ଟେଷ୍ଟ ଖେଳିବାକୁ ଆଶା ରଖିଥିବା ଓ୍ବାର୍ନରଙ୍କୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ବଡ଼ ନିଷ୍ପତ୍ତି

ସିଡନୀ,୨୫।୧୦: କ୍ରିକେଟ ଅଷ୍ଟ୍ରେଲିଆ ଭେଟେରାନ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥିଲାଗି ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଏହି ବ୍ୟାଟ୍ସମ୍ୟାନ୍‌ ଟି୨୦ ବିଗ୍‌ ବ୍ୟାଶ୍‌ ଲିଗ୍‌ରେ ସିଡନୀ ଥଣ୍ଡର୍ସର ଅଧିନାୟକ ହୋଇପାରିବେ। ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ସ୍ୟାଣ୍ଡପେପର୍‌ ବିବାଦ ପରେ ଓ୍ବାର୍ନରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତାଙ୍କ ଖେଳିବା ଉପରେ ବର୍ଷକ ଯାଏ ବାରଣ ଲଗାଯାଇଥିଲା। ୩ ସଦସ୍ୟ ବିଶିଷ୍ଟ ସ୍ବତନ୍ତ୍ର ସମୀକ୍ଷା କମିଟି ଶୁକ୍ରବାର ଓ୍ବାର୍ନରଙ୍କ ଉପରେ ଲାଗିଥିବା […] The post ଟେଷ୍ଟ ଖେଳିବାକୁ ଆଶା ରଖିଥିବା ଓ୍ବାର୍ନରଙ୍କୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ବଡ଼ ନିଷ୍ପତ୍ତି appeared first on Dharitri Odia News.

ଟେଷ୍ଟ ଖେଳିବାକୁ ଆଶା ରଖିଥିବା ଓ୍ବାର୍ନରଙ୍କୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ବଡ଼ ନିଷ୍ପତ୍ତି

ସିଡନୀ,୨୫।୧୦: କ୍ରିକେଟ ଅଷ୍ଟ୍ରେଲିଆ ଭେଟେରାନ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌ ଓ୍ବାର୍ନରଙ୍କ ଉପରେ ଲଗାଯାଇଥିବା ଆଜୀବନ ପ୍ରତିବନ୍ଧକକୁ ହଟାଇ ଦେଇଛି। ଏଥିଲାଗି ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ଏହି ବ୍ୟାଟ୍ସମ୍ୟାନ୍‌ ଟି୨୦ ବିଗ୍‌ ବ୍ୟାଶ୍‌ ଲିଗ୍‌ରେ ସିଡନୀ ଥଣ୍ଡର୍ସର ଅଧିନାୟକ ହୋଇପାରିବେ। ୨୦୧୮ରେ ଦକ୍ଷିଣ ଆଫ୍ରିକାରେ ସ୍ୟାଣ୍ଡପେପର୍‌ ବିବାଦ ପରେ ଓ୍ବାର୍ନରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ତାଙ୍କ ଖେଳିବା ଉପରେ ବର୍ଷକ ଯାଏ ବାରଣ ଲଗାଯାଇଥିଲା।

୩ ସଦସ୍ୟ ବିଶିଷ୍ଟ ସ୍ବତନ୍ତ୍ର ସମୀକ୍ଷା କମିଟି ଶୁକ୍ରବାର ଓ୍ବାର୍ନରଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦେଇଛି। ସେ ଚଳିତ ମାସ ଆରମ୍ଭରେ କମିଟି ନିକଟରେ ହାଜର ହୋଇଥିଲେ। ତେବେ କ୍ରିକେଟରଙ୍କ ଉତ୍ତର ଅତ୍ୟନ୍ତ ଭଦ୍ର ଏବଂ ସମ୍ମାନଜନକ ଥିଲା। କମିଟି ତାଙ୍କ କଥା ଦ୍ୱାରା ପ୍ରଭାବିତ ହୋଇଛି। ସେ ସଚ୍ଚୋଟତାର ସହ ତାଙ୍କ ଆଚରଣ ଲାଗି ଦାୟିତ୍ୱ ନେଇଛନ୍ତି। ଏପରିକି ସେ ଅନୁତାପ କରୁଥିବା କମିଟି କହିଛି।

ତେବେ ଓ୍ବାର୍ନର ଜାନୁଆରୀରେ ପାକିସ୍ତାନ ବିପକ୍ଷରେ ଅନ୍ତିମ ଟେଷ୍ଟ ଖେଳିଥିଲେ। ଏବେ ସେ ଦିନିକିଆ ଖେଳିବେ ନାହିଁ ବୋଲି କହି ସାରିଛନ୍ତି।

The post ଟେଷ୍ଟ ଖେଳିବାକୁ ଆଶା ରଖିଥିବା ଓ୍ବାର୍ନରଙ୍କୁ ନେଇ କ୍ରିକେଟ ଅଷ୍ଟ୍ରେଲିଆର ବଡ଼ ନିଷ୍ପତ୍ତି appeared first on Dharitri Odia News.