ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବାପରେ ପ୍ରେମାନନ୍ଦ ଜୀଙ୍କ ଶରଣ ପଶିଲେ ବିରୁଷ୍କା

ନୂଆଦିଲ୍ଲୀ,୧୩।୫: ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଛନ୍ତି କୋହଲି। ଉଭୟ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ବୃନ୍ଦାବନରେ ପହଞ୍ଚିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ, ବିରାଟ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ଆସିଛନ୍ତି। ଏହା ପୂର୍ବରୁ ମଧ୍ୟ ଏହି ଦମ୍ପତି ସେମାନଙ୍କ ପିଲାମାନଙ୍କ ସହିତ ଆଶୀର୍ବାଦ ନେବାକୁ […] The post ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବାପରେ ପ୍ରେମାନନ୍ଦ ଜୀଙ୍କ ଶରଣ ପଶିଲେ ବିରୁଷ୍କା appeared first on Dharitri Odia News.

ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବାପରେ ପ୍ରେମାନନ୍ଦ ଜୀଙ୍କ ଶରଣ ପଶିଲେ ବିରୁଷ୍କା

ନୂଆଦିଲ୍ଲୀ,୧୩।୫: ନିକଟରେ ଭାରତୀୟ କ୍ରିକେଟ୍‌ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କରିଥିଲେ। ଏହାର ଗୋଟିଏ ଦିନ ପରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ପ୍ରେମାନନ୍ଦ ମହାରାଜଙ୍କ ଶରଣ ପଶିଛନ୍ତି କୋହଲି। ଉଭୟ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ବୃନ୍ଦାବନରେ ପହଞ୍ଚିଛନ୍ତି।

ଏହା ପ୍ରଥମ ଥର ନୁହେଁ ଯେ, ବିରାଟ ଏବଂ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ଆସିଛନ୍ତି। ଏହା ପୂର୍ବରୁ ମଧ୍ୟ ଏହି ଦମ୍ପତି ସେମାନଙ୍କ ପିଲାମାନଙ୍କ ସହିତ ଆଶୀର୍ବାଦ ନେବାକୁ ଆସିଥିଲେ।

ବିରାଟ କୋହଲି ପ୍ରଥମ ଥର ପାଇଁ ୨୦୨୩ରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ। ଏହା ପରେ ଉଭୟ ଚଳିତ ବର୍ଷ ଜାନୁଆରୀରେ ଆଶୀର୍ବାଦ ନେବାକୁ ଆସିଥିଲେ। ଏବେ ଏହି ଦମ୍ପତି ତୃତୀୟ ଥର ପାଇଁ ଭେଟିବାକୁ ଆସିଛନ୍ତି।

ବିରାଟ କୋହଲିଙ୍କ ଅବସର ଘୋଷଣା ପରେ ଅନୁଷ୍କା ଶର୍ମା ଏକ ଭାବପ୍ରବଣ ପୋଷ୍ଟ ଶେୟାର କରିଥିଲେ। ବିରାଟଙ୍କ ସହ ଫଟୋ ସେୟାର କରି ସେ ଲେଖିଥିଲେ – ସେମାନେ ରେକର୍ଡ ଏବଂ ମାଇଲଖୁଣ୍ଟ ବିଷୟରେ କଥା ହେବେ – କିନ୍ତୁ ମୁଁ ସେହି ଲୁହକୁ ମନେ ରଖିବି ଯାହା ତୁମେ କେବେ ଦେଖାଇ ନ ଥିଲ, ସେହି ସଂଘର୍ଷ ଯାହାକୁ କେହି ଦେଖି ନଥିଲେ, ଏବଂ ଖେଳର ଏହି ଫର୍ମାଟକୁ ତୁମେ ଦେଇଥିବା ଅଟଳ ପ୍ରେମକୁ ମନେ ରଖିବି। ମୁଁ ଜାଣେ ଏସବୁ ତୁମଠାରୁ କେତେ କିଛି ଛଡ଼ାଇ ନେଇଛି। ପ୍ରତ୍ୟେକ ଟେଷ୍ଟ ସିରିଜ ପରେ, ତୁମେ ଟିକେ ବୁଦ୍ଧିମାନ, ଟିକେ ନମ୍ର ହୋଇ ଫେରିଆସ – ଏବଂ ଏସବୁ ମଧ୍ୟରେ ତୁମକୁ ଆଗକୁ ବଢ଼ିବା ଦେଖିବା ଏକ ସୌଭାଗ୍ୟର କଥା।

 

The post ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବାପରେ ପ୍ରେମାନନ୍ଦ ଜୀଙ୍କ ଶରଣ ପଶିଲେ ବିରୁଷ୍କା appeared first on Dharitri Odia News.