ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ
ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ ଅଧିନାୟକତ୍ୱ ଅଧୀନରେ ପଡ଼ିଆକୁ ଓହ୍ଲାଇବ। ଏହିପରି ଅନେକ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି, ଯେଉଁମାନେ ଆଜିକାଲି ଭାରତରେ ଖେଳାଯାଉଥିବା ଆଇପିଏଲ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଟ୍ରାଭିସ ହେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ ଦଳର ଟେଷ୍ଟ ଏବଂ ଦିନିକିଆ […] The post ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ appeared first on Dharitri Odia News.
ସିଡନୀ,୧।୫: ଅଷ୍ଟ୍ରେଲିଆ ମଧ୍ୟ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ବିଶ୍ୱକପ୍ରେ ଦଳ ଅନ୍ତର୍ଜାତୀୟ ଟି-୨୦ ଅଧିନାୟକ ମିଚେଲ ମାର୍ଶଙ୍କ ଅଧିନାୟକତ୍ୱ ଅଧୀନରେ ପଡ଼ିଆକୁ ଓହ୍ଲାଇବ। ଏହିପରି ଅନେକ ଖେଳାଳି ଦଳରେ ସ୍ଥାନ ପାଇଛନ୍ତି, ଯେଉଁମାନେ ଆଜିକାଲି ଭାରତରେ ଖେଳାଯାଉଥିବା ଆଇପିଏଲ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି।
ଟ୍ରାଭିସ ହେଡ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କ ଭଳି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ ଦଳର ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ପ୍ୟାଟ କମିନ୍ସଙ୍କୁ ମଧ୍ୟ ଦଳର ଏକ ଅଂଶ କରାଯାଇଛି। ପ୍ୟାଟ କମିନ୍ସ ବର୍ତ୍ତମାନ ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦର ଅଧିନାୟିକତ୍ୱ କରୁଛନ୍ତି।
୨୦୨୧ରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଏଥର ମଧ୍ୟ ଅଷ୍ଟ୍ରେଲିଆ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ହେବ। ଏହି ଟୁର୍ନାମେଣ୍ଟ ପାଇଁ ଦଳର ଅଧିକାଂଶ ଅଭିଜ୍ଞ ଖେଳାଳିଙ୍କ ଉପରେ ବୋର୍ଡ ଆତ୍ମବିଶ୍ୱାସ ପ୍ରକାଶ କରିଛି। ଆଇପିଏଲ ୨୦୨୪ରେ ବିସ୍ଫୋରକ ଇନିଂସ ଖେଳୁଥିବା ଅଷ୍ଟ୍ରେଲିଆ ଜ୍ୟାକ ଫ୍ରେଜର ମ୍ୟାକଗର୍କଙ୍କୁ ଦଳରେ ସାମିଲ କରିଛନ୍ତି।
ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ
ମିଚେଲ ମାର୍ଶ (ଅଧିନାୟକ), ପ୍ୟାଟ କମିନ୍ସ, ଆଷ୍ଟନ ଅଗର, ଟିମ ଡେଭିଡ, ନାଥାନ ଏଲିସ, କ୍ୟାମେରନ ଗ୍ରୀନ, ଜୋସ ହାଜଲେଉଡ, ଟ୍ରାଭିସ ହେଡ, ଜୋସ ଇଂଲିସ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡେଭିଡ ୱାର୍ନର ଏବଂ ଆଡାମ ଜାମ୍ପା।
The post ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା: ଜାଣନ୍ତୁ ଦଳରେ କାହାକୁ ମିଳିଲା ସ୍ଥାନ appeared first on Dharitri Odia News.