ଟି-୨୦ ବିଶ୍ୱକପ ବିଜୟ ପରେ ସେଲିବ୍ରେସନ, ପନ୍ତ କେକ୍ ଖୁଆଇବାବେଳେ ମନାକଲେ ହିଟ୍ମ୍ୟାନ୍
ନୂଆଦିଲ୍ଲୀ ୨୭/୦୫: ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ଆମେରିକାରେ ପହଞ୍ଚିଛି । ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଏବଂ କୋଚିଂ ଷ୍ଟାଫ୍ ଏହି ବ୍ୟାଚ୍ରେ ଆମେରିକା ଗସ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସହିତ ଗତ ୧୧ ବର୍ଷ ଧରି ଚାଲିଥିବା ଟାଇଟଲ୍ ଲଢେଇକୁ ଶେଷ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଟୁର୍ଣ୍ଣାମେଣ୍ଟରେ କିଏ ବାଜି ମାରିବ କିଏ ଚାମ୍ପିଅନ ହେବ ତାହା ଜଣା ପଡିବ । ଏହା ସତ୍ତ୍ୱେ ଟିମ୍ ଇଣ୍ଡିଆର ଆଶା ଉଚ୍ଚ ରଖି ବିଦେଶ ଗସ୍ତ କରିଛି । ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓରୁ ଏବେ ସବୁ ସ୍ପଷ୍ଟ ହୋଇଛି, ଯାହା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ଜୁନ୍ ୨୫ ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଏଥିପାଇଁ ୨୫ ମେ ଶନିବାର ଦିନ ଟିମ୍ ଇଣ୍ଡିଆ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଛି । ନ୍ୟୁୟର୍କକୁ ବିମାନ ଧରିବା ପୂର୍ବରୁ ଟିମ୍ ଇଣ୍ଡିଆର ବସ୍ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଅନେକ ପ୍ରଶଂସକ ଉପସ୍ଥିତ ଥିଲେ । ପ୍ରଶଂସକମାନେ ଦଳକୁ ସ୍ୱାଗତ କରିଥିଲେ, ଖେଳାଳିଙ୍କ ସହ ଫଟୋ ଉଠାଇଥିଲେ, ଅଟୋଗ୍ରାଫ୍ ନେଇଥିଲେ ଏବଂ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ, ଟିମ୍ ଇଣ୍ଡିଆ ଯିବା ପୂର୍ବରୁ ବିମାନବନ୍ଦରରେ ଏକ କେକ୍ ମଧ୍ୟ କଟାଯାଇଥିଲା । ତେବେ ଏହି ସମୟରେ ଅଧିନାୟକ ରୋହିତ ଶର୍ମା ଏମିତି କିଛି କହିଥିଲେ, ଯାହା ଏକ ଏବେ ବେଶ
ନୂଆଦିଲ୍ଲୀ ୨୭/୦୫: ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଟିମ୍ ଇଣ୍ଡିଆର ପ୍ରଥମ ବ୍ୟାଚ୍ ଆମେରିକାରେ ପହଞ୍ଚିଛି । ଟିମ୍ ଇଣ୍ଡିଆର ଅଧିକାଂଶ ଖେଳାଳି ଏବଂ କୋଚିଂ ଷ୍ଟାଫ୍ ଏହି ବ୍ୟାଚ୍ରେ ଆମେରିକା ଗସ୍ତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ସହିତ ଗତ ୧୧ ବର୍ଷ ଧରି ଚାଲିଥିବା ଟାଇଟଲ୍ ଲଢେଇକୁ ଶେଷ କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
ଟୁର୍ଣ୍ଣାମେଣ୍ଟରେ କିଏ ବାଜି ମାରିବ କିଏ ଚାମ୍ପିଅନ ହେବ ତାହା ଜଣା ପଡିବ । ଏହା ସତ୍ତ୍ୱେ ଟିମ୍ ଇଣ୍ଡିଆର ଆଶା ଉଚ୍ଚ ରଖି ବିଦେଶ ଗସ୍ତ କରିଛି । ଅଧିନାୟକ ରୋହିତ ଶର୍ମାଙ୍କ ଏକ ଭିଡିଓରୁ ଏବେ ସବୁ ସ୍ପଷ୍ଟ ହୋଇଛି, ଯାହା ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି ।
