ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁରେ ମାନହାନୀ ମାମଲା ଦାୟର
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଏବେ ମାନହାନୀ ମାମଲା ଦାୟର ହୋଇଛି। ପୂର୍ବତନ ବ୍ୟବସାୟିକ ସହଯୋଗୀ ମିହିର ଦିବାକର ଓ ତାଙ୍କ ପତ୍ନୀ ସୌମ୍ୟା ଦାସ ଧୋନୀଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମାମଲାଦାୟର କରିଛନ୍ତି। ୧୦୧୭ରେ ଦୁଇ ସହଯୋଗୀଙ୍କ ମଧ୍ୟରେ ହୋଇଥିବା ବ୍ୟବସାୟିକ ଚୁକ୍ତି ସମ୍ପର୍କରେ ଧୋନୀ ଯେମିତି ମିହିର ଓ ସୋମ୍ୟାଙ୍କ ବିରୋଧରେ ମାନହାନୀକାରକ ଅଭିଯୋଗ ନ ଲଗାନ୍ତୁ ଏହାକୁ ରୋକିବାକୁ ଆବେଦନରେ ଦର୍ଶାଯାଇଛି। ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଜାନୁଆରୀ ୧୮ ତାରିଖରେ ବିଚାରପତି ପ୍ରତିଭା ଏମ୍ ସିଂହ ମାମଲାର ଶୁଣାଣି କରିବେ। ଏହା ପୂର୍ବରୁ ବ୍ୟବସାୟିକ ଚୁକ୍ତି ଉଲ୍ଲଂଘନ ନେଇ ଧୋନୀ ତାଙ୍କ ପୂର୍ବତନ ବ୍ୟବସାୟିକ ସହଯୋଗୀଙ୍କ ବିରୋଧରେ ମାମଲାରୁ ରୁଜୁ କରିଥିଲେ। ଅଭିଯୋଗରେ ଧୋନୀ ଦର୍ଶାଇଥିଲେ ଯେ ତାଙ୍କୁ କ୍ରିକେଟ ଆକାଡେମି ଖୋଲିବାକୁ କଣ୍ଟ୍ରାକ୍ଟ ମିଳିବାର ଥିଲା। ହେଲେ ମିଳିଲାନି, କିନ୍ତୁ ୧୫ କୋଟି ଟଙ୍କା ଠକି ନେଇଗଲେ ବୋଲି ଧୋନୀ ଅଭିଯୋଗରେ କରିଥିଲେ। The post ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁରେ ମାନହାନୀ ମାମଲା ଦାୟର appeared first on Prameya News7.
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ବିରୋଧରେ ଏବେ ମାନହାନୀ ମାମଲା ଦାୟର ହୋଇଛି। ପୂର୍ବତନ ବ୍ୟବସାୟିକ ସହଯୋଗୀ ମିହିର ଦିବାକର ଓ ତାଙ୍କ ପତ୍ନୀ ସୌମ୍ୟା ଦାସ ଧୋନୀଙ୍କ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନୀ ମାମଲାଦାୟର କରିଛନ୍ତି।
୧୦୧୭ରେ ଦୁଇ ସହଯୋଗୀଙ୍କ ମଧ୍ୟରେ ହୋଇଥିବା ବ୍ୟବସାୟିକ ଚୁକ୍ତି ସମ୍ପର୍କରେ ଧୋନୀ ଯେମିତି ମିହିର ଓ ସୋମ୍ୟାଙ୍କ ବିରୋଧରେ ମାନହାନୀକାରକ ଅଭିଯୋଗ ନ ଲଗାନ୍ତୁ ଏହାକୁ ରୋକିବାକୁ ଆବେଦନରେ ଦର୍ଶାଯାଇଛି। ହାଇକୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବାକୁ ରାଜି ହୋଇଛନ୍ତି। ଜାନୁଆରୀ ୧୮ ତାରିଖରେ ବିଚାରପତି ପ୍ରତିଭା ଏମ୍ ସିଂହ ମାମଲାର ଶୁଣାଣି କରିବେ।
ଏହା ପୂର୍ବରୁ ବ୍ୟବସାୟିକ ଚୁକ୍ତି ଉଲ୍ଲଂଘନ ନେଇ ଧୋନୀ ତାଙ୍କ ପୂର୍ବତନ ବ୍ୟବସାୟିକ ସହଯୋଗୀଙ୍କ ବିରୋଧରେ ମାମଲାରୁ ରୁଜୁ କରିଥିଲେ। ଅଭିଯୋଗରେ ଧୋନୀ ଦର୍ଶାଇଥିଲେ ଯେ ତାଙ୍କୁ କ୍ରିକେଟ ଆକାଡେମି ଖୋଲିବାକୁ କଣ୍ଟ୍ରାକ୍ଟ ମିଳିବାର ଥିଲା। ହେଲେ ମିଳିଲାନି, କିନ୍ତୁ ୧୫ କୋଟି ଟଙ୍କା ଠକି ନେଇଗଲେ ବୋଲି ଧୋନୀ ଅଭିଯୋଗରେ କରିଥିଲେ।
The post ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ ନାଁରେ ମାନହାନୀ ମାମଲା ଦାୟର appeared first on Prameya News7.