଳିଙ୍କ ଚୟନ କରିଛନ୍ତି। ଦ୍ରୁତ ବୋଲର ବିଭାବରେ ମହମ୍ମଦ ସିରାଜଙ୍କ ବଦଳରେ ଅଭେଶ ଖାନଙ୍କୁ ସେ ସାମିଲ୍ କରିଛନ୍ତି।ସେ ଉଦୀୟମାନ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସାମିଲ କରିଛନ୍ତି। Fans, get ready to rumble! #T20WC2024 is almost here, and @harbhajan_singh, our #IncredibleStarcast icon, has picked his set
ନୂଆଦିଲ୍ଲୀ: ଆଉ ଦିନ କେଇଟା ଭିତରେ ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ଏହା ପୂର୍ବରୁ ଅନେକ ବରିଷ୍ଠ କ୍ରିକେଟର ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ଚୟନ କରୁଛନ୍ତି। ଇରଫାନ ପଠାନ ଓ ଅମ୍ବତି ରାୟୁଡୁଙ୍କ ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂ ମଧ୍ୟ ନିଜ ପସନ୍ଦର ୧୫ ଜଣିଆ ଟି-୨୦ ବିଶ୍ଵକପ୍ ଦଳ ଚୟନ କରିଛନ୍ତି। ହରଭଜନ ନିଜ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ ଓ ମହମ୍ମଦ ସିରାଜଙ୍କ ପରି ଖେଳାଳିଙ୍କୁ ସ୍ଥାନ ଦେଇ ନାହାନ୍ତି। ସେ ସଞ୍ଜୁ ସାମସନ ଓ ଋଷଭ ପନ୍ତ ଦୁଇ ଖେଳାଳିଙ୍କୁ ସାମିଲ କରିଛନ୍ତି। ସ୍ପିନ ବିଭାଗରେ କୁଲଦୀପ ଯାଦବ ଓ ୟଜବେନ୍ଦ୍ର ଚହଲଙ୍କ ଚୟନ କରିଛନ୍ତି ହରଭଜନ।
ଷ୍ଟାର ସ୍ପୋର୍ଟ୍ସରେ ଭିସା ଟି ୨୦ ବିଶ୍ଵକପ୍ ଶୋରେ ହରଭଜନ ସିଂ ନିଜ ପସନ୍ଦର ୧୫ ଖେଳାଳିଙ୍କ ଚୟନ କରିଛନ୍ତି, ଯେଉଁମାନଙ୍କୁ ଟି ୨୦ ବିଶ୍ଵକପ୍ରେ ଖେଳିବା ଉଚିତ୍। ହରଭଜନଙ୍କ ଏହି ତାଲିକା ଦେଖିଲେ ଲାଗୁଛି ସେ ଆଇପିଏଲ୍ ୨୦୨୪ର ପ୍ରଦର୍ଶନ ଆଧାରରେ ଖେଳାଳିଙ୍କ ଚୟନ କରିଛନ୍ତି। ଦ୍ରୁତ ବୋଲର ବିଭାବରେ ମହମ୍ମଦ ସିରାଜଙ୍କ ବଦଳରେ ଅଭେଶ ଖାନଙ୍କୁ ସେ ସାମିଲ୍ କରିଛନ୍ତି।ସେ ଉଦୀୟମାନ ଦ୍ରୁତ ବୋଲର ମୟଙ୍କ ଯାଦବଙ୍କୁ ସାମିଲ କରିଛନ୍ତି।
Fans, get ready to rumble! #T20WC2024 is almost here, and @harbhajan_singh, our #IncredibleStarcast icon, has picked his set of 15 that will get a #VisaToWorldCup!
Think he missed a crucial player? This is YOUR chance to challenge the Legend! Head over to our social media (23rd… pic.twitter.com/7DDD2aAMP7— Star Sports (@StarSportsIndia) April 25, 2024
ହରଭଜନଙ୍କ ହିସାବରେ ରୋହିତ ଶର୍ମାଙ୍କ ସହିତ ଯଶସ୍ଵୀ ଜୟସ୍ଵାଲ ଇନିଂସ ଓପନ କରିବା ଉଚିତ୍। ତାଙ୍କ ୧୫ ଜଣିଆ ଦଳରେ ଶୁଭମନ ଗିଲ୍ ଓ କେଏଲ ରାହୁଲଙ୍କ ନାଁ ନାହିଁ। ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡ଼େଜା ଓ ଶିବମ ଦୁବେଙ୍କୁ ଚୟନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍ ଦେଇଛନ୍ତି।
ଆଇସିସି ଟି-୨୦ ବିଶ୍ଵକପ୍ ପାଇଁ ହରଭଜନ ଚୟନ କରିଥିବା ୧୫ ଜଣିଆ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ରିଙ୍କୁ ସିଂ, ସଞ୍ଜୁ ସାମସନ, ଶିବମ ଦୁବେ, ରବୀନ୍ଦ୍ର ଜାଡ଼େଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅଭେଶ ଖାନ, ଅର୍ଶଦୀପ ସିଂ ଓ ମୟଙ୍କ ଯାଦବ।