ଟି୨୦ ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ(ନ୍ୟୁଜିଲାଣ୍ଡ),୨୩ା୨: ଆଡାମ ଜାମ୍ପାଙ୍କ ଚମତ୍କାର ବୋଲିଂ ଯୋଗୁ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ଦଳ ୨-୦ରେ ଅଗ୍ରଣୀ ଲାଭ କରିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜ ଆଗୁଆ କବ୍‌ଜା କରିନେଇଛି। ନ୍ୟୁଜିଲାଣ୍ଡ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ଦଳ। ଦଳ ବିପକ୍ଷରେ ସିରିଜ ବିଜୟ ଲାଭ କରିବା ଦ୍ୱାରା ଅଷ୍ଟ୍ରେଲିଆ ଦୃଢ଼ ଆତ୍ମବିଶ୍ୱାସର ସହ ଜୁନ୍‌ରେ ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁ ଥିବା […] The post ଟି୨୦ ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ appeared first on Dharitri Odia News.

ଟି୨୦ ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ

ଅକ୍‌ଲାଣ୍ଡ(ନ୍ୟୁଜିଲାଣ୍ଡ),୨୩ା୨: ଆଡାମ ଜାମ୍ପାଙ୍କ ଚମତ୍କାର ବୋଲିଂ ଯୋଗୁ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆ ୭୨ ରନ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ଦଳ ୨-୦ରେ ଅଗ୍ରଣୀ ଲାଭ କରିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜ ଆଗୁଆ କବ୍‌ଜା କରିନେଇଛି।

ନ୍ୟୁଜିଲାଣ୍ଡ ବିଶ୍ୱର ୨ ନମ୍ବର ମାନ୍ୟତାପ୍ରାପ୍ତ ଦଳ। ଦଳ ବିପକ୍ଷରେ ସିରିଜ ବିଜୟ ଲାଭ କରିବା ଦ୍ୱାରା ଅଷ୍ଟ୍ରେଲିଆ ଦୃଢ଼ ଆତ୍ମବିଶ୍ୱାସର ସହ ଜୁନ୍‌ରେ ଓ୍ବେଷ୍ଟଇଣ୍ଡିଜ ଓ ଆମେରିକାରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଯିବ। ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ୬ ଉଇକେଟରେ ଜିତିଥିଲା। ଦୁଇ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ ରବିବାର ଇଡେନପାର୍କଠାରେ ଖେଳାଯିବ। ଅଧିନାୟକ ମିଚେଲ ମାର୍ଶ ଏହାକୁ ଏକ ବଡ଼ ବିଜୟ ବୋଲି କହିଛିନ୍ତ। ପ୍ରଥମେ ବ୍ୟାଟିଂ କଲା ପରେ ୫୦ ରନ୍‌ ଅଭାବ ରହିଥିଲା ବୋଲି ଆମେ ମନେ କରିଥିଲୁ। ମାତ୍ର ବୋଲରଙ୍କ ଚମତ୍କାର ବୋଲିଂ ଯୋଗୁ ନ୍ୟୁଜିଲାଣ୍ଡ ଦଳକୁ ସ୍ବଳ୍ପ ସ୍କୋରରେ ରଖବାକୁ ସକ୍ଷମ ହୋଇଥିଲୁ ।

The post ଟି୨୦ ସିରିଜ କବ୍‌ଜା କଲା ଅଷ୍ଟ୍ରେଲିଆ appeared first on Dharitri Odia News.