ଟୁଇନ ସିଟିରେ ଟ୍ରାଫିକ କଟକଣା ଜାରି: ଜାଣନ୍ତୁ କେଉଁଠି ଲାଗିବ କଟକଣା

ଭୁବନେଶ୍ୱର,୮।୧୦: ଆସନ୍ତା ଦୂର୍ଗାପୂଜା ପାଇଁ ଟୁଇନ୍‌ ସିଟିରେ ଟ୍ରାଫିକ୍‌ କଟକଣା ଜୋରଦାର ହେବାକୁ ଯାଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଏହି କଟକଣା ୯.୧୦.୨୦୨୪ଠାରୁ ଆରମ୍ଭ ହୋଇ ୧୩.୧୦.୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି ଭୁବନେଶ୍ବରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ। କଟକରେ ମଧ୍ୟ ବିଭିନ ରାସ୍ତା ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, […] The post ଟୁଇନ ସିଟିରେ ଟ୍ରାଫିକ କଟକଣା ଜାରି: ଜାଣନ୍ତୁ କେଉଁଠି ଲାଗିବ କଟକଣା appeared first on Dharitri Odia News.

ଟୁଇନ ସିଟିରେ ଟ୍ରାଫିକ କଟକଣା ଜାରି: ଜାଣନ୍ତୁ କେଉଁଠି ଲାଗିବ କଟକଣା

ଭୁବନେଶ୍ୱର,୮।୧୦: ଆସନ୍ତା ଦୂର୍ଗାପୂଜା ପାଇଁ ଟୁଇନ୍‌ ସିଟିରେ ଟ୍ରାଫିକ୍‌ କଟକଣା ଜୋରଦାର ହେବାକୁ ଯାଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଏହି କଟକଣା ୯.୧୦.୨୦୨୪ଠାରୁ ଆରମ୍ଭ ହୋଇ ୧୩.୧୦.୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି ଭୁବନେଶ୍ବରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ। ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ।

କଟକରେ ମଧ୍ୟ ବିଭିନ ରାସ୍ତା ଜାରି ହେଇଛି କଟକଣା । ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତା ଓ ତତସଂଲଗ୍ନ ରାସ୍ତାରେ କଟକଣା ଜାରି ହୋଇଛି। ସେହିପରି କଟକରେ ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏ ଲାଗୁ ହେବ ଟ୍ରାଫିକ କଟକଣା। ସର୍ବସାଧାରଣଙ୍କ ପାଇଁ ବିଜ୍ଞପ୍ତି ଜାରି କରିଛି କମିଶନରେଟ ପୋଲିସ।

ଭୁବନେଶ୍ବରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାଶର୍‌ବର ସର୍ଭିସ ରୋଡ, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଲି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ।

 

The post ଟୁଇନ ସିଟିରେ ଟ୍ରାଫିକ କଟକଣା ଜାରି: ଜାଣନ୍ତୁ କେଉଁଠି ଲାଗିବ କଟକଣା appeared first on Dharitri Odia News.