ଟିପିସିଓଡିଏଲ୍‌କୁ ନୂତନ ମାନ୍ୟତା

ଭୁବନେଶ୍ୱର,୧୧।୯ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ନିକଟରେ ଆଉ ସଫଳତା ସହ ନୂତନ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି କମ୍ପାନୀର କାର୍ଯ୍ୟପରିସର ମଧ୍ୟରେ ଜିଆଇଏସ୍‌ ମୂତୟନର ସଫଳତା କାର୍ଯ୍ୟକାରିତାକୁ ନୂଆ ମାନ୍ୟତା ପ୍ରଦାନ ସହ ସମ୍ମାନିତ ମଧ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ୟୁସି ୨୦୨୪-ଇଏସ୍‌ଆରଆଇ ଇଣ୍ଡିଆ ୟୁଜର୍‌ ସମ୍ମିଳନୀରେ ଟିପିସିଓଡିଏଲକୁ ମାନ୍ୟତା ପୂର୍ବକ ସମ୍ମାନିତ କରାଯାଇଛି। ବିଶେଷ […] The post ଟିପିସିଓଡିଏଲ୍‌କୁ ନୂତନ ମାନ୍ୟତା appeared first on Dharitri Odia News.

ଟିପିସିଓଡିଏଲ୍‌କୁ ନୂତନ ମାନ୍ୟତା

ଭୁବନେଶ୍ୱର,୧୧।୯ (ଅଭୟ ଦାଶ): ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟି ପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ)କୁ ନିକଟରେ ଆଉ ସଫଳତା ସହ ନୂତନ ମାନ୍ୟତା ପ୍ରଦାନ କରାଯାଇଛି। ଏପରିକି କମ୍ପାନୀର କାର୍ଯ୍ୟପରିସର ମଧ୍ୟରେ ଜିଆଇଏସ୍‌ ମୂତୟନର ସଫଳତା କାର୍ଯ୍ୟକାରିତାକୁ ନୂଆ ମାନ୍ୟତା ପ୍ରଦାନ ସହ ସମ୍ମାନିତ ମଧ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ, ନୂଆଦିଲ୍ଲୀଠାରେ ଆୟୋଜିତ ୟୁସି ୨୦୨୪-ଇଏସ୍‌ଆରଆଇ ଇଣ୍ଡିଆ ୟୁଜର୍‌ ସମ୍ମିଳନୀରେ ଟିପିସିଓଡିଏଲକୁ ମାନ୍ୟତା ପୂର୍ବକ ସମ୍ମାନିତ କରାଯାଇଛି। ବିଶେଷ କରି ‘ଶକ୍ତି ଶିଖର ସମ୍ମିଳନୀ: ଜିଆଇଏସ୍‌ ସହ ୟୁଟିଲିଟିଙ୍କ ସଶକ୍ତୀକରଣ’ରେ ଯୋଗ ଦେଇ ଟିପିସିଓଡିଏଲର ଜିଆଇଏସ୍‌ ମୁଖ୍ୟ ଧ୍ରୁବ ବାନାର୍ଜୀ ଟିପିସିଓଡିଏଲ୍‌ ଉକ୍ତ ପୁରସ୍କାର ଗ୍ରହଣ କରିଛନ୍ତି।
ଏ ସମ୍ପର୍କରେ ଟିପିସିଓଡିଏଲର ସିଇଓ ଅରଭିନ୍ଦ୍‌ ସିଂହ କହିଛନ୍ତି, ଆମର ବ୍ୟାପକ ଜିଆଇଏସ୍‌ ମୂତୟନକୁ ମାନ୍ୟତା ପ୍ରଦାନ କରାଯାଇଥିବାରୁ ଆମେ ଗର୍ବିତ, ଯାହା ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବ୍ୟାପକ ଭୌଗଳିକ ଆକାର ଦୃଷ୍ଟିରୁ ସ୍ବତନ୍ତ୍ର। ଇଏସ୍‌ଆରଆଇ ଜିଆଇଏସ୍‌ ଭଳି ଅତ୍ୟାଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରିବା ଦ୍ୱାରା ପରିଚାଳନା ଦକ୍ଷତାରେ ଉନ୍ନତି ହୋଇଥିବା ବେଳେ ୩୦,୦୦୦ବର୍ଗ କିଲୋମିଟର ଅଞ୍ଚଳରେ ଆମ ଗ୍ରାହକଙ୍କୁ ଉନ୍ନତ ସେବା ପ୍ରଦାନ କରାଯାଇପାରିଛି। ଏହି ସଫଳତା ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଉତ୍କର୍ଷ ହାସଲ ଓ ଅଭିନବ ପ୍ରଯୁକ୍ତି ଗ୍ରହଣ ଓ ମୂତୟନ ପାଇଁ ଆମର ରହିଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି।

The post ଟିପିସିଓଡିଏଲ୍‌କୁ ନୂତନ ମାନ୍ୟତା appeared first on Dharitri Odia News.