ଜୁନ୍ ୨୫ ରୁ ଆମେରିକା ଏବଂ ୱେଷ୍ଟଇଣ୍ଡିଜ୍ରେ ଖେଳାଯିବ ଟି-୨୦ ବିଶ୍ୱକପ୍ । ଏଥିପାଇଁ ୨୫ ମେ ଶନିବାର ଦିନ ଟିମ୍ ଇଣ୍ଡିଆ ମୁମ୍ବାଇରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରିଛି । ନ୍ୟୁୟର୍କକୁ ବିମାନ ଧରିବା ପୂର୍ବରୁ ଟିମ୍ ଇଣ୍ଡିଆର ବସ୍ ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଅନେକ ପ୍ରଶଂସକ ଉପସ୍ଥିତ ଥିଲେ ।
ପ୍ରଶଂସକମାନେ ଦଳକୁ ସ୍ୱାଗତ କରିଥିଲେ, ଖେଳାଳିଙ୍କ ସହ ଫଟୋ ଉଠାଇଥିଲେ, ଅଟୋଗ୍ରାଫ୍ ନେଇଥିଲେ ଏବଂ ଦଳକୁ ଶୁଭେଚ୍ଛା ଜଣାଇଥିଲେ । ଏହି ସମୟରେ, ଟିମ୍ ଇଣ୍ଡିଆ ଯିବା ପୂର୍ବରୁ ବିମାନବନ୍ଦରରେ ଏକ କେକ୍ ମଧ୍ୟ କଟାଯାଇଥିଲା । ତେବେ ଏହି ସମୟରେ ଅଧିନାୟକ ରୋହିତ ଶର୍ମା ଏମିତି କିଛି କହିଥିଲେ, ଯାହା ଏକ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।
ଭାରତୀୟ ଖେଳାଳିମାନେ କେକ୍ କାଟୁଥିଲେ । ଷ୍ଟାର ୱିକେଟ୍ କିପର ଋଷଭ ପନ୍ତ ଅଧିନାୟକ ରୋହିତଙ୍କୁ କେକ୍ ଖାଇବାକୁ ଦେବା ମାତ୍ରେ ରୋହିତ ସିଧାସଳଖ ମନା କରିଥିଲେ । କହିଥିଲେ ଯେ ଜିତିବା ପରେ ସେ ଏହାକୁ ଖାଇବେ । ଏହା କହି ରୋହିତ କେକ୍ ନ ଖାଇ ଆଗକୁ ବଢିଥିଲେ । ତାଙ୍କର ଏହି ଭିଡିଓ 'X' ରେ ବେଶ୍ ଭାଇରାଲ ହେଉଛି ।
Rishabh pant gives Cake to Rohit Sharma
Rohit Sharma - “jeetne ke baad cake khayengey”
Hitman is Motivated for T20 World Cup ❤️ pic.twitter.com/F1ysMIoAaS— ICT Fan (@Delphy06) May 26, 2024
ଗତ ବର୍ଷ ମଧ୍ୟ ଏସିଆ କପ୍ ସମୟରେ ସମାନ ଘଟଣା ଘଟିଥିଲା । ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଟାଇଟଲ୍ ଜିତିବା ପରେ ରୋହିତ ଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀରେ ରୋହିତ ଏମିତି କିଛି କରିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ।
ସେତେବେଳେ ରୋହିତ ଏହା ମଧ୍ୟ କହିଥିଲେ ଯେ ବିଶ୍ୱକପ ଜିତିବା ପରେ ସେଲିବ୍ରେସନ ହେବ । ଟିମ୍ ଇଣ୍ଡିଆ ବିଶ୍ୱକପ୍ରେ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । କିନ୍ତୁ ପରେ ଦଳକୁ ଫାଇନାଲରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଯାହା ଆଶା କରାଯାଉଛି କି ଏଥର ରୋହିତଙ୍କ କଥା ସତ ବୋଲି ପ୍ରମାଣିତ ହେବ ।