ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଟିଏମସି ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ହିଂସାକୁ ଖୋଲା ଲାଇସେନ୍ସ ଦେଇଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ମମତା ବାନାର୍ଜୀଙ୍କ ଦଳ ଟିଏମସି ଏବଂ ଏହାର ନେତାମାନଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ପ୍ରଧାନମନ୍ତ୍ରୀିଙ୍କ ଏହି ମନ୍ତବ୍ୟ ଏମିତି ପ୍ରସଙ୍ଗରେ ଆସିଛି ଯେତେବେଳେ […] The post ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି appeared first on Dharitri Odia News.

ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି

ନୂଆଦିଲ୍ଲୀ,୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତ୍ରୁଣମୂଳ କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ଟିଏମସି ପଶ୍ଚିମବଙ୍ଗରେ ଦୁର୍ନୀତି ଏବଂ ହିଂସାକୁ ଖୋଲା ଲାଇସେନ୍ସ ଦେଇଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ମମତା ବାନାର୍ଜୀଙ୍କ ଦଳ ଟିଏମସି ଏବଂ ଏହାର ନେତାମାନଙ୍କୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି।
ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ପ୍ରଧାନମନ୍ତ୍ରୀିଙ୍କ ଏହି ମନ୍ତବ୍ୟ ଏମିତି ପ୍ରସଙ୍ଗରେ ଆସିଛି ଯେତେବେଳେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ଟିମ ପୂର୍ବ ମେଦିନୀପୁର ଜିଲାର ଭୁପତିନଗରରେ ୨୦୨୨ରେ ଘଟିଥିବା ବିସ୍ଫୋରଣର ଯାଞ୍ଚ ପାଇଁ ପହଞ୍ଚିଥିଲା। ସେତେବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା। ଦଳର ଜଣେ ସଦସ୍ୟ ମଧ୍ୟ ଆହତ ହେବାସହ ଏକ ଗାଡି ନଷ୍ଟ ହୋଇଯାଇଛି।

The post ଟିଏମସି ଚାହୁଁଛି ପଶ୍ଚିମ ବଙ୍ଗରେ ଭ୍ରଷ୍ଟାଚାର-ହିଂସାର ଲାଇସେନ୍ସ: ମୋଦି appeared first on Dharitri Odia News.