ଟି -୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ
ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି -୨୦ ସିରିଜ ପାଇଁ ଏହି ଖେଳାଳିମାନଙ୍କୁ ମଧ୍ୟ ଚୟନ କରିଛି। ଜୁନ ୧ରୁ ଟି -୨୦ ବିଶ୍ୱକପ୍ ଆୟୋଜିତ ହେବ। ଜୋସ ବଟଲର୍ ଇଂଲଣ୍ଡର ଅଧିନାୟକତ୍ୱ ଦାୟିତ୍ୱ ପାଇଛନ୍ତି। ବଟଲର୍ ବର୍ତ୍ତମାନ ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି। ସେ ଫର୍ମରେ ଅଛନ୍ତି ଏବଂ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି। […] The post ଟି -୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ appeared first on Dharitri Odia News.
ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି -୨୦ ସିରିଜ ପାଇଁ ଏହି ଖେଳାଳିମାନଙ୍କୁ ମଧ୍ୟ ଚୟନ କରିଛି। ଜୁନ ୧ରୁ ଟି -୨୦ ବିଶ୍ୱକପ୍ ଆୟୋଜିତ ହେବ। ଜୋସ ବଟଲର୍ ଇଂଲଣ୍ଡର ଅଧିନାୟକତ୍ୱ ଦାୟିତ୍ୱ ପାଇଛନ୍ତି। ବଟଲର୍ ବର୍ତ୍ତମାନ ଆଇପିଏଲ ୨୦୨୪ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଛନ୍ତି। ସେ ଫର୍ମରେ ଅଛନ୍ତି ଏବଂ ବିସ୍ଫୋରକ ବ୍ୟାଟିଂ କରୁଛନ୍ତି।
ଇଂଲଣ୍ଡ ଦଳର ଅଧିନାୟକତ୍ୱ ବଟଲର୍ଙ୍କୁ ଦେଇଛି। ଆଇପିଏଲ ୨୦୨୪ର ୮ଟି ମ୍ୟାଚରେ ବଟଲର୍ ୩୧୯ରନ୍ ସଂଗ୍ରହ କରିଛନ୍ତି। ଏହି ସମୟ ମଧ୍ୟରେ ୨ ଶତକ ସ୍କୋର କରିଛନ୍ତି ।
ଟି -୨୦ ବିଶ୍ୱକପ୍ ପାଇଁ ଇଂଲଣ୍ଡ ଦଳ – ଜୋସ ବଟଲର୍ (ଅଧିନାୟକ), ମୋଇନ ଅଲି (ଉପ-ଅଧିନାୟକ), ଫିଲ ସାଲ୍ଟ, ୱିଲ ଜ୍ୟାକ, ଜନି ବିୟରଷ୍ଟୋ, ହ୍ୟାରି ବ୍ରୁକ, ଲିଆମ ଲିବିଙ୍ଗଷ୍ଟୋନ, ସାମ କୁରାନ, ଜୋଫ୍ରା ଆର୍ଚର, କ୍ରିସ ଜୋର୍ଡାନ, ମାର୍କ ଉଡ୍, ରିସ ଟୋପଲେ, ଆଦିଲ ରସିଦ, ଟମ ହାର୍ଟଲି, ବେନ ଡକେଟ।
The post ଟି -୨୦ ବିଶ୍ୱକପ୍ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ appeared first on Dharitri Odia News.