ଟେଲି ଅଭିନେତ୍ରୀ ଦୀପିକା କକ୍କରଙ୍କୁ ଲିଭର କ୍ୟାନସର

ମୁମ୍ବାଇ: ଯଦି ଆମେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ବିଷୟରେ କଥା ହେବା ତେବେ ଦୀପିକା କକ୍କରଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ସାମିଲ। ଅନେକ ଦିନ ଧରି ସେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦୀପିକା ସୂଚନା ଦେଇଛନ୍ତି ଯେ ସେ ଲିଭର କ୍ୟାନସରର ଶିକାର ହୋଇଛନ୍ତି। ଦୀପିକା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲିଭର କ୍ୟାନସର ବିଷୟରେ ସୂଚନା […] The post ଟେଲି ଅଭିନେତ୍ରୀ ଦୀପିକା କକ୍କରଙ୍କୁ ଲିଭର କ୍ୟାନସର appeared first on Odisha.News.

ଟେଲି ଅଭିନେତ୍ରୀ ଦୀପିକା କକ୍କରଙ୍କୁ ଲିଭର କ୍ୟାନସର

ମୁମ୍ବାଇ: ଯଦି ଆମେ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ବିଷୟରେ କଥା ହେବା ତେବେ ଦୀପିକା କକ୍କରଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ସାମିଲ। ଅନେକ ଦିନ ଧରି ସେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଦୀପିକା ସୂଚନା ଦେଇଛନ୍ତି ଯେ ସେ ଲିଭର କ୍ୟାନସରର ଶିକାର ହୋଇଛନ୍ତି।

ଦୀପିକା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଲିଭର କ୍ୟାନସର ବିଷୟରେ ସୂଚନା ଦେଇ ଲେଖିଛନ୍ତି, ବିଗତ ସମୟ ଆମ ପାଇଁ ବହୁତ କଷ୍ଟକର ଥିଲା। ପେଟର ଉପର ଭାଗରେ ବହୁତ ଯନ୍ତ୍ରଣା ହେଉଥିଲା, ଯାହା ଯୋଗୁଁ ମୁଁ ହସ୍ପିଟାଲକୁ ଯାଉଥିଲି। ଯାଞ୍ଚ ପରେ ଜଣାପଡିଲା ଯେ ମୋ ଲିଭରରେ ଏକ ଟେନିସ୍ ବଲ୍ ଆକାରର ଟ୍ୟୁମର ସୃଷ୍ଟି ହୋଇଛି, ଯାହା ଦ୍ୱିତୀୟ ପର୍ଯ୍ୟାୟ କ୍ୟାନସରର ଲକ୍ଷଣ। ସତ କହିବାକୁ ଗଲେ, ଏହା ମୋ ଏବଂ ମୋ ପରିବାର ପାଇଁ ଏକ କଷ୍ଟକର ସମୟ। କିନ୍ତୁ ମୁଁ ନିରାଶ ଏବଂ ହତାଶ ନୁହେଁ, ମୁଁ ନିଜକୁ ପଜିଟିଭ ରଖିଛି ଯାହା ଦ୍ୱାରା ମୁଁ ଏହି ଗମ୍ଭୀର ରୋଗ ଉପରେ ବିଜୟୀ ହୋଇପାରିବି।

ମୋତେ ଏବଂ ମୋ ପରିବାରକୁ ଆପଣଙ୍କ ପ୍ରାର୍ଥନାର ଆବଶ୍ୟକତା ଅଛି। ମୋର ଭଗବାନଙ୍କ ଉପରେ ବିଶ୍ୱାସ ଅଛି ଯେ ମୁଁ ଏଥିରୁ ବାହାରି ଆସିବି। ତେବେ ଅଭିନେତ୍ରୀଙ୍କ ପୋଷ୍ଟ ପରେ ତାଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହୋଇପଡ଼ିଛନ୍ତି।

The post ଟେଲି ଅଭିନେତ୍ରୀ ଦୀପିକା କକ୍କରଙ୍କୁ ଲିଭର କ୍ୟାନସର appeared first on Odisha.News.