ଟିପିସିଓଡିଏଲ୍‌ର ଅଭିନବ ପ୍ରୟାସ

ଭୁବନେଶ୍ୱର,୪।୧: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରୟାସ ‘ରୁଫ୍‌ ଟପ୍‌ ସୋଲାର’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ପରିବେଶ ଅନୁକୂଳ ଓ ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ଗ୍ରାହକମାନେ ସହଜରେ ସୋଲାର ରୁଫ୍‌ଟପ୍‌ ବ୍ୟବସ୍ଥାକୁ ଆପଣାଇପାରିବେ। ଏହା ଏକ ସ୍ବଚ୍ଛ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ସୂର୍ଯ୍ୟଙ୍କ ଶକ୍ତିକୁ ବ୍ୟବହାର କରିବାରେ ଟିପିସିଓଡିଏଲ୍‌ର ଦୃଷ୍ଟିକୋଣ ସହ ସମନ୍ବିତ […] The post ଟିପିସିଓଡିଏଲ୍‌ର ଅଭିନବ ପ୍ରୟାସ appeared first on Dharitri Odia News.

ଟିପିସିଓଡିଏଲ୍‌ର ଅଭିନବ ପ୍ରୟାସ

ଭୁବନେଶ୍ୱର,୪।୧: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅଭିନବ ପ୍ରୟାସ ‘ରୁଫ୍‌ ଟପ୍‌ ସୋଲାର’ର ଶୁଭାରମ୍ଭ କରାଯାଇଛି। ବିଶେଷକରି ପରିବେଶ ଅନୁକୂଳ ଓ ସ୍ଥାୟୀ ଭବିଷ୍ୟତ ପାଇଁ ସବୁଜ ଶକ୍ତି ସମାଧାନକୁ ପ୍ରୋତ୍ସାହିତ କରିବା ଦିଗରେ କମ୍ପାନୀ ପ୍ରତିଶ୍ରୁତିବଦ୍ଧ ରହିଛି। ଏପରିକି ଗ୍ରାହକମାନେ ସହଜରେ ସୋଲାର ରୁଫ୍‌ଟପ୍‌ ବ୍ୟବସ୍ଥାକୁ ଆପଣାଇପାରିବେ। ଏହା ଏକ ସ୍ବଚ୍ଛ ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ସୂର୍ଯ୍ୟଙ୍କ ଶକ୍ତିକୁ ବ୍ୟବହାର କରିବାରେ ଟିପିସିଓଡିଏଲ୍‌ର ଦୃଷ୍ଟିକୋଣ ସହ ସମନ୍ବିତ ହୋଇପାରିବ। ସେହିଭଳି ଟିପିସିଓଡିଏଲ୍‌ ନେଟ୍‌ ମିଟରିଂ ବ୍ୟବସ୍ଥା ମାଧ୍ୟମରେ ୮୨୮ ସୌର ପ୍ଲାଣ୍ଟ ସ୍ଥାପନ କରିବାରେ ସହାୟକ ହୋଇଛି, ଯାହା ସାମୂହିକ ଭାବେ ୨୮,୦୦୩.୬୮୪ କିଲୋୱାଟ୍‌-ପିକ୍‌ (କେଡବ୍ଲ୍ୟୁପି) କ୍ଷମତା ସୃଷ୍ଟି କରିଛି। ରୁଫ୍‌ଟପ୍‌ ସୋଲାର (ସୌର ଶକ୍ତି) ଅନେକ ସୁବିଧା ପ୍ରଦାନ କରୁଥିବାରୁ ଏହା ଉପଭୋକ୍ତାଙ୍କ ପସନ୍ଦରେ ପରିଣତ ହୋଇଛି। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ଗ୍ରାହକଙ୍କ ଛାତ କିମ୍ବା ପଡ଼ିଆରେ ଲଗାଯାଇଥିବା ସୋଲାର ରୁଫଟପ୍‌ ସୂର୍ଯ୍ୟଙ୍କ ଶକ୍ତିର ଉପଯୋଗ ପାଇଁ ଉପଯୁକ୍ତ ହୋଇଥିବାବେଳେ ତାହା କେବଳ ଗ୍ରାହକଙ୍କ ବିଦ୍ୟୁତ୍‌ ଖର୍ଚ୍ଚକୁ ହ୍ରାସ କରିବ ନାହିଁ ବରଂ ପରିବେଶରେ ସକାରାତ୍ମକ ଯୋଗଦାନ ଦେବ। ବିଶେଷକରି ଦାୟିତ୍ୱବାନ ନାଗରିକ ଭାବେ ଗ୍ରାହକଙ୍କ ଭୂମିକା ନିର୍ବାହ କରିବାକୁ ମଧ୍ୟ ହିତାଧିକାରଙ୍କୁ ସଶକ୍ତ କରିବ। ଟିପିସିଓଡିଏଲ୍‌ ଗ୍ରାହକଙ୍କୁ ସ୍ଥାୟୀ ଏବଂ ପରିବେଶ ଅନୁକୂଳ ଶକ୍ତି ସମାଧାନ ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ରହିଛି। ସୌରଶକ୍ତି ବ୍ୟବହାର କରିବା ଦ୍ୱାରା କେବଳ ବ୍ୟକ୍ତିଗତ ଉପଭୋକ୍ତାଙ୍କୁ ଲାଭ ମିଳେ ନାହିଁ ବରଂ ଏହା ଆମ ସମସ୍ତଙ୍କ ପାଇଁ ଏକ ସ୍ବଚ୍ଛ ଏବଂ ସବୁଜ ଭବିଷ୍ୟତ ଦିଗରେ ଏକ ସାମୂହିକ ପ୍ରୟାସ ମଧ୍ୟ ହୋଇଥାଏ।

The post ଟିପିସିଓଡିଏଲ୍‌ର ଅଭିନବ ପ୍ରୟାସ appeared first on Dharitri Odia News.